ଜୟନ୍ତୀ, ଦୀପଗ୍ରେସ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଓଡ଼ିଶା ବର୍ତ୍ତମାନ ହକିର ଗ୍ଲୋବାଲ୍‌ ହବ୍‌: ମୁଖ୍ୟମନ୍ତ୍ରୀ

August 29, 2020, ଓଡ଼ିଶା, , Anupambharat News Bureau


ଜୟନ୍ତୀ, ଦୀପଗ୍ରେସ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଓଡ଼ିଶା ବର୍ତ୍ତମାନ ହକିର ଗ୍ଲୋବାଲ୍‌ ହବ୍‌: ମୁଖ୍ୟମନ୍ତ୍ରୀ
Anupambharat News Bureau
August 29, 2020

ଭୁବନେଶ୍ୱର,୨୯ା୮(ଅନୁପମ ମିଡ଼ିଆ): ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜୟନ୍ତୀ ବେହେରା ଏବଂ ଦୀପଗ୍ରେସ୍‌ ଏMା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ବାବଦକୁ ଦିଆଯାଇଛି । ସେହିଭଳି ପୂର୍ଣ୍ଣିମା ଗିରି ଏବଂ ସବିତା ଗିରିଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପଙ୍କୁ ଉଭୟଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର, ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । କୋଚିଂରେ ଉକିର୍ଷତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସତ୍ୟ ରଂଜନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କୁ ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳିଥିଲା ।ଏହା ବ୍ୟତୀତ ଶିବ ପ୍ରସାଦ ଦାସ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ଙ୍କୁ କୋଚିଂ ପାଇଁ ୩୨,୫୦,୦୦୦ ଟଙ୍କା ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମିନୀ ରାଉତ୍‌, ହୁପି ମାଝୀ, ରାଜଶ୍ରୀ ମହାପାତ୍ର, ମନୀଷା ମେରେଲ, ପ୍ରତ୍ୟାଶା ରାୟ ମଧ୍ୟ ପୁରସ୍କୃତ ହୋଇଥିଲା । ପଦ୍ମିନୀ ରାଉତଙ୍କୁ ଚେସ୍‌ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ୨ ଲକ୍ଷ ୪୦ହଜାର, ହୁପି ମଝୀଙ୍କୁ ରଗବୀ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ୨.୩ ଲକ୍ଷ, ରାଜଶ୍ରୀ ମହାପାତ୍ର (ସ୍ପେଶାଲ ଅଲମ୍ପିକ୍‌) ୨ ଲକ୍ଷ, ଆଥଲେଟ୍‌ ମନିଷା ମେରେଲଙ୍କୁ ୧.୧୨ ଲକ୍ଷ ଓ ପ୍ରତ୍ୟାଶା ରାୟଙ୍କୁ ୮୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡିଶାକୁ ବିଶ୍ୱ କ୍ରୀଡ଼ାର କେନ୍ଦ୍ର କରିବା ପାଇଁ ରାଜ୍ୟର ପଦକ୍ଷେପ ବିଷୟରେ କହିଥିଲେ । ଏହା ବ୍ୟତୀତ ଅସାଧାରଣ ସାହସ ଦେଖାଇ ଅନେକ ଜୀବନ ରକ୍ଷା କରି ସାହସିକତା ପୁରସ୍କାର ପାଇଥିବା କେନ୍ଦ୍ରାପଡାର ଦୁଇ ଯୁବତୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା କହିଛନ୍ତି ଯେ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ହେବା ରାଜ୍ୟର ଉଦ୍ଦେଶ୍ୟ । ତେଣୁ ଆମେ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ କ୍ରୀଡା ପ୍ରତି ଉତ୍ସାହିତ କରୁଛୁ ପୂର୍ବତନ ଭାରତୀୟ ହକି କ୍ୟାପଟେନ ତଥା ସାଂସଦ ପଦ୍ମଶ୍ରୀ ଦିଲୀପ ତିର୍କି ଜଣେ ମହାନ କ୍ରୀଡ଼ାବିତ୍‌ ଭାବରେ ବିଜୁ ବାବୁଙ୍କ ସ୍ମୃତିକୁ ମନେ ପକାଇଥିଲେ । ଆଜି ବିଶ୍ୱର ସମସ୍ତ କ୍ରୀଡ଼ାବିତ୍‌ ଓଡ଼ିଶାରେ ଖେଳିବାକୁ ଆଗ୍ରହୀ ।ଏହା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ସେ ଆଶା କରିଛନ୍ତି ଯେ ଖୁବ୍‌ ଶୀଘ୍ର ଓଡିଶାରୁ ଖେଳାଳୀମାନେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ଏବଂ ଭାରତ ପାଇଁ ପଦକ ଜିତିବେ ।ଏହି ଅବସରରେ କ୍ରୀଡା ବିଭାଗ କମିଶନର ତଥା ପ୍ରମୁଖ ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଶ୍ରୀ ଆର ଭିନିଲ କ୍ରିଷ୍ଣା , ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ , ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ (୫-ଟି) ସଚିବ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅର୍ଜୁନ୍‌ ପୁରସ୍କାରରେ ସମ୍ମାନିତ ହେଲେ ଦୂତି

ଅର୍ଜୁନ୍‌ ପୁରସ୍କାରରେ ସମ୍ମାନିତ ହେଲେ ଦୂତି

Read More...

ବୈତରଣୀରେ ବଡ଼ ବନ୍ୟା ଆଶଙ୍କା ଟଳିଲା : ଜିଲ୍ଲାରେ ସୁଧୁରୁଛି ପରିସ୍ଥିତ ବନ୍ୟାରେ ଜଣକର ମୃତୁ୍ୟ

ବୈତରଣୀରେ ବଡ଼ ବନ୍ୟା ଆଶଙ୍କା ଟଳିଲା : ଜିଲ୍ଲାରେ ସୁଧୁରୁଛି ପରିସ୍ଥିତ ବନ୍ୟାରେ ଜଣକର ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page