ବହୁମତ ସହ ପୁଣି ବିଜେପି ସରକାର ଗଢ଼ିବ

May 18, 2019, ଦେଶ, , Anupambharat News Bureau


ବହୁମତ ସହ ପୁଣି ବିଜେପି ସରକାର ଗଢ଼ିବ
Anupambharat News Bureau
May 18, 2019

ନୂଆଦିଲ୍ଲୀ,୧୭ା୫: ଦୀର୍ଘ ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିଛି । ଦଳୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ମିଳିତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଗତ ୫ପାଞ୍ଚ ବର୍ଷର ଶାସନ କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନଥିଲେ । ଏନେଇ ବିରୋଧୀ ମଧ୍ୟ କଡା ସମାଲୋଚନା କରିଥିଲେ । ତେବେ ଏକ ଚକିତ ଘଟଣାକ୍ରମେ ସାଧାରଣ ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ଭୋଟ ପ୍ରଚାରର ଶେଷ ଦିନରେ ମୋଦି ଏହି ପ୍ରତିକ୍ଷିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଦୀର୍ଘ ୫ ବର୍ଷ ମଧ୍ୟରେ ଏଭଳି ବହୁ ସଂଖ୍ୟକ ସାମ୍ବାଦିକଙ୍କୁ ମୋଦି କେବେ ମୁହାଁମୁହିଁ ସମ୍ମୁଖୀନ ହୋଇ ନଥିଲେ । ଆଜି କିନ୍ତୁ ପ୍ରଚାରର ଶେଷ ଦିନରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବ । ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା କିନ୍ତୁ ଦୀର୍ଘ ୫ ବର୍ଷର ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ । ଏହା ବ୍ୟତୀତ ଏନ୍‌ଡିଏ ସରକାରଙ୍କ କାର୍ଯ୍ୟ ପରିବେଷଣ ଓ ଚଳିତ ନିର୍ବାଚନର ପ୍ରଚାର ଧାରା ମଧ୍ୟ ପ୍ରକାଶ କରିଥିଲେ । ଯେହେତୁ ଶାହାଙ୍କ ଦ୍ୱାରା ଏହି ସମ୍ମିଳନୀ ଡକା ଯାଇଛି ଦଳୀୟ ଶୃଙ୍ଖଳା ଅନୁଯାୟୀ କୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ବୋଲି ମୋଦି ସ୍ପଷ୍ଟ କରିଦେଇଥିଲେ । ଅନ୍ୟପକ୍ଷରେ ମୋଦିଙ୍କ ଆଜିର ନିରବତ୍ତାକୁ ନେଇ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ପୃଥକ୍‌ ମତ ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୋକାନ ଭିତରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ:ଗୁରୁତର ଦମ୍ପତି

ଦୋକାନ ଭିତରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ:ଗୁରୁତର ଦମ୍ପତି

Read More...

ସରକାରୀ ଅର୍ଥ ଆତ୍ମସାତ୍‌,   ବରିଷ୍ଠ କିରାଣୀ ଗିରଫ

ସରକାରୀ ଅର୍ଥ ଆତ୍ମସାତ୍‌, ବରିଷ୍ଠ କିରାଣୀ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page