ରେକର୍ଡ଼ ନମୁନା ପରୀକ୍ଷା

July 25, 2020, ଦେଶ, , Anupambharat News Bureau


ରେକର୍ଡ଼ ନମୁନା ପରୀକ୍ଷା
Anupambharat News Bureau
July 25, 2020

ନୂଆଦିଲ୍ଲୀ,୨୫ା୭: ସମଗ୍ର ବିଶ୍ୱରେ ଉଗ୍ରରୂପ ଧାରଣ କରିଛି କରୋନା ଭୂତାଣୁ ମହାମାରୀ । ଦୈନିକ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ବହୁ ହଜାର ଜୀବନ ହରାଉଥିବା ଘଟଣା ସାଧାରଣ ଲୋକଙ୍କ ମନରେ ଭୟ ଓ ଆତଙ୍କ ଜାରି ରହିଛି । ବାସ୍ତବିକ ଜୀବନ ଅନିଶ୍ଚିତତା ଭିତରେ ଗତି କରିଛି । ସମଗ୍ର ବିଶ୍ୱରେ ଏହି କରୋନା ରୋଗରେ ଆଜି ସୁଦ୍ଧା ୬ ଲକ୍ଷ ୪୮ ହଜାର ୬୫୨ ସଂଖ୍ୟକ ଲୋକ ପୀଡିତ ହୋଇ ଜୀବନ ହରାଇଛନ୍ତି । ଏହାବ୍ୟତୀତ ବିଶ୍ୱରେ ୨୧୩ ରାଷ୍ଟ୍ର ଏହି କରୋନା ସଂକ୍ରମଣର କବ୍‌ଜାରେ ରହିଥିବା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୭ ଲକ୍ଷ ୩୬ ହଜାରରୁ ଉର୍ଦ୍ଧ୍ୱକୁ ଟପି ଯାଇଛି । ଭାରତରେ ମଧ୍ୟ ସଂକ୍ରମଣର ସ୍ଥିତି ଅତ୍ୟନ୍ତ ଗମ୍ଭୀରଜନକ ରହିଛି । ସଂକ୍ରମଣର ମାତ୍ରା ପବନ ବେଗରେ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ପରୀକ୍ଷା କରି ଚିକିତ୍ସା କରିବା ଭାରତ ସରକାରଙ୍କ ପ୍ରତି ଏକ ବୃହତ୍ତର ଚ୍ୟାଲେଞ୍ଜ ହୋଇପଡିଛି । ବହୁ ସଂଖ୍ୟକ ରୋଗୀଙ୍କ ନମୁନାର ସଠିକ୍‌ ପରୀକ୍ଷଣ କରାଯାଇ ଏମାନଙ୍କୁ ଚିକିତ୍ସା କରିବା ଦିଗରେ ସରକାରଙ୍କ କାର୍ଯ୍ୟଧାରା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ତଥା ରେକର୍ଡ ସ୍ତରରେ ୪ ଲକ୍ଷ ୨୦ ହଜାର କୋଭିଡ଼-୧୯ ନମୁନା ପରୀକ୍ଷଣ କରାଯାଇପାରିଛି । କ୍ରମାଗତ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଆଜି କିନ୍ତୁ ସର୍ବାଧିକ ହାରରେ ପରୀକ୍ଷା କରାଯାଇପାରିଛି । ତେଣୁ ୧୦ ଲକ୍ଷ ସନ୍ଦିUଙ୍କ ପିଛା ୧୧,୪୮୫ ସଂଖ୍ୟାରେ ପରୀକ୍ଷା ହାର ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ଯଦିଓ ମାତ୍ର ଗୋଟିଏ ଲ୍ୟାବ୍‌ରେ ଏହି ନମୁନା ପରୀକ୍ଷା କରାଯାଉଥିଲା । ତେବେ ଜୁଲାଇ ମାସ ବେଳକୁ ଦେଶରେ ଲ୍ୟାବ୍‌ ସଂଖ୍ୟା ୧୩୦୧କୁ ବୃଦ୍ଧି ପାଇଛି । ଏଥିରେ ସରକାରୀ ଲ୍ୟାବ୍‌ ୯୦୨ ଥିବା ବେଳେ ଘରୋଇ ଲ୍ୟାବ୍‌ ୩୯୯ ସଂଖ୍ୟକ ରହିଛି । କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ଅନୁଯାୟୀ ଭାରତୀୟ ଭେଷଜ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍‌ଆର)ର ଗାଇଡ଼ଲାଇନ ଅନୁଯାୟୀ ନମୁନା ପରୀକ୍ଷଣ କରାଯାଉଛି । ବିଶ୍ୱରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତରେ କରୋନା ମୃତକଙ୍କ ସଂଖ୍ୟା ୨.୩ ପ୍ରତିଶତ ହାରରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୩୨,୨୨୩ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଥିବା ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।
ଦେଶରେ ପରୀକ୍ଷା ଏବଂ ସୁସ୍ଥ ହେଉଥିବା ସଂଖ୍ୟା ବୃଦ୍ଧି ପାଉଛି ବୋଲି କେନ୍ଦ୍ର ସରକାର ଯଦିଓ ସୂଚନା ଦେଇଛନ୍ତି, ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଗତ ୨୪ ଘଣ୍ଟାରେ ଭାରତରେ ୭୫୭ ସଂଖ୍ୟକ କରୋନା ରୋଗୀଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ଭାରତରେ ସମୁଦାୟ ମୃତକଙ୍କ ସଂଖ୍ୟା ୩୧,୩୫୮କୁ ବୃଦ୍ଧି ପାଇଛି । ଦେଶରେ ସଂକ୍ରମଣର ମାତ୍ରା ମଧ୍ୟ ସାଂଘାତିକ ରୂପ ଧାରଣ କରିଛି । ଗତ ୨୪ ଘଣ୍ଟାରେ ୪୮, ୯୧୬ ସଂଖ୍ୟକ ଲୋକ ପୁଣି ନୂତନ ଭାବେ କୋଭିଡ଼-୧୯ ପଜିଟିଭ ତାଲିକାରେ ଯୋଡ଼ି ହୋଇଯାଇଥିବା ଜଣାଯାଇଛି । ଏହାକୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧କୁ ବୃଦ୍ଧି ପାଇଛି । ପୂର୍ବଭଳି ଭାରତର ମହାରାଷ୍ଟ୍ରରେ ହିଁ ସର୍ବାଧିକ ହାରରେ ଆକ୍ରାନ୍ତ ଓ ମୃତକ ଦେଖିଦେଇଛି । ପୁଣି ଆଜି ରାଜ୍ୟରେ ୯୬୧୫ ସଂଖ୍ୟକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱକୁ ଟପି ଯାଇଛି । ରାଜ୍ୟରେ ପୁଣି ୨୭୮ ସଂଖ୍ୟକ ରୋଗୀଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ୧୩, ୧୩୨ ସଂଖ୍ୟକ ଲୋକ ମୃତୁ୍ୟବରଣ କରିଛନ୍ତି । ତାମିଲନାଡ଼ୁରେ ୬୭୮୫ ସଂଖ୍ୟକ ଲୋକ ପୁଣି ଗୋଟିଏ ଦିନରେ ପଜିଟିଭ ଚିହ୍ନଟ ହୋଇଛନ୍ତି, ତେଣୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷରେ ପହଞ୍ଚିଛି । ମୃତକଙ୍କ ସଂଖ୍ୟାରେ ବୃଦ୍ଧି ପାଇ ୩୩୨୦କୁ ପହଞ୍ଚି ଯାଇଛି । କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୮୫ ହଜାର ଟପି ଯାଇଛି । ଆନ୍ଧ୍ରପ୍ରଦେଶରେ ପୁଣି ୮ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଟପି ଯାଇଛି । ଦେଶର ସମସ୍ତ ରାଜ୍ୟରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବହୁ ରାଜ୍ୟରେ ପ୍ରକୃତ ଚିକିତ୍ସା ଅଭାବ ଯୋଗୁଁ କୋଭିଡ଼ ହସ୍‌ପିଟାଲ୍‌ରେ ପ୍ରବେଶ କରିବା ମାତ୍ରକେ ଜୀବନ ଯାଉଥିବା ଭଳି ସାଂଘାତିକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ତେବେ ଏ କ୍ଷେତ୍ରରେ କୋଭିଡ଼-୧୯ର ଗାଇଡ଼ଲାଇନ ଅନୁଯାୟୀ ଏ ଦିଗରେ କୌଣସି ଅଭିଯୋଗ ହେଉନାହିଁ କିମ୍ବା ସରକାର ବା ପ୍ରଶାସନ ଉତ୍ତରଦାୟୀ ମଧ୍ୟ ହେଉନଥିବା ଗଣତନ୍ତ୍ର ପାଇଁ ଏକ ବୃହତ୍ତର ସମସ୍ୟା ସୃଷ୍ଟି କରିଛି । ଚୀନ୍‌ରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର କରୋନା ଭାଇରସ ଗୋଟିଏ ପରେ ଗୋଟିଏ ଦେଶକୁ ଗ୍ରାସ କରି ବିଶ୍ୱର ୨୧୩ ରାଷ୍ଟ୍ରକୁ ପ୍ରଭାବିତ କରିସାରିଛି । ଇତିମଧ୍ୟରେ ବିଶ୍ୱରେ ଆଜିସୁଦ୍ଧା ୬ ଲକ୍ଷ ୩୯ ହଜାର ୬୫୨ ସଂଖ୍ୟକ ଲୋକ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚେଙ୍କରୁ ଦେଢ ବର୍ଷର ଶିଶୁ ମୃତ

ଚେଙ୍କରୁ ଦେଢ ବର୍ଷର ଶିଶୁ ମୃତ

Read More...

କରୋନା ଦିନକରେ ନେଲା ୧୦ ମୁଣ୍ଡ ,ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ତିନି , ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୩୦କୁ ବୃଦ୍ଧି

କରୋନା ଦିନକରେ ନେଲା ୧୦ ମୁଣ୍ଡ ,ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ତିନି , ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୩୦କୁ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page