କିଏ ଯାଣିଛି ଭାଇରସ୍‌ କେବେ ଯିବ ?

August 22, 2020, ଦେଶ, , Anupambharat News Bureau


କିଏ ଯାଣିଛି ଭାଇରସ୍‌ କେବେ ଯିବ ?
Anupambharat News Bureau
August 22, 2020

ନୂଆଦିଲ୍ଲୀ: ସାରାବିଶ୍ୱରେ ଅଣାୟତ ରହିଛି କରୋନା ଭାଇରସ । ତେବେ ଭାଇରସର ପ୍ରକୋପ କେବେ କମିବ ସେନେଇ କେହି ବି କହିବା ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ ରହିଛି । କି;ୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡାବ୍ଲìଏଚ୍‌ଓ) କରୋନା ମହାମାରୀ ନେଇ ଏକ ନୂତନ ତଥ୍ୟ ରଖିଛି । ସଂଗଠନ ପକ୍ଷରୁ ମହାମାରୀର କେତେ ସମୟ ମଧ୍ୟର କମିବ ସେନେଇ ସୂଚନା ଦିଆଯାଇଛି ।
ଡାବ୍ଲìଏଚ୍‌ଓ ର ମୁଖ୍ୟଙ୍କ ଅନୁସାରେ ୧୯୧୮ରେ ଦେଖାଦେଇଥିବା ସ୍ପାନିଶ୍‌ ପ୍ଲୁ ତୁଳନାରେ କରୋନାକୁ ରୋକିବା ପାଇଁ କମ୍‌ ସମୟ ଲାଗିପାରେ । ଡାବ୍ଲìଏଚ୍‌ଓ ମୁଖ୍ୟ ଶୁକ୍ରବାର ଦିନ କହିଛନ୍ତି ଯେ, କରୋନା ମହାମାରୀ ଖୁବ୍‌ କମ୍‌ ସମୟ ମଧ୍ୟରେ ଶେଷ ହୋଇଯାଇ ପାରେ । କି;ୁ ଏଥିପାଇଁ ବିଶ୍ୱର ସମସ୍ତ ଦେଶ ଏଜକୁଟ୍‌ ହୋଇ ମହାମାରୀ ବିରୋଧରେ ଲଢେଇ ପାଇଁ ଆଗକୁ ଆସିବା ଦରକାର । ସାରାବିଶ୍ୱ ଏକ ହୋଇ ଏକ ଉତ୍କଷ୍ଟ ଭ୍ୟାକ୍ସିନ ପ୍ରସ୍ତୁତ କରିବା ଦରକାର ।
ତାହେଲେ ଯାଇ ଆମେ କରୋନା ଉପରେ ନିୟନ୍ତ୍ରଣ କରି ପାରିବା । କରୋନା ବିରୋଧରେ ଲଢେଇ ପାଇଁ ବର୍ତ୍ତମାନ କୌଣସି ସୀକୃତିପ୍ରାପ୍ତ ଭ୍ୟାକ୍ସିନ୍‌ ଉପଲବ୍ଧ ନାହିଁ । ଏଭଳି ସ୍ଥିତିରେ ଡାବ୍ଲìଏଚ୍‌ଓ ମୁଖ୍ୟଙ୍କ ଏହି ବୟାନ ଅନେକ ମହତ୍ୱପୂର୍ଣ୍ଣ ରହିଛି । କାହିଁକି ନା ପୂର୍ବରୁ କରୋନା ଭାଇରସର ପ୍ରକୋପ କମିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୌଣସି ସମୟସୀମା ଦିଆଯାଇନଥିଲା । କି;ୁ ଏବେ ଏକ ସମୟ ଦିଆଯାଇଛି । ଡାବ୍ଲìଏଚ୍‌ଓ ମୁଖ୍ୟ କହିଛନ୍ତି ଯେ, ୧୯୧୮ରେ ଦେଖାଦେଇଥିବା ସ୍ପାନିଶ୍‌ ଫ୍ଲୁ ମହାମାରୀ ଶେଷ ହେବାକୁ ଦୁଇ ବର୍ଷର ସମୟ ଲାଗିଥିଲା । ଆଜିକା ଦିନ ଏବଂ ସେଦିନ ମଧ୍ୟ ବହୁତ ପାର୍ଥକ୍ୟ ରହିଛି । ସେତେବେଳେ ଆମ ପାଖରେ ଏତେ ପରିମାଣର ବୈଷୟିକ ଜ୍ଞାନକୌଶଳ ନଥିଲା । କି;ୁ ଦିନ ଆମ ପଖାରେ ଅନେକ ସୁଯୋଗ ରହିଛି । ବର୍ତ୍ତମାନର ସମୟରେ ଆମେ ଏହି ମହାମାରୀକୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛେ ।
ଯାହାଦ୍ୱାରା କି ଆମେ କରୋନାକୁ ରୋକିବାରେ କିଛିଟା ମାତ୍ରାରେ ସଫଳ ହୋଇଛେ । ଆଜିକା ସମୟରେ ଆମ ପକ୍ଷରେ ଅନେକ ଉନ୍ନତମାନର ଜ୍ଞାନକୌଶଳ ଓ ଉପକରଣ ରହିଛି । ଯାହାର ବ୍ୟବହାର କରି ଆମେ ଖୁବଶୀଘ୍ର ଭ୍ୟାକ୍ସିନ ପ୍ରସ୍ତୁତ କରିପାରିବା । ଯଦି ଆମେ ଏକkୁଟ ହୋଇ ଭ୍ୟାକ୍ସିନ ପ୍ରସ୍ତୁତ କରିାବରେ ଆମେ ସଫଳ ହୋଇଯାଉଛେ , ତେବେ ଆମେ ୧୯୧୮ ସ୍ପାନିଶ୍‌ ଫ୍ଲୁ ତୁଳନାରେ କରୋନା ମହାମାରୀକୁ ରୋକିବାରେ କମ୍‌ ସମୟ ମଧ୍ୟରେ ରୋକିପାରିବ । ସ୍ପାନିଶ୍‌ ପ୍ଲୁ ମହାମାରୀକୁ ରୋକିବା ପାଇଁ ଦୁଇ ବର୍ଷ ସମୟ ଲାଗିଥିଲା । କି;ୁ ଯଦି କରୋନା ବିରୋଧରେ ଆମ ସମସ୍ତେ ଏକkୁଟ ହୋଇ ଏକ ଉତ୍କଷ୍ଟମାନର ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିଦେବା । ତାହେଲେ ଆମେ ୨ବର୍ଷରୁ କମ୍‌ ସମୟ ମଧ୍ୟରେ କରୋନା ମହାମାରୀକୁ ରୋକିବାରେ ସଫଳ ହୋଇପାରିବା, ଏବଂ ସାରାବିଶ୍ୱକୁ ଏହି ମହାମାରୀରୁ ରକ୍ଷା କରିପାରିବା ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପର୍ଯ୍ୟନ୍ତ ସାରାବିଶ୍ୱରେ ୮ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୨.୩କୋଟି ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଆଧୁନିକ ଇତିହାସରେ ଏହା ଘାତକ ମହାମାରୀ ସ୍ପାନିଶ ଫ୍ଲୁ ରହିଛି । ଏଥିରେ ୫କୋଟିରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ସାରିବିଶ୍ୱରେ ପ୍ରାୟ ୫୦କୋଟି ଲୋକ ସଂକ୍ରମିତ ହୋଇଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ତୁଳନାରେ ସ୍ପାନିଶ୍‌ ଫ୍ଲୁରେ ୫ ଗୁଣା ଅଧିକ ଲୋକେଙ୍କ ମୃତ୍ୟୁ ହୋଇଥିଲା ।
ଏଥିରେ ପ୍ରଥମ ଆକ୍ରାନ୍ତ ଆମେରିକାରେ ମିଳିଥିଲା, ପରେ ଏହି ମହାମାରୀ ପୁରା ୟୁରୋପରେ କାୟାବିସ୍ତାର କରିଥିଲା । ଯାହାପରେ ପୁରା ଦୁନିଆରେ ଅନେକ ଲୋକେ ସଂକ୍ରମିତ ହୋଇଥିଲେ । ଏହି ମହାମାରୀ ତିନୋଟି ପର୍ଯ୍ୟାୟରେ ଆସିଥିଲା । ତେବେ ଦ୍ୱିତୀୟ ଥର ଆସିଥିବା ମହାମାରୀ ଅଧିକ ଘାତକ ଥିଲା । ଏଥିରେ ଅନେକ ଲୋକଙ୍କ ପ୍ରାଣ ଯାଇଥିଲା । ଯାହାକି ଇତିହାସରେ ସବୁଠାରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ମହାମାରୀ ବୋଲି କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନା ଓ ରୁପା ମୂଲ୍ୟରେ ହ୍ରାସ

ସୁନା ଓ ରୁପା ମୂଲ୍ୟରେ ହ୍ରାସ

Read More...

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page