ସକାଳ ପାଞ୍ଚରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା: ବ୍ରହ୍ମପୁର, ଜିଲ୍ଲା ସୀମା ପୂର୍ବ ଭଳି ସିଲ୍‌ ରହିବ

August 01, 2020, ଓଡ଼ିଶା, , Anupambharat News Bureau


ସକାଳ ପାଞ୍ଚରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା:  ବ୍ରହ୍ମପୁର, ଜିଲ୍ଲା ସୀମା ପୂର୍ବ ଭଳି ସିଲ୍‌ ରହିବ
Anupambharat News Bureau
August 01, 2020

ବ୍ରହ୍ମପୁର,୧ା୮(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ସକାଳ ୫ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଅପରାହ୍ନ ୪ଟା ଠାରୁ ତା ପରଦିନ ସକାଳ ୫ଟା ଯାଏଁ କର୍ଫୁ୍ୟ ଜାରି ରହିବ । ଏହି ସମୟ ମଧ୍ୟରେ ଜନସାଧାରଣ ଘରେ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁର ଟାଉନ୍‌ ହଲ୍‌ଠାରେ ଆଜି ନୂଆ ଗାଇଡଲାଇନ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ସୂଚନା ଦେଇଛନ୍ତି ଜିଲ୍ଲାପାଳ କୁଲାଙ୍ଗେ । ଘରକୁ ଘର ବୁଲି ସ୍ୱାସ୍ଥ୍ୟଯାଞ୍ଚ କାର୍ଯ୍ୟ ଯୋଗୁଁ ଗତ ୧୦-୧୫ ଦିନ ହେବ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଦୋକାନୀମାନେ ସଚେତନତାର ସହଯୋଗ ଯୋଗୁଁ ମଧ୍ୟ ସଂକ୍ରମଣ କମିଛି । ତେବେ ଅଗଷ୍ଟ ମାସରେ ଆମକୁ ଆହୁରି ସତର୍କ ରହିବାକୁ ପଡିବ ବୋଲି ଜିଲ୍ଲାପାଳ କୁଲାଙ୍ଗେ ପରାମର୍ଶ ଦେଇଛନ୍ତ । ଫଳରେ ପୂର୍ବଭଳି ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ପୂର୍ବଭଳି ସିଲ୍‌ କରାଯିବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ।
ବିଶେଷ କାରଣ ନଥିଲେ ଜିଲ୍ଲା ବାହାରକୁ କେହି ଯାଇପାରିବେ ନାହିଁ କିମ୍ବା ଜିଲ୍ଲା ବାହାରର ଲୋକ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ । ଦୋକାନ ଗୁଡିକ ଖୋଲିବ କି;ୁ ସେମାନେ ପୂର୍ବ ନିର୍ଦ୍ଦେଶ ପ୍ରକାରେ ୫ ସୂତ୍ର ପାଳନ କରିବେ । ସାପ୍ତାହିକ ସଟ୍‌ ଡାଉନ୍‌ ଶନିବାର, ରବିବାର ଗଞ୍ଜାମ ଜିଲ୍ଲାପାଇଁ ମଧ୍ୟ ଚଳିତ ମାସ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିବ । ଅନୁରୂପ ଭାବେ ଜିଲ୍ଲାର ଗ୍ରାମାଞ୍ଚଳର ଲୋକ ସହରାଞ୍ଚଳକୁ ପ୍ରବେଶ ଉପରେ ମଧ୍ୟ କଟକଣା ରହିବ । ବିଶେଷ କରି ଜନସାଧାରଣ ମାସ୍କ ପିନ୍ଧିବା ଜରୁରୀ ନଚେତ ଜରିମାନା ଦେବାକୁ ପଡିବ । ବ୍ରହ୍ମପୁର ସହରରୁ ମଧ୍ୟ ବାହାରକୁ ଯିବା ଏବଂ ଭିତରକୁ ପ୍ରବେଶ କରିବା ଦିଗରେ ପୂର୍ବ କଟକଣା ଜାରି ରହିବ ବୋଲି ସେ କହିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରଏ ଜଣାଇଥିଲେ ଯେ, ଜିଲ୍ଲାବାସୀ ଯେପରି ଗତ ସଟ୍‌ଡାଉନ୍‌ ବେଳେ ସହଯୋଗ କରିଥିଲେ ଏ ମାସରେ ମଧ୍ୟ ସେହିଭଳି ସହଯୋଗ କର;ୁ । ଜିଲ୍ଲା ପ୍ରବେଶ ପଥ ସିଲ୍‌ କରାଯାଇଛି ।
ପନିପରିବା ବିକାଳୀ, ତେଜରାତି ଦୋକାନୀ ଗଣ ସାମାଜିକ ଦୂରତା କଡାକଡି ପାଳନ କର;ୁ । ଜନ ସାଧାରଣ ମାସ୍କ ବ୍ୟବହାର ଦିଗରେ ଗୁରୁିବ ଦିଅ;ୁ ବୋଲି କହିଥିଲେ । ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଜନସାଧାରଣଙ୍କ ସହଯୋଗ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାବାସୀ ୧୦୦ ନମ୍ବର ଡାଏଲ୍‌ କରି ବାହାରକୁ ଯିବାର ଅନୁମତି ନେଇପାରିବେ । ଯେଉଁମାନେ ଶୁଦ୍ଧକ୍ରିୟା ତଥା ସାମାଜିକ କାର୍ଯ୍ୟରେ ଯୋଗଦାନ ପାଇଁ ଜିଲ୍ଲାରୁ ବାହାରକୁ ଯିବେ ସେମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ଅନୁମତି ଦିଆଯାଇଛି । ବାହାର ରାଜ୍ୟ କିମ୍ବା ଜିଲ୍ଲାରେ କାମ କରୁଥିବା ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟର ଚିଠି ବା ନିଜର ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଦିଗରେ କଟକଣା ନାହିଁ ବୋଲି ଜଣାଇ ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଜନ ସାଧାରଣଙ୍କୁ ନିବେଦନ କରିଥିଲେ । ବ୍ରହ୍ମପୁର ମହାନଗର ନିଗମ କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର ତେଜରାତି ଦୋକାନୀ ଘର ଡେଲିଭରୀ କରି ସାମଗ୍ରୀ ଯୋଗାଇପାରିବେ । ଏଥିପାଇଁ ବୁଧବାର ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମରେ ଆବେଦନ କରି ନେଇପାରିବେ । ବ୍ରହ୍ମପୁର ସହରବାସୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ଉପରେ ଗୁରୁିବ ଦେବାକୁ ନିବେଦନ କରିଛନ୍ତି । ସମ୍ମିଳନୀରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରପାରିରେ ସାଂସଦ ଅମର ସିଂ

ଆରପାରିରେ ସାଂସଦ ଅମର ସିଂ

Read More...

ପୁଣି ୧୦ ମୁଣ୍ଡ ନେଲା: ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୮୭କୁ ବୃଦ୍ଧି

ପୁଣି ୧୦ ମୁଣ୍ଡ ନେଲା: ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୮୭କୁ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page