ଓଡ଼ିଶାରୁ ୧୪ ଜଣ ପାଇବେ ପୋଲିସ୍‌ ପଦକ

August 14, 2020, ଓଡ଼ିଶା, , Anupambharat News Bureau


ଓଡ଼ିଶାରୁ ୧୪ ଜଣ ପାଇବେ ପୋଲିସ୍‌ ପଦକ
Anupambharat News Bureau
August 14, 2020

ଭୁବନେଶ୍ୱର, ୧୪ା୮(ଅନୁପମ ମିଡ଼ିଆ): ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ପୁଲିସ୍‌ ପଦକ ଘୋଷଣା କରାଯାଇଛି । ଓଡିଶାରୁ ୧୪ଜଣଙ୍କୁ ସ୍ୱାଧୀନତା ଦିବସ ଅବସରରେ ପୋଲିସ୍‌ ପଦକ ପ୍ରଦାନ ଲାଗି ମନୋନୀତ କରାଯାଇଛି । ୧୪ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ରାଷ୍ଟ୍ରପତି ପୋଲିସ୍‌ ପଦକ ଓ ୧୨ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ପୋଲିସ୍‌ ପଦକ ପ୍ରଦାନ କରାଯିବ । ସମ୍ମାନିତ କରାଯିବାକୁ ଥିବା ପୋଲିସ କର୍ମଚାରୀଙ୍କ ସୂଚୀ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି । ଓଡିଶାରୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ୍‌ ପଦକ ଲାଗି ମନୋନୀତ ଦୁଇଜଣ ହେଲେ କେ. ଭେନୁଗୋପାଳ ଆଚାର୍ଯ୍ୟ (ଡିଏସପି ଭିଜିଲାନ୍ସ, ଭୁବନେଶ୍ୱର) ଏବଂ ବିରଞ୍ଚି ନାରାୟଣ ସାହୁ (କନଷ୍ଟେବଳ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ,ଭୁବନେଶ୍ୱର) । ସେହିଭଳି ପୋଲିସ୍‌ ପଦକରେ ସମ୍ମାନିତ ହେବାକୁ ଥିବା ଓଡ଼ିଶାର ୧୨ଜଣ ହେଲେ ଅଭିରାମ କର(ଅତିରିକ୍ତ ପୋଲିସ ଅଧୀକ୍ଷକ,ଭିଜିଲାନ୍ସ, କଟକ), ତାପସ ରଞ୍ଜନ ମହାପାତ୍ର(ସହକାରୀ କମାଣ୍ଡାଣ୍ଟ,ଏସଓଜି, ଭୁବନେଶ୍ୱର), ଅନୀଲ କୁମାର ମିଶ୍ର(ଏସିପି, ଭୁବନେଶ୍ୱର), ଅନୁପମା ମହାପାତ୍ର(ଡିଏସପି ଇନ୍‌-ଚାର୍ଜ, ଭିଜିଲାନ୍ସ, ଭୁବନେଶ୍ୱର), ରାଜ କିଶୋର ପାଇକରାୟ(ଅତିରିକ୍ତ ଡିସିପି,ଭୁବନେଶ୍ୱର), ଅଜୟ କୁମାର ଦାସ(ଇନ୍ସପେକଫର, ୟୁପିଡି, କଟକ), ଅତୁଲ କ୍ରିଷ୍ଣ ଦାସ(ଆଇପି,ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୱିଙ୍ଗ୍‌), ସରୋଜ କୁମାର ପଟେଲ(ଇନ୍ସପେକଫର, ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୱିଙ୍ଗ୍‌), ନିର୍ମଲ କୁମାର ମହାପାତ୍ର(ଇନ୍ସପେକଫର,ବରଗଡ଼), କିଶୋର ଚନ୍ଦ୍ର ବଳବନ୍ତରାୟ(ସୁବେଦାର, ପଞ୍ଚମ ଆଇଆର ବାଟାଲିୟନ, ବୌଦ୍ଧ), ରଥ ଲାକ୍ରା(ଓଏସଏପି, ଚତୁର୍ଥ ବାଟାଲିୟନ, ରାଉରକେଲା) ଏବଂ ମହମ୍ମଦ ଫଜଲ ଉମର(ଏପିଆର ହାବିଲଦାର, ଭିଜିଲାନ୍ସ, କୋରାପୁଟ) ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକ୍‌ଟକ୍‌କୁ କିଣିବେ ମୁକେଶ ଅମ୍ବାନୀ

ଟିକ୍‌ଟକ୍‌କୁ କିଣିବେ ମୁକେଶ ଅମ୍ବାନୀ

Read More...

ଆଇପିଏସ୍‌ ସ୍ତରରେ ଅଦଳବଦଳ

ଆଇପିଏସ୍‌ ସ୍ତରରେ ଅଦଳବଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page