ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

August 27, 2020, ଓଡ଼ିଶା, , Anupambharat News Bureau


ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Anupambharat News Bureau
August 27, 2020

ଭୁବନେଶ୍ୱର ,୨୭ା୮ (ଅନୁପମ ମିଡିଆ): ଉତର ଆଭ୍ୟନ୍ତରୀଣ ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ‘େୱଲ ମାର୍କଡ୍‌ ଲୋ ପ୍ରେସର ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଉପରେ ରହିଛି ।
ଏହାର ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚି ମୌସୁମୀ ବାୟୁ ସକ୍ରିୟ ହୋଇଉଠିଛି । ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଆଦି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କାରାଯାଇଛି । ଗତ ୨୪ଘଣ୍ଟାରେ ସମଗ୍ର ଓଡ଼ିଶାରେ ୫୭.୯ ମିମି ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକ ବର୍ଷା ୧୨.୧ ମିମି ଠାରୁ ୩୭୮ପ୍ରତିଶତ ଅଧିକ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣର୍ରେଖା ଫୁଲିଲା

ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣର୍ରେଖା ଫୁଲିଲା

Read More...

ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page