୧୫ରେ ଚାରି ଜିଲ୍ଲାରେ ସଟ୍‌ଡାଉନ୍‌ରେ କୋହଳ

August 12, 2020, ଓଡ଼ିଶା, , Anupambharat News Bureau


୧୫ରେ ଚାରି ଜିଲ୍ଲାରେ ସଟ୍‌ଡାଉନ୍‌ରେ କୋହଳ
Anupambharat News Bureau
August 12, 2020

ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ସ୍ୱାଧୀନତା ଦିବସ ଅବସରରେ ଆଗାମୀ ୧୫ ତାରିଖ ଦିନ ଗଞ୍ଜାମ, ଗଜପତି, କଟକ, ଖୋର୍ଦ୍ଧା ଜିଲ୍ଲା ଓ ରାଉରକେଲା ସହରରେ ସଟ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ କରାଯିବ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୫ ତାରିଖ ଦିନ ୧୧ ଟା ଯାଏଁ ଏହି ୪ଟି ଜିଲ୍ଲା ଓ ରାଉରକେଲାବାସୀ ନିଜ ଅଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ । ହେଲେ ପତାକା ଉତ୍ତୋଳନ ସମୟରେ କୋଭିଡ କଟକଣାକୁ ମାନିବାକୁ ପଡ଼ିବ । ବିଜ୍ଞପ୍ତିରେ କୁହାଯାଇଛି ଯେ, ସଟ୍‌ଡାଉନ୍‌ କଟକଣା ସହିତ ପତାକା ଉତ୍ତୋଳନ କରିହେବ । କି;ୁ ଏହି ସମୟରେ କେବଳ ୧୦ ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ । ସେହିଭଳି ଉତ୍ସବସ୍ଥଳକୁ ଭଲଭାବରେ ସାନିଟାଇଜ କରାଯିବ ବୋଲି ଉଲ୍ଲେଖ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏମ୍‌କେସିଜି ଓପିଡ଼ି ଖୋଲିଲା

ଏମ୍‌କେସିଜି ଓପିଡ଼ି ଖୋଲିଲା

Read More...

ଯୁକ୍ତ ଦୁଇ ବିଜ୍ଞାନ ରେଜଲ: ପାସ ହାର କମିଲା

ଯୁକ୍ତ ଦୁଇ ବିଜ୍ଞାନ ରେଜଲ: ପାସ ହାର କମିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page