ଗିରିଶ ମୁର୍ମୁ ଶପଥ ନେଲେ

August 08, 2020, ଦେଶ, , Anupambharat News Bureau


ଗିରିଶ ମୁର୍ମୁ ଶପଥ ନେଲେ
Anupambharat News Bureau
August 08, 2020

ନୂଆଦିଲ୍ଲୀ, ୮ା୮: ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ନିବାସୀ ଗିରିଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ଚତୁର୍ଦ୍ଦଶ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ ।
ଉଲ୍ଲେଖନୀୟ ଯେ, ୧୯୮୫ ବ୍ୟାଚର ଗୁଜରାତ କାଡରର ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ଏହା ପୂର୍ବରୁ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଦାୟିତ୍ୱରେ ଥିଲେ । ସେ ଗତ ୫ରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ପ୍ରକାଶଥାଉକି ୬୧ ବର୍ଷୀୟ ମୁର୍ମୁ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଶେଷ କାର୍ଯ୍ୟକାଳ ସମୟରେ ପ୍ରମୁଖ ସଚିବ ନିଯୁକ୍ତ ଥିଲେ । ପ୍ରଥମ ଓଡ଼ିଆ ଭାବେରେ ସିଏଜି ଭଳି ସମ୍ମାନାସ୍ପଦ ସାମ୍ବିଧାନିକ ପଦବୀ ଗ୍ରହଣ କରିଥିବାରୁ ବନ୍ଦେ ଉତ୍କଳ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ମୁର୍ମୁଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ

ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ

Read More...

ଆସିଲେ ୧୮୩୩, ଗଲେ ୧୮୧୦

ଆସିଲେ ୧୮୩୩, ଗଲେ ୧୮୧୦

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page