ଗଞ୍ଜାମରେ ଆକ୍ରାନ୍ତ କମୁଛି, ମୃତୁ୍ୟ ବଢ଼ୁଛି

August 09, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମରେ ଆକ୍ରାନ୍ତ କମୁଛି, ମୃତୁ୍ୟ ବଢ଼ୁଛି
Anupambharat News Bureau
August 09, 2020

ବ୍ରହ୍ମପୁର, ୯ା୮(ଅନୁପମ ମିଡ଼ିଆ): ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ ଥିବା ଗଞ୍ଜାମ ଜିଲ୍ଲାରେ ଗତ କିଛି ଦିନ ଧିରେ ଧିରେ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଥିବାରେ ଲାଗିଛି । ସେହିଭଳି ସୁସ୍ଥ ହାର ମଧ୍ୟ ସନ୍ତୋଷ ଜନକ ରହିଛି । ତେବେ ଏହି ଅଦୃଶ୍ୟ ଭୂତାଣୁ ଜିଲ୍ଳାରେ ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି ।
ଜିଲ୍ଲାରେ କରୋନା ଆକ୍ରାନ୍ତ ଲାଗି ଭିତ୍ତିଭୂମିର ଅଭାବ ନଥିବା ଜିଲ୍ଲାପାଳ ପ୍ରକାଶ କରୁଥିବା ବେଳେ ଏହି ରୋଗ ମୁଣ୍ଡ ପରେ ମୁଣ୍ଡ ନେବା କୋଭିଡ଼ ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟରେ କରୋନା ମୃତୁ୍ୟ ୨୭୨ ଥିବା ବେଳେ ଏଥିରେ ଜିଲ୍ଲାରେ ଏହା ୧୩୧ ରହିଛି । ଅର୍ଥାତ ଅଧାରୁ ତିନି କମ୍‌ ରହିଛି । ଏଥିରୁ ଜିଲ୍ଲାରେ କରୋନା କିଭଳି ଆତଙ୍କ ଖେଲାଇ ରଖିଛି ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଗତ ୯ଦିନ ମଧ୍ୟରେ ରବିବାରକୁ ମିଶାଇ ଜିଲ୍ଲାରେ ୩୭ ଜଣଙ୍କ ମୃତୁ୍ୟ ଘଟିଲାଣି । ଫଳରେ ଦୈନିକ ହାରାହାରି ଚାରିଜଣଙ୍କ ମୁଣ୍ଡ କରୋନା ନେବାରେ ଲାଗିଛି । ରାଜ୍ୟ ସରକାରଙ୍କ ଏତେ ଫୋକସ ପରେ ମଧ୍ୟ ଜିଲ୍ଲାରେ କରୋନା ମୃତୁ୍ୟ ହାର ବୃଦ୍ଧି ପାଇବା ଉଦ୍‌ବେଗର ବିଷୟ ହୋଇପଡ଼ିଛି । ଆଜି ଜିଲ୍ଲାରେ ୨୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୫ କୁ ବୃଦ୍ଧି ପାଇଛି । ପୂର୍ବରୁ ଆକ୍ରାନ୍ତ ସଂଖ୍ୟା ଦୈନିକ ତିନିଶହ ପାର କରୁଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଦୁଇଶହ ଟପୁଛି । ସେହିଭଳି ଆଜି ଜିଲ୍ଲାରେ ସର୍ବାଧିକ ୪୦୨ ଜଣ ସୁସ୍ଥ ହୋଇଛନ୍ତି । ତେବେ ସବୁଠାରୁ ଦୁଃଖଦର ବଷୟ ଯେ, ଆଜି ପୁଣି ଏହି ଭୂତାଣୁ ଛ’ ଜଣଙ୍କ ଜୀବନ ନେଇଛି । ମୃତକ ମାନଙ୍କ ମଧ୍ୟରେ ପାଞ୍ଚ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ମୃତ ୫ ପୁରୁଷଙ୍କ ଓ ଜଣେ ମହିଳା ରହିଛନ୍ତି ।
ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୧୩୧ କୁ ବୃଦ୍ଧି ପାଇଛି । ଫଳରେ ଜିଲ୍ଲାରେ କରୋନା ମୃତୁ୍ୟର ବିଭୀଷିକା ଲାଗି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ

କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ

Read More...

ଶ୍ରୀଲଙ୍କାର ଚତୁର୍ଥଥର ପ୍ରଧାନମନ୍ତ୍ରୀ ହେଲେ ମହିନ୍ଦା ରାଜପକ୍ଷେ

ଶ୍ରୀଲଙ୍କାର ଚତୁର୍ଥଥର ପ୍ରଧାନମନ୍ତ୍ରୀ ହେଲେ ମହିନ୍ଦା ରାଜପକ୍ଷେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page