୩୪ବର୍ଷ ପରେ ବଦଳିଲା ଦେଶର ଶିକ୍ଷାନୀତି

July 29, 2020, ଦେଶ, , Anupambharat News Bureau


୩୪ବର୍ଷ ପରେ ବଦଳିଲା ଦେଶର ଶିକ୍ଷାନୀତି
Anupambharat News Bureau
July 29, 2020

ନୂଆଦିଲ୍ଲୀ,୨୯ା୭: ଦୀର୍ଘ ୩୪ ବର୍ଷ ପରେ ଦେଶର ଶିକ୍ଷା ନୀତଜ୍ଞେର wପରିବର୍ତ୍ତନ ଅଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ରେ ନୂଆ ଶିକ୍ଷାନୀତି ୨୦୨୦କୁ ମଞ୍ଜୁରୀ ମିଳିଛି । ବର୍ତ୍ତମାନର ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ ଅଣାଯାଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପ୍ରକାଶ କରିଛନ୍ତି । ୧୦ଟି ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟର ୧୭ଟି ଶିକ୍ଷାନୀତି ପରିବର୍ତ୍ତନ କରାଯାଇଛି । ଶିକ୍ଷାକ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରାଯିବ । ଆଜି କ୍ୟାବିନେଟ ବୈଠକ ପରେ ନୂଆ ଶିକ୍ଷା ନୀତି ସମ୍ପର୍କରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଜାଭେଡ଼କର ଏବଂ ନିଶଙ୍କ ମିଳିତ ପ୍ରେସମିଟ କରି ସୂଚନା ଦେଇଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି । ୧୯୮୬ ମସିହାରେ ଜାତୀୟ ଶିକ୍ଷା ନୀତିର ଘୋଷଣା ହୋଇଥିଲା ଏବଂ ୧୯୯୨ରେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା । ତିନି ଦଶକ ପରେ ବି ଏଥିରେ କିଛି ପରିବର୍ତ୍ତନ କରାଯାଇନଥିଲା । ତେବେ ଦେଶର ଶିକ୍ଷାନୀତିକୁ ବ୍ୟାପକ କରିବାକୁ ଆଜ ଏଭଳି ଘୋଷଣା କରାଯାଇଛି ।ଭାରତୀୟ ଶିକ୍ଷାକୁ ଆନ୍ତର୍ଜାତୀୟ କରାଯିବ । ସବୁଠାରୁ ବଡ କଥା ହେଉଛି ବୋର୍ଡ ପରୀକ୍ଷାକୁ ୨ ପ୍ରକାର କରାଯିବ । ଡେକ୍ସକ୍ରିପସନ ଓ ଅବଜେକଫିଭ ରହିବ । ବୋର୍ଡ ପରୀକ୍ଷାର ଗୁରୁତ୍ୱ କମାଇବାକୁ ଏଭଳି କରାଯାଉଛି । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ଶିକ୍ଷା ଦିଆଯିବ । ୬ଷ୍ଠ ଶ୍ରେଣୀରୁ ପିଲାଙ୍କୁ ଭୋକେସନାଲ ଶିକ୍ଷା ଦିଆଯିବ । କସ୍ତୁରବା ଗାନ୍ଧି ବିଦ୍ୟାଳୟରେ ଦ୍ୱାଦଶ ଯାଏଁ ସୁବିଧା ରହିବ । ତେବେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ କେମିତି ପୁନଃ ପାଠ ପଢାଇ ହେବ ସେ ନେଇ ଫୋକସ ଦିଆଯିବ । ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ମାପିବା ପାଇଁ ନ୍ୟାସନାଲ ଆସେସ ମେଣ୍ଟ ସେଣ୍ଟର ‘ପ୍ରକାଶ’ ପ୍ରତିଷ୍ଠା କରାଯିବ । ଘରୋଇ ଓ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାଧାରଣ ନିୟମ ଲାଗୁ ରହିବ । ଆଇନ ଓ ଡାକ୍ତରୀ ବ୍ୟତୀତ ଅନ୍ୟ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ଏକ ମାତ୍ର ନିୟନ୍ତ୍ରକ ଦ୍ୱାରା ପରିଚାଳିତ ହେବ ବୋଲି ବ୍ୟବସ୍ଥା ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ ରେଜଲଫ : ପାସ୍‌ ହାର ୭୮.୭୬

ମାଟ୍ରିକ ରେଜଲଫ : ପାସ୍‌ ହାର ୭୮.୭୬

Read More...

ଭାରତରେ ରାଫେଲ

ଭାରତରେ ରାଫେଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page