ନୋ ମ୍ୟାନ୍‌ ଲ୍ୟାଣ୍ଡରେ ୨୦ କିମି ରାସ୍ତା ନିର୍ମାଣ କଲା ଚୀନ୍‌

July 26, 2020, ଦେଶ, , Anupambharat News Bureau


ନୋ ମ୍ୟାନ୍‌ ଲ୍ୟାଣ୍ଡରେ ୨୦ କିମି ରାସ୍ତା ନିର୍ମାଣ କଲା ଚୀନ୍‌
Anupambharat News Bureau
July 26, 2020

ନୂଆଦିଲ୍ଲୀ, ୨୬ା୭: ପୂର୍ବ ଲଦାଖ ସୀମାରେ ତିକ୍ତତା ପରେ ମଧ୍ୟ ଚୀନ୍‌ ସୁଧୁରୁନାହିଁ । ବର୍ତ୍ତମାନ ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲା ସୀମାବର୍ତ୍ତୀ ତିବ୍ଦତରେ ୨୦ କିଲୋମିଟର ରାସ୍ତା ନିର୍ମାଣ କରିଛି । ଯେଉଁଥିରେ ୨ କିମି ‘ନୋ ମ୍ୟାନ୍‌ ଲ୍ୟାଣ୍ଡ’ ମଧ୍ୟ ଅଛି । ସୀମାନ୍ତର ଶେଷ ଗାଁ କୁନୁ ଚାରୁଙ୍ଗ ଗ୍ରାମବାସୀ ପ୍ରଥମେ ଏସମ୍ପର୍କରେ ପ୍ରଶାସନକୁ ଜଣାଇଥିଲେ । ଏହା ପରେ ଗୁପ୍ତଚର ଅନୁସନ୍ଧାନର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି । ରାତିର ଅନ୍ଧାରରେ ଚୀନ୍‌ ତରବରିଆ ଭାବେ ଖେମକୁଲା ପାସ୍‌ ଆଡକୁ ରାସ୍ତା ନିର୍ମାଣ କରୁଛି । ଚାଇନାରୁ ରେକି କରିବା ପାଇଁ ପ୍ରଥମେ ଡ୍ରୋନ୍‌ ଆସିଥାଏ ଏବଂ ପରେ ରାତିରେ ପର୍ବତ କାଟିବା ପାଇଁ ବିସ୍ପୋରଣର ଶବ୍ଦ ଶୁଣାଯାଏ । ଏହା ପରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରିଦିଆଯାଇଛି । ସୂଚନାଯୋଗ୍ୟ ଯେ ହିମାଚଳ ପ୍ରଦେଶର କିନ୍ନୋର ଏବଂ ଲାହୋଲ୍‌ ସ୍ପିଟିର ଦୁଇଟି ଜିଲ୍ଲା ସହିତ ୨୪୦ କିଲୋମିଟର ଲମ୍ବର ଚୀନ୍‌ ସୀମା ରହିଛି । କିନ୍ନୋରର ତିବ୍ଦତଠାରୁ ୧୨୦ କିଲୋମିଟର ସୀମା ରହିଛି । ଚାରଙ୍ଗ ଗ୍ରାମ ଚୀନ୍‌ ସୀମାଠାରୁ ୨୨ କିଲୋମିଟର ଦୂରରେ ଅବସ୍ଥିତ । ଏହା ଚୀନ୍‌ ସୀମାର ଶେଷ ଗାଁ ବୋଲି ବିବେଚନା କରାଯାଏ । ନିକଟରେ ଚାରଙ୍ଗ ଗାଁର କିଛି ମେଷପାଳକ ସାମରିକ ବାହିନୀ ସହିତ ଗାଁଠାରୁ ପ୍ରାୟ ୨୨ କିଲୋମିଟର ଚୀନ୍‌ ସୀମାକୁ ଯାଇଥିଲେ । ଏହି ଲୋକମାନେ ପ୍ରଥମେ ତିବ୍ଦତ ଅଞ୍ଚଳ ଆଡକୁ ନିର୍ମିତ ରାସ୍ତା ଦେଖିଥିଲେ । ତେବେ ଗତ କିଛି ମାସ ହେଲା ଭାରତ ଓ ଚୀନ ସେନା ମଧ୍ୟରେ ସୀମାରେ ଉତ୍ତେଜନା ଲାଗି ରହିଥିଲା । ଏପରିକି ଗଲୱାନ ଉପତ୍ୟକାରେ ଉଭୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହାପରେ ଉଭୟ ଦେଶ ପକ୍ଷରୁ ବହୁ ସ୍ତରୀୟ ଏବଂ ପର୍ଯ୍ୟାୟ କ୍ରମେ ଆଲୋଚନା ହୋଇଥିଲା । ଏହାପରେ ଉଭୟ ସେନା ଉପରୋକ୍ତ ଉପତ୍ୟାକାରୁ ନିଜ ନିଜ ସେନା ପ୍ରତ୍ୟାହାର କରିଥିଲେ । ତେବେ ଚୀନ ପକ୍ଷରୁ ଅନ୍ତର୍ଜାତୀୟ ସୀମାରେ କିଛି କିଛି କାର୍ଯ୍ୟକ୍ରମ ଜାରି ରଖିଥିବାରୁ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାରଗିଲ ବିଜୟକୁ ୨୧ ବର୍ଷ

କାରଗିଲ ବିଜୟକୁ ୨୧ ବର୍ଷ

Read More...

କଳାହାଣ୍ଡି ଡେପୁଟି କଲେକଫର ନିଲମ୍ବିତ

କଳାହାଣ୍ଡି ଡେପୁଟି କଲେକଫର ନିଲମ୍ବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page