ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌

July 31, 2020, ଓଡ଼ିଶା, , Anupambharat News Bureau


ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌
Anupambharat News Bureau
July 31, 2020


ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଏଥର ଗାଇଡ୍‌ ଲାଇନ୍‌ରେ ସମଗ୍ର ରାଜ୍ୟରେ କଟକଣା କିଛି ମାତ୍ରାରେ କୋହଳ ହୋଇଥିବା ବେଳେ କେବଳକଣ୍ଟେନମେଣ୍ଟ ଜାନରେ ସମ୍ପୂର୍ଣ୍ଣ ଭାବେ ଲକଡାଉନ ଜାରି ରହିବ । ଆସନ୍ତା ୩୧ ତାରିଖ ଯାଏଁ ଗାଇଡଲାଇ ଜାରି କରିବା ଅବସରରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କଣ୍ଟେନମେଣ୍ଟ ଜୋନରୁ ପ୍ରବେଶ-ପ୍ରସ୍ଥାନ ଉପରେ ପୂରା କଟକଣା ରହିବ । ଏଠାରେ ରହୁଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।ଜେନା କହିଛନ୍ତି, ଆସନ୍ତାକାଲି ଠାରୁ ଅଗଷ୍ଟ ୩୧ ତାରିଖ ଯାଏଁ ଧାର୍ମାନୁଷ୍ଠାନରେ ନୀତି ଚାଲିବ କି;ୁ ସାଧାରଣ ଲୋକଙ୍କ ପ୍ରବେଶକୁ ଅନୁମତି ଦିଆଯିବ ନାହିଁ । ସେହିଭଳି ଅନ୍ତର୍ଜାତୀୟ ବିମାନ ମଧ୍ୟ ଚଳାଚଳ କରିବ ନାହିଁ । ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ ସଭା, ଖେଳକୁଦ, ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ । ସିନେମା ହଲ ଓ ସୁଇମିଂ ପୁଲ ବନ୍ଦ ରହିବ ।ସେହିପରି ଅଗଷ୍ଟ ୩୧ ଯାଏଁ ସ୍କୁଲ ଓ କଲେଜ ଏବଂ କୋଚିଂ ସେରଗୁଡ଼ିକ ବନ୍ଦ ରହିବ । କି;ୁ ଶିକ୍ଷାନୁଷ୍ଠାନରେ ପରୀକ୍ଷା କରାଯିବା ସହ ଖାତା ଦେଖାଯାଇପାରିବ । ତେବେ ଆସନ୍ତା ୫ ତାରିଖ ଠାରୁ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଓ ଜିମ ଗୁଡ଼ିକ ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିବ । ତେବେ ଏଥିଲାଗି କେନ୍ଦ୍ର ସରକାର ଜାରି କରିବାକୁ ଥିବା ଏସଓପି ପାଳନକୁ କଡାକଡି କରାଯିବ ।କୋଭିଡ ନିୟମ ପାଳନ କରି ସେଲୁନ ଓ ସ୍ପା ଖୋଲାଯାଇପାରିବ ।
ବାହଘରରେ କୌଣସି ପ୍ରକାରରେ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ । ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ । ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକତ୍ର ହେବା ପାଇଁ ଅନୁମତି ମିଳିବ ନାହିଁ । ବାହାଘର ଓ ଶୁଦ୍ଧିକ୍ରିୟାରେ ନିୟମ ଉଲ୍ଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ରା୍ୟଜରେ ପୁଣି ଫେରିଛି ନାଇଟ୍‌ କର୍ଫୁ୍ୟ । ପୂର୍ବ ଭଳି ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳିନ କର୍ଫୁ୍ୟ ଜାରି ରହିବ ଓ ଦିନବେଳା ପୂର୍ବ ପରି ସମସ୍ତ ବ୍ୟାବସାୟିକ ଅନୁଷ୍ଠାନ, ସରକାରୀ-ବେସରକାରୀ
ଅଫିସ, ଶିଳ୍ପ
ଅନୁଷ୍ଠାନ ଖୋଲା ରହିବ । ସେହିପରି ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ସପ୍ତାହନ୍ତ ସଟ୍‌ ଡାଉନ୍‌ ଲାଗୁ ହେବ । ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଓ ରାଉରକେଲା ମହାନଗର ନିଗମରେ ସପ୍ତାହନ୍ତ ସଟଡାଉନ କଟକଣା ରହିବ । ଶିଳ୍ପ ଓ କାରଖାନା ଓ ନିର୍ମାଣ କାମ ପୂର୍ବଭଳି ଚାଲୁ ରହିବ । ଜାତୀୟ ରାଜପଥ କଡ଼ ଢାବାରୁ ଖାଦ୍ୟ ପୁଡ଼ିଆ ନେଇହେବ । ସଟଡାଉନରେ ପୂର୍ବର କଟକଣା ଜାରି ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଘୋଷଣା କରିଛନ୍ତି । ରାତିରେ ଜରୁରୀକାଳୀନ ସେବା ପାଇଁ ଅନୁମତି ମିଳିବ । ସ୍ୱାସ୍ଥ୍ୟ ଜନିତ ଯାତାୟତ ପାଇଁ ଯାତାୟତ କରିବାରେ କୌଣସି ଅସୁବିଧା ନାହିଁ । ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ଯାତାୟତ କରିପାରିବେ । ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀ , ବିଦ୍ୟୁତ୍‌ ଓ ଜଳ ଯୋଗାଣ କର୍ମଚାରୀ ମାନେ ଯାତାୟତ କରିପାରିବେ । ପ୍ରିଂଟ ଓ ଇଲେକଟ୍ରୋନିକ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ କଟକଣାରୁ ବାଦ୍‌ ପଡିବେ । ଅଗଷ୍ଟ ୧ ଓ ୨ ତାରିଖରେ ସଟଡାଉନ ସାମାନ୍ୟ କୋହଳ କରି ଦିଆଯାଇଛି । ଏହି ୨ ଦିନ ଦିନ ୧ଟାରୁ ରାତି ୯ଟା ଯାଏଁ ସଟଡାଉନ ରହିବ । ଅର୍ଥାତ ଦିନ ଗୋଟିଏ ଯାଏଁ ସବୁ ଖୋଲା ରହିବ । ଏହାପରେ ଅଗଷ୍ଟ ମାସର ଅନ୍ୟ ଶନିବାର ଓ ରବିବାର ପୂର୍ବ ଭଳି ସଟ୍‌ ଡାଉନ୍‌ ରହିବ ବୋଲି ଜେନା ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁଲାଇରେ ନେଲା ୮୬ ମୁଣ୍ଡ

ଜୁଲାଇରେ ନେଲା ୮୬ ମୁଣ୍ଡ

Read More...

ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌

ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page