ମୋଟା ଲୋକଙ୍କୁ କରୋନା ବିପଦ ବେଶୀ

July 25, 2020, ଦେଶ, , Anupambharat News Bureau


ମୋଟା ଲୋକଙ୍କୁ କରୋନା ବିପଦ ବେଶୀ
Anupambharat News Bureau
July 25, 2020

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସୁସ୍ଥ ଲୋକଙ୍କ ତୂଳନାରେ ଅଧିକ ଓଜନର ଲୋକଙ୍କୁ ମୃତ୍ୟୁର ବିପଦ ଅଧିକ ରହିଛି । ବ୍ରିଟେନ୍‌ରେ ସରକାରୀ ଏଜେନ୍ସି ପବ୍ଲିକ ହେଲ୍‌ଥ୍‌ ଇଂଲଣ୍ଡର ରିପୋର୍ଟରେ ଏହାର ଖୁଲାସା ହୋଇଛି । କରୋନା ସଂକ୍ରମିତ ଅଧିକ ଓଜନର ଲୋକଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକତାଠୁ ୭ ଗୁଣ ଅଧିକ ରହିଥାଏ ।
ବଡି ମାସ ଇଣ୍ଡେକ୍ସ ୨୫ରୁ ଉପରେ ଥିଲେ ଜାଣି ରଖ;ୁ ଯେ, ଲୋକଙ୍କ ଓଜନ ଆବଶ୍ୟକତାଠୁ ଅଧିକ ରହିଛି । ଏମିତି ଲୋକଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ଅଧିକ ରହିଥାଏ । ମାତ୍ର ବଡି ମାସ ଇଣ୍ଡେକ୍ସ ୩୦ ରୁ ୩୫ ଥିଲେ ଏମିତି ଲୋକଙ୍କ ପ୍ରତି କରୋନା ମୃତ୍ୟୁ ବିପଦ ୪୦ ପ୍ରତିଶତ ଅଧିକ ବଢିଥାଏ ।
ରିପୋର୍ଟ ଅନୁଯାୟୀ, ବଡି ମାସ ଇଣ୍ଡେକ୍ସ ୨୫ରୁ ଅଧିକ ରହିଲେ କରୋନାରେ ଗମ୍ଭୀର ରୋଗରେ ପଡିବାର ବିପଦ ଦୁଇ ଗୁଣ ବୃଦ୍ଧି ଘଟିଥାଏ । ଏହା ସହ ମୃତ୍ୟୁର ବିପଦ ୩ ଗୁଣ ବଢିଥାଏ । ଭେଣ୍ଟିଲେଟରର ଆବଶ୍ୟକତା ସମ୍ଭାବନା ବି ସାତ ଗୁଣ ବଢିଯାଏ । କେବଳ ଅଧିକ ଓଜନ ଥିଲେ କରୋନା ସଂକ୍ରମିତ ହେବାର ବିପଦ ବଢିନଥାଏ । ଆବଶ୍ୟକତାଠୁ ଅଧିକ ଓଜନ ଥିବା ଲୋକଙ୍କ ସଂଦର୍ଭରେ ଡାକ୍ତରଙ୍କ କହିବା କଥା ବ୍ୟକ୍ତି ନିଜର ଓଜନ ଯେତେ କିଲୋ କମ କରିବେ, କରୋନା ବିପଦ ସେତିକି କମ ହୋଇଯାଏ । ପବ୍ଲିକ ହେଲ‘ ଇଂଲଣ୍ଡର ରିପୋର୍ଟରେ କୁହାଯାଇଛି, ଅଧିକ ମୋଟାପଣରୁ ରେସ୍ପିଟେରୀ ସିଷ୍ଟମ ପ୍ରଭାବିତ ହୋଇଥାଏ । ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିଥାଏ । ଏହା ପୂର୍ବରୁ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବରିସ ଜନସନ କହିଥିଲେ, କରୋନାର ଦ୍ୱିତୀୟ ଲହରର ଆଶଙ୍କାକୁ ଦେଖି ଲୋକଙ୍କୁ ନିଜର ଓଜନ କମାଇବା ଉଚିତ ।
କିଛି ରିପୋର୍ଟରୁ ଏହା ମଧ୍ୟ ଜଣା ପଡିଛି, ଲକïାଉନ୍‌ କାରଣରୁ ଲୋକ ଅଧିକ ଜଳଖିଆ ଖାଉଛନ୍ତି ଏବଂ କମ ବ୍ୟାୟାମ କରୁଛନ୍ତି । ବ୍ରିଟେନ୍‌ରେ ଦୁଇ ତୃତୀୟାଂଶ ଲୋକଙ୍କ ଓଜନ ଅଧିକ ରହିଛି । ବ୍ରିଟେନ୍‌ରେ ଅଦ୍ୟାବଧି କରୋନାରେ ୪୫,୭୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ଏହା ପଛରେ ମୋଟାପଣ କାରଣ ମଧ୍ୟ ହୋଇପାରେ । କରୋନା ସଂକ୍ରମଣକୁ ବ୍ରେକ ଲାଗୁନି ।
ଦେଶରେ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ଦୁଇ ଦିନରେ ଏକ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଶନିବାର ଦେଶରେ ୪୮ ହଜାର ୯୧୬ ନୂଆ ମାମଲା ସାମ୍ନାକୁ ଆସିଥିଲା ୭୫୭ ରୋଗୀ ପ୍ରାଣ ହରାଇଛନ୍ତି । ଦେଶରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧ରେ ପହଞ୍ଚିଛି । ଗତକାଲି ୪୯ ହଜାର ୩୧୦ ମାମଲା ସାମ୍ନାକୁ ଆସିଥିବାବେଳେ ୭୪୦ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୪ ଲକ୍ଷ ୫୬ ହଜାର ୭୧ ଆକଫିଭ ମାମଲା ରହିଛି ।
କରୋନା ମହାମାରୀ ଯୋଗୁଁ ଏବେ ସୁଦ୍ଧା ୩୧ ହଜାର ୩୫୮ ଜଣ ପ୍ରାଣ ହରାଇ ସାରିଛନ୍ତି । ତେବେ ଭଲ ଖବର ହେଲା ୮ ଲକ୍ଷ ୪୯ ହଜାର ୪୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଦେଶରେ ସୁସ୍ଥହାର ୬୩.୫୦ ପ୍ରତିଶତ ରହିଛି । ସଂକ୍ରମଣ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୯ ହଜାର ୬୧୫ ନୂଆ ମାମଲା ସାମ୍ନାକୁ ଆସିଛି ।
ଗୋଟିଏ ଦିନରେ ୨୭୮ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ୫୭ ହଜାର ୧୧୭ ଜଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ମହାରାଷ୍ଟ୍ର ପରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଗୁଜୁରାଟରେ ଗତ ୨୪ ଘଣ୍ଟାରେ ଏକ ହଜାର ୬୮ ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ପାର କରି ସାରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗଷ୍ଟ ୧ରୁ ଖୋଲିବ ସିନେମା ହଲ୍‌

ଅଗଷ୍ଟ ୧ରୁ ଖୋଲିବ ସିନେମା ହଲ୍‌

Read More...

ଆସନ୍ତା ବିତ୍ତୀୟରେ ଅର୍ଥନୈତିକ ଅଭିବୃଦ୍ଧି ୬% ରହିବ :ନୀତି ଆୟୋଗ

ଆସନ୍ତା ବିତ୍ତୀୟରେ ଅର୍ଥନୈତିକ ଅଭିବୃଦ୍ଧି ୬% ରହିବ :ନୀତି ଆୟୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page