ଥାନା ପାଇଁ ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌ ଜାରି

July 28, 2020, ଓଡ଼ିଶା, , Anupambharat News Bureau


ଥାନା ପାଇଁ ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌ ଜାରି
Anupambharat News Bureau
July 28, 2020

ଭୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): କରୋନା ସମୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଥାନା ଗୁଡିକ ଲାଗି ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ଅଭୟ । ଗାଇଡ୍‌ ଲାଇନ୍‌ ଅନୁଯାୟୀ ଲୋକଙ୍କ ଅଭିଯୋଗ ଶୁଣିବାପାଇଁ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ରହିବ । ଟ୍ୱିଟର ଓ ଫେସବୁକ୍‌ ଭଳି ସୋସିଆଲ ମିଡିଆରେ କଣ୍ଟ୍ରୋଲ ରୁମ୍‌ ନଂ ଓ ଥାନା ଗୁଡିକର ଲ୍ୟାଣ୍ଡ ଲାଇନ୍‌ ନମ୍ବର ଦିଆଯିବ । ଥାନାକୁ ନଆସି ଫୋନ୍‌ କିମ୍ବା ଇମେଲ୍‌ ମାଧ୍ୟମରେ ଅଭିଯୋଗ ଦାଖଲ କରିବାକୁୁ ଡିପିଜି ଅଭୟ ପରାମର୍ଶ ଦେଇଛନ୍ତି । ସେହିପରି ଥାନାକୁ ଫୋନ୍‌ ମାଧ୍ୟମରେ ଆସୁଥିବା ଅଭିଯୋଗ ଗୁଡିକୁ ଏସପି ଓ ଡିଏସପି ତଦାରଖ କରିବେ । ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବାପାଇଁ ପ୍ରତି ଥାନାରେ ମୁଖ କୋଠା ଠାରୁ କିଛି ଦୂରରେ ଏକ ରିସେପସନ୍‌୍‌ ରହିବ । ଏହି ରିସେପସନ୍‌ ଅଞ୍ଚଳକୁ ନିୟମିତ ସାନିଟାଇଜ୍‌ କରାଯିବ । ରିସେପସନ୍‌ ପାଇଁ ସ୍ଥାନ ନଥିଲେ ଟେଣ୍ଟ ଲଗାଯିବ । ଅନ୍ୟପକ୍ଷରେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବାକୁ ଓ ହାତ ଧୋଇବାକୁ କୁହାଯିବ । ଡିଆଇଜି, ଏସପି ଓ ଡିଏସପିଙ୍କ ଅଫିସ୍‌ ଗେଟ୍‌ ନିକଟରେ ଫୋନ୍‌ ନମ୍ବର ଗୁଡିକ ଡିସପ୍ଲେ କରାଯିବ । ଏଥିସହ ସେଠାରେ ଏକ ଅଭିଯୋଗ ବାକ୍ସ ରଖାଯିବ ବୋଲି ଡିଜିପି ଅଭୟ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ : ଖୁବ୍‌ ଶୀଘ୍ର ଖୋଲିବ ଆଉ ତିନି

ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ : ଖୁବ୍‌ ଶୀଘ୍ର ଖୋଲିବ ଆଉ ତିନି

Read More...

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page