ମାଗଣାରେ ମିଳିବ ଭାକ୍‌ସିନ

August 23, 2020, ଦେଶ, , Anupambharat News Bureau


ମାଗଣାରେ ମିଳିବ ଭାକ୍‌ସିନ
Anupambharat News Bureau
August 23, 2020

ନୂଆଦିଲ୍ଲୀ: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାଇରସକୁ ନେଇ ସମଗ୍ର ଦୁନିଆରେ ଆଶା ଜାଗି ଉଠିଛି । ଦୁନିଆରେ ସଂପ୍ରତି ଯେତେ ଭାକସିନ ଉପରେ କାମ ଚାଲିଛି ସେଥି ମଧ୍ୟରୁ ଅକ୍ସଫୋର୍ଡର ଭାକସିନକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣର୍ କୁହାଯାଉଛି । ଏହି ଭାକସିନର ଭାରତରେ ଉତ୍ପାଦନ ପାଇଁ ସିରମ ଇନଷ୍ଟିଚ୍ୟୁୟଟକୁ ପୂର୍ବରୁ ଅନୁମତି ମିଳି ସାରିଛି ।
ଏବେ ଖବର ଆସିଛି ଭାରତ ସରକାର ସିରମ ଇନଷ୍ଟିଚ୍ୟୁୟଟରୁ ଭାକସିନ କିଣି ଲୋକଙ୍କୁ ମାଗଣାରେ ଯୋଗାଇ ଦେବେ । ସିରମ ଇନଷ୍ଟିଚ୍ୟୁୟଟକୁ ଦୁନିଆର ସବୁଠୁ ବଡ ଭାକସିନ ଉତ୍ପାଦନକାରୀ ସଂସ୍ଥା କୁହାଯାଏଛ ସିରମ ଇନଷ୍ଟିଚ୍ୟୁୟଟ୍‌ କେବଳ ଅକ୍ସଫୋର୍ଡର କରୋନା ଭାକସିନ ନୁହେଁ ବରଂ ଅନ୍ୟ ଭାକସିନର ଉତ୍ପାଦନ ମଧ୍ୟ କରୁଛି ।
ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାକସିନ ଭାରତରେ କୋଭିସିଲï ନାମରେ ଉତ୍ପାଦନ ହୋଇ ବଜାରକୁ ଆସିବ । ଭାରତ ସରକାର ସଙ୍କେତ ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁୟଟରୁ ସିଧାସଳଖ ଭାକସିନ କିଣାଯିବ । ସରକାର ଏମିତି ଯୋଜନା ତିଆରି କରିଛନ୍ତି ଯେଉଁଥିରେ ଏହି ଭାକସିନ ଲୋକଙ୍କୁ ମାଗଣାରେ ଉପଲବ୍ଧ କରାଯିବ । ସରକାର ସିରମ ଇନଷ୍ଟିଚ୍ୟୁୟଟକୁ ଆଗାମୀ ବର୍ଷ ଜୁନ ସୁଦ୍ଧା ୬୮ କୋଟି ଡୋଜ୍‌ ଯୋଗାଇବାକୁ ଅର୍ଡର ଦେଇଛନ୍ତି । ସରକାର ଏହି ଭାକସିନର ପରୀକ୍ଷଣ ଶୀଘ୍ର ପୂରା କରିବାକୁ ମଞ୍ଜୁରୀ ଦେଇ ସାରିଛନ୍ତି । ଭାକସିନ ସଫଳ ଘୋଷଣା ହେବା ପରେ ଲୋକଙ୍କୁ ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମ ଆଧାରରେ ମାଗଣାରେ ଭାକସିନ ଦିଆଯିବ ।
ସୂଚନାଯୋଗ୍ୟ ଅକ୍ସଫୋର୍ଡର କରୋନା ଭାକସିନର ଉତ୍ପାଦନ ଏଷ୍ଟ୍ରେଜେନେକା କମ୍ପାନୀ କରୁଛି । ଏଷ୍ଟ୍ରେଜେନେକା କମ୍ପାନୀ ସହିତ ସିରମ ଇନଷ୍ଟିଚ୍ୟୁୟର ରାଜିନାମା କରିଛି । ଏହି ଚୁକ୍ତିନାମା ଅନୁସାରେ ସିରମ ଇନଷ୍ଟିଚ୍ୟୁୟଟ କେବଳ ଭାରତ ନୁହେଁ ବରଂ ୯୨ ଦେଶରେ ଭାକସିନର ଯୋଗାଣ କରିପାରେ । ଚଳିତ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବ କରୋନା ଭାକସିନ୍‌ । ଏନେଇ ଏନଡିଆରଏଫର ଅସ୍ଥାୟୀ ହସ୍ପିଟାଲ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ । ସେ କହିଛନ୍ତି ଯେ, କରୋନା ଭାକସିନ୍‌ ମଧ୍ୟରୁ ଗୋଟିଏ କ୍ଲିନିକାଲ ଟ୍ରାଏଲର ତୃତୀୟ ପର୍ଯ୍ୟାୟରେ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଭାକସିନ୍‌ ଆସିବ ବୋଲି ବିଶ୍ୱାସ ରହିଛି । ଦେଶରେ ଅଗଷ୍ଟ ମାସରେ ସୁସ୍ଥ ହାର ୭୫ ପ୍ରତିଶତ ରହିଛି । ଯାହା ଭଲ ଖବର ।
୨୨ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଲେଣି । ସେ ଆହୁରି କହିଛନ୍ତି ଯେ, ଦେଶରେ ୧୫୦୦ଟି ସ୍ଥାନରେ କରୋନା ଟେଷ୍ଟ ହେଉଛି । ଦୈନିକ ୧୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଛି । ଅନେକ ଗବେଷକ କହୁଥିଲେ ଯେ, ଦେଶରେ ଜୁଲାଇ-ଅଗଷ୍ଟରେ ୩୦ କୋଟିରୁ ଅଧିକ ଲୋକ ସଂକ୍ରମିତ ହେବେ । ୫୦ରୁ ୬୦ ଲକ୍ଷ ମୃତ୍ୟୁବରଣ କରିବେ ।
କି;ୁ ଦେଶର ସ୍ୱାସ୍ଥ୍ୟସେବା ଉନ୍ନତ । ତେଣୁ ସ୍ଥିତି ଭଲ ରହିଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କରୋନା ଯାଞ୍ଚ ପାଇଁ ୧୫୧୧ଟି ଲ୍ୟାବ୍‌ ରହିଛି । ୧୦ ଲକ୍ଷ ୨୦ ହଜାରରୁ ଅଧିକ ନମୁନା ଟେଷ୍ଟିଂ ହୋଇଛି । ୧୫ ହଜାର ହସ୍ପିଟାଲରେ ୧୫ ଲକ୍ଷରୁ ଅଧିକ ବେଡ୍‌ ରହିଛି । ଏହାସହ ଅସ୍ଥାୟୀ ଶିବିର ଆଦି ମିଶାଇଲେ ମୋଟ୍‌ ବେଡ୍‌ ସଂଖ୍ୟା ୨୫ ଲକ୍ଷରୁ ଅଧିକ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ଼ -୧୯ ସହାୟତାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ଗରିବ, ଅତି ଗରିବଙ୍କୁ ସ୍ୱତନ୍ତ୍ର ପ୍ୟାକେଜ

କୋଭିଡ଼ -୧୯ ସହାୟତାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ଗରିବ, ଅତି ଗରିବଙ୍କୁ ସ୍ୱତନ୍ତ୍ର ପ୍ୟାକେଜ

Read More...

କୋମାରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌

କୋମାରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page