ଜୁଆ ଆzାରେ ଚଢ଼ାଉ ବେଳେ ନଦୀକୁ ଡ଼େଇଁ ଯୁବକ ମୃତ

May 18, 2019, ଓଡ଼ିଶା, , Anupambharat News Bureau


ଜୁଆ ଆzାରେ ଚଢ଼ାଉ ବେଳେ ନଦୀକୁ ଡ଼େଇଁ ଯୁବକ ମୃତ
Anupambharat News Bureau
May 18, 2019

ବାଲିମେଳା,୧୮ ।୫ (ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲା ଓକେଲି ପୋଲିସ୍‌ ଏକ ଜୁଆ ଆzା ଉପରେ ଯୁବକ ନଦୀକୁ େଡ଼େିଁ ପଡ଼ିବାରୁ ତାଙ୍କର ମୃତୁ୍ୟ ଘଟିଛି । ମୃତକଙ୍କ ନାଁ ବିନୋଦ ଖେମୁଣ୍ଡି (୩୪) ଓ ଘର ବାଲିମେଳା ଧନପୁରିଆ ସାହିରେ ।
ପୋଲିସ୍‌ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବାଲିମେଳା ନିକଟସ୍ଥ ଚିତାପାରୀ ନଦୀ ଅପରପାଶ୍ୱର୍ରେ ଜୁଆ ଖେଳ ଚାଲିଥିବା ପୋଲିସ୍‌କୁ ଖବର ମିଳିଥିଲା । ଚିତ୍ରକୋଣ୍ଡା ଉପଖଣ୍ଡ ପୋଲିସ୍‌ ଅଧିକାରୀ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଉକ୍ତ ଆzା ଉପରେ ଚଢ଼ାଉ କରିଥିଲା । ଏହି ସମୟରେ ସେଠାରେ ଜୁଆ ଖେଳୁଥିବା ୫ ଜଣ ଜୁଆଡ଼ି ଭୟରେ ନିକଟରେ ଥିବା ନଦୀ ଗର୍ଭକୁ ଡ଼େଇଁ ପଡ଼ିଥିଲେ । ଅନ୍ୟମାନେ ଜୀବନ ବଞ୍ଚାଇ ଚାଲିଯାଇଥିବା ବେଳେ ବିନୋଦ ଗଭୀର ନଦୀ ଜଳ ଭିତରେ ଫସି ଯାଇଥିଲେ ।
ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଯୁବକ ବହୁ ଖୋଜା ଖୋଜି କରିବା ପରେ ଶନିବାର ବିନେ୍‌ାଦଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପୋଲିସ୍‌କୁ ଦୟା କରି ମୃତ ବିନେ୍‌ାଦଙ୍କ ସମ୍ପର୍କୀୟ ଉପଯୁକ୍ତ କ୍ଷତିପୁରଣ ଓ ପୋଲିସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଦାବିକରି ଥାନା ନିକଟରେ ରାସ୍ତାରୋକ କରିଥିଲେ । ଖବର ପାଇ ମାଲକାନଗିରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉଦ୍ଧଭ ନାୟକ, କୁଭୁମୁଲୁ ଗୁମ୍ମା, ଅତିରିକ୍ତ ତହସିଲଦାର ବିଜୟ କୁମାର କାଣାଙ୍ଗି ଓ ଚିତକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ଖବର ଲେଖାଯିବା ସୁଦ୍ଧା ରାସ୍ତା ଅବରୋଧ ହଟି ନଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା

ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା

Read More...

‘ଫନି’ ଛଡେଇ ନେଲା ବାସ ଓ ଚାଷ: ଆଖିର ଲୁହ ଯାହା ଶେଷ ସମ୍ବଳ

‘ଫନି’ ଛଡେଇ ନେଲା ବାସ ଓ ଚାଷ: ଆଖିର ଲୁହ ଯାହା ଶେଷ ସମ୍ବଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page