ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି : ବିନା ପରେଡରେ ହେବ ସ୍ୱାଧୀନତା ଦିବସ ସମାରୋହ

August 11, 2020, ଓଡ଼ିଶା, , Anupambharat News Bureau


ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି : ବିନା ପରେଡରେ ହେବ ସ୍ୱାଧୀନତା ଦିବସ ସମାରୋହ
Anupambharat News Bureau
August 11, 2020

ଭୁବନେଶ୍ୱର, ୧୧ା୮(ଅନୁପମ ମିଡ଼ିଆ): କରୋନା କଟକଣା ଯୋଗୁଁ ଏଥର ସ୍ୱାଧୀନତା ଦିବସ ସମାରୋହକୁ ନିରାଡମ୍ବର ଭାବେ ପାଳନ କରାଯିବ । ଏଥର ସ୍ୱାଧୀନତା ଦିବସ ସମାରୋହରେ ପରେଡ କିମ୍ବା ମାର୍ଚ୍ଚ ପାଷ୍ଟ ହେବ ନାହିଁ ଓ କିମ୍ବା ସାଧାରଣ ଜନତାଙ୍କୁ ଆମନ୍ତ୍ରିତ କରାଯିବ ନାହିଁ । ଗୋଟିଏ କିମ୍ବା ଦୁଇଟି ପୋଲିସ କଣ୍ଟିଜେଣ୍ଟ ଏଥିରେ ଭାଗ ନେବେ । ସକାଳ ୯ଟା ପରେ ପତାକା ଉତ୍ତୋଳନ କରାଯିବ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ସମାରୋହ ଯଥାସମ୍ଭବ କମ ଲୋକରେ ପାଳନ କରିବାକୁ ରାଜ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି । ଏଥର କେବଳ ୫୦ରୁ ୭୫ ଜଣ ଲୋକଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜନ କରାଯିବ । ସେମାନଙ୍କ ମଧ୍ୟରେ ୧୫ରୁ ୨୦ କରୋନା ଯୋଦ୍ଧାଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏଥରର ସମାରୋହରେ କୋଭିଡ-୧୯ ଯୋଦ୍ଧା ଯେପରିକି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀଙ୍କୁ ଡକାଇ ସେମାନଙ୍କ ସେବାକୁ ସ୍ୱୀକୃତି ଦେବାକୁ ପରାମର୍ଶ ଦିଆଯାଇଛି । ସମାରୋହରେ ଯୋଗଦେଉଥିବା ଲୋକମାନେ ସାମାଜିକ ଦୂରତ୍ୱ ରଖିବେ ଓ ମାସ୍କ ପିନ୍ଧିବେ ପ୍ରବେଶ ପଥରେ ସାନିଟାଇଜର ଆଦି ବ୍ୟବସ୍ଥା କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଋଷିଆ ଆଣିଲା ପ୍ରଥମ କରୋନା ଭ୍ୟାକ୍ସିନ

ଋଷିଆ ଆଣିଲା ପ୍ରଥମ କରୋନା ଭ୍ୟାକ୍ସିନ

Read More...

କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ: ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ଜେସିଣ୍ଡା

କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ: ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ଜେସିଣ୍ଡା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page