ସୂଚନା ମିଳୁନି, ସବୁ ଅନ୍ଧାରରେ : ଭଗବାନ ଭରସାରେ କରୋନା ଆକ୍ରାନ୍ତ

July 27, 2020, ଓଡ଼ିଶା, , Anupambharat News Bureau


ସୂଚନା ମିଳୁନି, ସବୁ ଅନ୍ଧାରରେ : ଭଗବାନ ଭରସାରେ କରୋନା ଆକ୍ରାନ୍ତ
Anupambharat News Bureau
July 27, 2020

ବ୍ରହ୍ମପୁର,୨୭ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନାର ହଟସ୍ପଟ ଗଞ୍ଜାମ ଜିଲ୍ଲାରେ କୋଭିଡ଼ ସମ୍ପର୍କିତ କିଛି ବି ସୂଚନା ମିଳୁ ନାହିଁ । ଫଳରେ ଏନେଇ ଜିଲ୍ଲାବାସୀ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛନ୍ତି । ଯଦ୍ୱରା ଜିଲ୍ଳାବାସୀ ଏକ ଅଜଣା ଭୟ ଆଡ଼କୁ ଠେଲି ହେବାରେ ଲାଗିଛନ୍ତି । ଫଳରେ ଅଜ୍ଞାତରେ ଜିଲ୍ଲାବସୀ ଡିପ୍ରେସନ୍‌ ରୋଗରେ ପୀଡ଼ିତ ହେବା ସ୍ଥିତି ବର୍ତ୍ତମାନ ସୃଷ୍ଟି ହେବାରେ ଲାଗିଛି ।
ଅନ୍ୟପକ୍ଷେ ଜିଲ୍ଲାରେ ହୋଇଥିବା କୋଭିଡ଼ ହସ୍ପିଟାଲର ଦୂରାବସ୍ଥା ନେଇ ପ୍ରତ୍ୟେକ ଦିନ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଚର୍ଚ୍ଚା ଯେ, କରୋନା ଆକ୍ରାନ୍ତ ସୁସ୍ଥ ହେବା ଡାକ୍ତରଙ୍କ ହାତରେ ନୁହେଁ ପୁରା ଭଗବାନଙ୍କ ଭରସାରେ ରହିଛି । ରାଜ୍ୟରେ ଚିନ୍ତା ବଢ଼ାଇଥିବା ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାର ପୁରା ଫୋକସ ଦେଉଥିବା କୁହାଯାଇଛି । ଫଳସ୍ୱରୂପ ଗତ ୨୦ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ କରୋନା ପରିଚାଳନାକୁ ପ୍ରଭାବପୂର୍ଣ୍ଣ ଲାଗି ବହୁ ପଦକ୍ଷେପ ଘୋଷଣା କରିଥିଲେ । ସେଥି ମଧ୍ୟରୁ ୩୦ ଜଣ ଏମବିବିଏସ୍‌ ଡାକ୍ତର, ୧୦୦ ଜଣ ଆୟୁଷ ଡାକ୍ତର ଏବଂ ୨୭ ଜଣ ଲାବୋରେଟୋରୀ ଟେକ୍‌ନିସିଆନଙ୍କୁ ପଠାଯିବ ବୋଲି ପ୍ରକାଶ କରିଥିଲେ । ତେବେ ଇତିମଧ୍ୟରେ ଆଠ ଦିନ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ ଏଯାବତ୍‌ କେତେ ଡାକ୍ତର ଏବଂ ଅନ୍ୟ ଷ୍ଟାପ ଆସିଲେ ତାର କିଛି ସୂଚନା ମିଳୁ ନାହିଁ ।
ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରଦିନ ଜିଲ୍ଲାପାଳ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପରିସରରେ ପ୍ଳାଜମା ଥେରାପି କେନ୍ଦ୍ରକୁ ଆରମ୍ଭ କରିଥିଲେ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ଟ୍ରାନ୍ସଫୁ୍ୟଜନ ମେଡିସିନ ଡିପାର୍ଟମେଣ୍ଟର ଛ’ ୟୁନିଟ୍‌ କନ୍‌ଭେଲ୍ସମେଣ୍ଟ ପ୍ଳାଜମା ଅଣାଯାଇ ଟାଟା କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ତିନି ଗୁରୁତର ରୋଗୀଙ୍କୁ ୩ ୟୁନିଟ୍‌ କନ୍‌ଭେଲ୍ସମେଣ୍ଟ ପ୍ଳାଜମା ପ୍ରଦାନ କରାଯାଇଥିଲା । ଇତିମଧ୍ୟରେ ସପ୍ତାହ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଅନ୍ୟ ତିନି ୟୁନିଟ ପ୍ଳଜମା କାହାକୁ ଦିଆଗଲା କି ନାହିଁ ସେ ନେଇ ମଧ୍ୟ କିଛି ସୂଚନା ପ୍ରଶାସନ ଦେଉ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଦିନ ଜିଲ୍ଲାର ବରିଷ୍ଠ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଭଞ୍ଜନଗର ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତି ରହିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହେଲା ନା ନାହିଁ ଏବଂ କରୋନା ଦାଉରେ ଛଟପଟ ଜିଲ୍ଲାବାସୀ ଏଥିରୁ କେତେଦୂର ଉପକୃତ ହେଲେ ସେ ନେଇ ଉଭୟ ଆଜିଯାଏ ପଦୁଟିଏ ମଧ୍ୟ ପ୍ରକାଶ କରିନଥିବା ଚକିତର ବିଷୟ ହୋଇଛି । ଅନ୍ୟପକ୍ଷେ ଶୀତଳାପଲ୍ଳୀ କୋଭିଡ଼ ହସ୍ପିଟାଲର ପରିଚାଳନା ଦାୟିତ୍ୱ ଭୁବନେଶ୍ୱରର ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପ୍ରଦାନ କରାଯାଇଥିବା କୁହାଯାଇଥିଲା ।
ତେବେ ହାଇଟେକ କର୍ତ୍ତୃପକ୍ଷ ମେଡ଼ିକାଲ ପରିଚାଳନା ଦାୟିତ୍ୱ ନେଲା କି ନାହିଁ ତାହା ଆଜି ଯାଏ ସ୍ପଷ୍ଟ ହୋଇ ପାରି ନାହିଁ । ଜିଲ୍ଲାରେ କୋଭିଡ଼ ସମ୍ପର୍କିତ ତଥ୍ୟ ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ପଚାରିଲେ ସେମାନେ ସିଧା ସିଧା କହୁଛନ୍ତି ଆମେ ଜାଣିନୁ । ଆଉ ଜିଲ୍ଲାପାଳଙ୍କୁ ଏନେଇ ଯୋଗାଯୋଗ କଲେ ତାଙ୍କ ଉତ୍ତର ହେଲା ଟୁଇଟରେ ସବୁ ସୂଚନା ପାଇଯିବେ । ଜିଲ୍ଲାର କୋଭିଡ଼ ହସ୍ପିଟାଲ ଗୁଡ଼ିକରେ ଅବ୍ୟବସ୍ଥା ନେଇ ପ୍ରତ୍ୟେକ ଦିନ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଫଳରେ କିଛି ଆକ୍ରାନ୍ତ ଏଠାକୁ ଯିବାକୁ ନିରାପଦ ମଣୁ ନାହାନ୍ତି । ଯାହାଫଳରେ ସେମାନେ ଭୁବନେଶ୍ୱର ଯାଇ ସେଠାରେ ଚିକିତ୍ସା ହେଉଥିବା କୁହାଯାଇଛି । ଅନ୍ୟପକ୍ଷେ ଯଦି କେହି ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ ଅଭିଯୋଗ କରୁଛନ୍ତି ତାହେଲେ ସେମାନଙ୍କୁ ସାତ ଦିନ ପରିବର୍ତ୍ତେ ତିନି ଚାରି ଦିନ ହସ୍ପିଟାଲରେ ରଖାଯାଇ ସମ୍ପୂର୍ଣ୍ଣ ସୁସ୍ଥ ନହୋଇଥିଲେ ବି ଘରକୁ ବିଦା କରାଯାଉଛି ବୋଲି ମଧ୍ୟ ଅଭିଯୋଗ ଆସିବାରେ ଲାଗିଛି ।
ଗୋଟିଏ ପଟେ କିଛି ବି ସୂଚନା ମିଳୁ ନାହିଁ ଅନ୍ୟପକ୍ଷେ ଏଭଳି ଅବ୍ୟବସ୍ଥାରୁ ଆକ୍ରାନ୍ତ ବର୍ତ୍ତମାନ ଭଗବାନ ଭାରସାରେ ଥିବା କୁହାଯାଉଛି । ଅନ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ବ୍ରହ୍ମପୁର ମେଡ଼ିକାଲ୍‌ କଲେଜର ଏମରଜେନ୍ସି ଏବଂ ଓପିଡି ତୁରନ୍ତ ଖୋଲିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ ମଧ୍ୟ ଆଜିଯାଏ କାର୍ଯ୍ୟକାରୀ ହୋଇ ପାରି ନାହିଁ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୯ରେ ମାଟ୍ରିକ ପରୀକ୍ଷା ଫଳ

୨୯ରେ ମାଟ୍ରିକ ପରୀକ୍ଷା ଫଳ

Read More...

ଆଲବମ୍‌ ଅଭିନେତ୍ରୀ ଦୀପାଙ୍କ ପରଲୋକ

ଆଲବମ୍‌ ଅଭିନେତ୍ରୀ ଦୀପାଙ୍କ ପରଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page