ସୁନ୍ଦରୀ ପାକିସ୍ତାନୀ ମହିଳାଙ୍କ ‘ହନିଟ୍ରାପ୍‌’ର ଶିକାର ଯବାନ

May 18, 2019, ଦେଶ, , Anupambharat News Bureau


ସୁନ୍ଦରୀ ପାକିସ୍ତାନୀ ମହିଳାଙ୍କ ‘ହନିଟ୍ରାପ୍‌’ର ଶିକାର ଯବାନ
Anupambharat News Bureau
May 18, 2019

ଭୋପାଲ: ସୀମାରେ ଏବଂ ଅନ୍ୟ କ୍ଷେତ୍ରରେ ଭାରତଠାରୁ ବାରମ୍ବାର ହାର ମାନିସାରିଥିବା ପାକିସ୍ତାନ ଏବେ ‘ହନି ଟ୍ରାପ୍‌’ ଚାଲ୍‌ ଆପଣାଇ ଭାରତର ଗୋପନୀୟ ତଥ୍ୟ ହାସଲ କରିବାର ପ୍ରୟାସ କରୁଛି । ଏଥିପାଇଁ ସୁନ୍ଦରୀ ଯୁବତୀ ଏବଂ ମହିଳାଙ୍କ ନାମରେ ସୋଶାଲ ମିଡିଆରେ ଫେକ୍‌ ଆଇଡି ଖୋଲାଯାଉଛିଛ ଏହାପରେ ସୁରକ୍ଷା ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କୁ ଫସାଇ ସେମାନଙ୍କଠାରୁ ତଥ୍ୟ ହାସଲ କରାଯାଉଛିଛ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ଗିରଫ ହୋଇଥିବା ଜଣେ ଯବାନ ଏହି ଉପାୟରେ ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଦେଇଛନ୍ତି ।
ମଧ୍ୟପ୍ରଦେଶ ଏଟିଏସ୍‌ ଏବଂ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ମିଳିତ ଅପରେସନ୍‌ରେ ତାଙ୍କୁ ଗିରଫ କରାଯାଇଛି । ସେ ପାକିସ୍ତାନକୁ ହ୍‌ୱାଟ୍ସଆପ୍‌ ଯୋଗେ ଏପରି ତଥ୍ୟ ସବୁ ପଠାଉଥିବା ଜଣାପଡ଼ିଛି । ମିଲିଟାରୀ ଗୁଇନ୍ଦା ବିଭାଗ ତାଙ୍କ ଉପରେ ୨୦୧୮ ମସିହା ଡିସେମ୍ବର ମାସରୁ ନଜର ରଖିଥିଲେ । ଅଭିଯୁକ୍ତଙ୍କୁ ଏକ ସ୍‌ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲାଛ କୋର୍ଟ ତାଙ୍କୁ୧୦ ଦିନର ପୁଲିସ୍‌ ରିମାଣ୍ଡରେ ପଠାଇଛିଛ ସେ ପାକିସ୍ତାନୀ ସଂସ୍ଥାଙ୍କ ସହ କେତେ ଜଡ଼ିତ, କେତେ ସୂଚନା ଦେଇଛନ୍ତି, କ’ଣ ଫାଇଦା ମିଳିଛି ଏବଂ ଆଉ କିଏ ଏଥିରେ ସାମିଲ ଅଛି ଆଦି ବିଷୟରେ ବର୍ତ୍ତମାନ ସେନା ତାଙ୍କୁ ଜେରା କରିବା ଆରମ୍ଭ କରିଛିଛ ତାଙ୍କ ଉପରେ ମିଲିଟାରୀ ଗୁଇନ୍ଦା ବିଭାଗର ଲକ୍ଷ୍ନୌ ୟୁନିଟ୍‌ ୬ ମାସ ଧରି ନଜର ରଖିଥିଲା ।
କି;ୁ ଗିରଫ କରିବା ପୂର୍ବରୁ ପ୍ରମାଣ ହାତେଇବା ପାଇଁ କିଛି ଦିନ ଧରି ତାଙ୍କର କାର୍ଯ୍ୟକଳାପ ଉପରେ ତୀକ୍ଷ୍ନ ନଜର ରଖାଯାଇଥିଲା । ବିହାର ପୁଲିସ୍‌ ମଧ୍ୟ ଏଥିରେ ସହାୟକ ହୋଇଥିଲା । ଏହି ଅପରେସନ୍‌ ଏତେ ଗୋପନୀୟ ଢଙ୍ଗରେ ହୋଇଥିଲା ଯେ, ତାଙ୍କ ୟୁନିଟ୍ର କେହି ମଧ୍ୟ ଏ ବିଷୟରେ ଜାଣିପାରିନଥିଲେ । ଗିରଫ ଯବାନଙ୍କୁ ଜଣେ ତାଲିମପ୍ରାପ୍ତ ପାକିସ୍ତାନୀ ମହିଳା ଫସାଇ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବାକୁ ପ୍ରବର୍ତ୍ତାଇ ଆସୁଥିଲେ । ଯବାନ ଜଣକ ଫେସବୁକ୍‌ ଏବଂ ହ୍‌ୱାଟ୍ସଆପ୍ରେ ତାଙ୍କ ସହ ଚ୍ୟାଟିଂ କରିଆସୁଥିଲେ । କ୍ରମେ ଉକ୍ତ ମହିଳାଙ୍କ ହ୍ୟାଣ୍ଡଲରରୁ ଯବାନଙ୍କୁ ସେନାର କାର୍ଯ୍ୟକଳାପ, ବିଭିନ୍ନ ଠିକଣା ଏବଂ ଅଭ୍ୟାସ ବାବଦରେ ପଚରାଯାଇଥିଲା । ଉଲ୍ଲେଖଥାଉକି ର ଭାରତଠାରୁ ବାରମ୍ବାର ହାର ମାନିସାରିଥିବା ପାକିସ୍ତାନ ଏବେ ‘ହନି ଟ୍ରାପ୍‌’ ଚାଲ୍‌ ଆପଣାଇ ଭାରତର ଗୋପନୀୟ ତଥ୍ୟ ହାସଲ କରିବାର ପ୍ରୟାସ କରୁଛି । ଏଥିପାଇଁ ସୁନ୍ଦରୀ ଯୁବତୀ ଏବଂ ମହିଳାଙ୍କ ନାମରେ ସୋଶାଲ ମିଡିଆରେ ଫେକ୍‌ ଆଇଡି ଖୋଲାଯାଉଛିଛ ଏହାପରେ ସୁରକ୍ଷା ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କୁ ଫସାଇ ସେମାନଙ୍କଠାରୁ ତଥ୍ୟ ହାସଲ କରାଯାଉଛିଛ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ଗିରଫ ହୋଇଥିବା ଜଣେ ଯବାନ ଏହି ଉପାୟରେ ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଦେଇଛନ୍ତି ।
ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେ ବିଭିନ୍ନ ସୂତ୍ରରୁ ବୁଦ୍ଧି ଖଟାଇ ସୂଚନା ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେଛ ଏହାପରେ ଇଣ୍ଟରନେଟ୍‌ ଭିତ୍ତିକ ଆପ୍‌ ଜରିଆରେ ସୂଚନା ପଠାଇବା ଆରମ୍ଭ କରିଥିଲେ । ବଦଳରେ ତାଙ୍କୁ ଆର୍ଥିକ ଫାଇଦା ମଧ୍ୟ ମିଳିଥିଲା । ଉଭୟ ନମ୍ବର ଦିଆନିଆ କରିବା ପରେ ଯବାନଙ୍କୁ ଫସାଇଥିବା ଫେସବୁକ୍‌ ଆଇଡି ବନ୍ଦ ହୋଇଯାଇଥିଲା । ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀଙ୍କ ସାଲାରୀ ଆକାଉଣ୍ଟକୁ ଟଙ୍କା ଆସିଥିଲା । ଜଣେ ଅଧିକାରୀ କହିଛନ୍ତି, ପାକିସ୍ତାନୀ ଅର୍ଥ ଦେବା କ୍ଷେତ୍ରରେ ବେଶ କୃପଣଛ ଥରକେ ୧୫ ହଜାର ଟଙ୍କାରୁ ଅଧିକ ଦିଅନ୍ତିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦ଟି ବୈଜ୍ଞାନିକ ମିଶନ ଲଞ୍ଚ୍‌ କରିବ ଇସ୍ରୋ

ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦ଟି ବୈଜ୍ଞାନିକ ମିଶନ ଲଞ୍ଚ୍‌ କରିବ ଇସ୍ରୋ

Read More...

ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା

ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page