ଦେଶରେ ସଂକ୍ରମଣ ସ୍ଥିତି ଗମ୍ଭୀର

July 23, 2020, ଦେଶ, , Anupambharat News Bureau


ଦେଶରେ ସଂକ୍ରମଣ ସ୍ଥିତି ଗମ୍ଭୀର
Anupambharat News Bureau
July 23, 2020

ନୂଆଦିଲ୍ଲୀ-ସମଗ୍ର ବିଶ୍ୱର ୨୧୩ ରାଷ୍ଟ୍ରରେ କୋଭିଡ-୧୯ କରୋନା ଭୁତାଣୁର ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ଭାବରେ ବ୍ୟାପିଯାଇଛି । ମନୁଷ୍ୟ ଜୀବନ ପ୍ରତି ଏହି ଭାଇରସ ଏକ ଅନିଶ୍ଚିତତା ସୃଷ୍ଟି କରିଛି । ବିଶ୍ୱରେ ପ୍ରଭାବିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ଗତ କିଛି ଦିନ ଧରି ତୃତୀୟ ସ୍ଥାନରେ ରହିଥିବା ଭାରତରେ ଗତ ୨୪ ଘଣ୍ଟାରେ ସର୍ବାଧିକ ଓ ରେକର୍ଡ ସ୍ଥରର ଜୀବନ ହାନୀ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟରେ ୧୧୨୯ ସଂଖ୍ୟକ ସର୍ବାଧିକ ହାରରେ ଭାରତରେ କରୋନା ରୋଗରେ ପୀଡିତ ହୋଇ ଜୀବନ ହରାଇଥିବା ଘଟଣା ଦେଶର ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । ଗତ ରିପୋର୍ଟ ଅନୁଯାୟୀ ଭାରତରେ ସମୁଦାୟ ୨୯,୮୬୧ ସଂଖ୍ୟକ ଲୋକ କରୋନା ରୋଗରେ ମୃତୁ୍ୟବରଣ କରିଛନ୍ତି । ଏହା ବ୍ୟତୀତ ମାତ୍ର ଗୋଟିଏ ଦିନରେ ୪୫,୭୨୦ ସଂଖ୍ୟକ ସର୍ବାଧିକ ହାରରେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବା ଘଟଣା ମଧ୍ୟ ଲୋକଙ୍କୁ ଆତଙ୍କିତ କରିଛି । ଏହାକୁ ମିଶାଇ ଭାରତରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫ କୁ ପହଞ୍ଚିଯାଇଛି । ବାସ୍ତବିକ ଆଜିର ରିପୋର୍ଟ ଦେଶବାସୀଙ୍କୁ ଆତଙ୍କିତ କରିଦେଇଛି । କରୋନା ଅଣାୟତ ହୋଇପଡିିଥିବା ଏକ ଜଲନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । କ୍ରମାଗତ ମହାରାଷ୍ଟ୍ରରେ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପୁଣି ମହାରାଷ୍ଟ୍‌୍ରରେ ୨୮୦ ଜଣ ବ୍ୟକ୍ତି ପ୍ରାଣ ହରାଇବା ଯୋଗୁ ସମୁଦାୟ ମୃତକଙ୍କ ସଂଖ୍ୟା ୧୨,୫୫୬ କୁ ବୃଦ୍ଧି ପାଇଛି । ଠିକ ସେଭଳି ରାଜ୍ୟରେ ନୂତନ ଭାବେ ୧୦,୫୭୬ ସଂଖ୍ୟକ ଲୋକ ପଜିଟିଭ ଚିହ୍ନଟ ହେବା ଯୋଗୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାରରୁ ଉର୍ଦ୍ଧ୍ୱକୁ ଟପିଯାଇଛି । ସୂଚନା ଯେ ଆଜି ରିପୋର୍ଟ ଅନୁଯାୟୀ ତାମିଲନାଡୁରେ ସର୍ବାଧିକ ହାତରେ ଏବଂ ରେକର୍ଡ ସ୍ଥରର ମୃତୁ୍ୟ ସଂଖ୍ୟା ୫୧୮ ବୃଦ୍ଧି ପାଇବା ଯୋଗୁ ସମୁଦାୟ ମୃତକଙ୍କ ସଂଖ୍ୟା ରାଜ୍ୟରେ ୩୧୪୪ କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ୫୮୪୯ ସଂଖ୍ୟକ ନୂତନ ପଜିଟିଭ ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାରରୁ ଉର୍ଦ୍ଧ୍ୱକୁ ଟପିଯାଇଛି । ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀର ସ୍ଥିତି ମଧ୍ୟ ସାଘାଂତିକ ରହିଛି । ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୨୬ ହଜାର ଟପିଯାଇଛି । କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ ୪୭୬୪ ସଂଖ୍ୟକ ଆକ୍ରାନ୍ତ ବୃଦ୍ଧି ପାଇବା ଯୋଗୁଁ ସମୁଦାୟ ପଜିଟିଭ ସଂଖ୍ୟା ୭୫, ୮୩୩ କୁ ପହଞ୍ଛିଯାଇଛି । ରାଜ୍ୟରେ ଆଜି ସୁଦ୍ଧା ୧୫୧୯ ସଂଖ୍ୟକ ଲୋକ ଜୀବନ ହରାଇଲେଣି । ଆନ୍ଦ୍ରପ୍ରଦେଶରେ ପୁଣି ୬୫ ରୋଗୀ ଜୀବନ ହରାଇବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୮୨୩ କୁ ପହଞ୍ଛିଯାଇଛି । ପୁଣି ନୂତନ ଭାବେ ୬୦୪୫ ସଂଖ୍ୟକ ନୂତନ ପଜିଟିଭ ଚିହ୍ନଟ ହେବା ଯୋଗୁଁ ୬୪, ୭୧୩ ସଂଖ୍ୟକ ଲୋକ ସମୁଦାୟ ଆକ୍ରାନ୍ତ ହୋଇଛନ୍ତି । ପ୍ରବାସୀଙ୍କ ସ୍ଥାନାନ୍ତରଣ ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପଶ୍ଚିମବଙ୍ଗ ,ବିହାର ଓ ଓଡିଶା । ପଶ୍ଚିମବଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ହଜାର ଟପିଯାଇଥିବା ବେଳେ ବିହାରରେ ୩୦ ହଜାର ଟପିଯାଇଛି । ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ନିକଟତର ହେବାରେ ଲାଗିଛି । ବାସ୍ତିବିକ୍‌ ଦେଶରେ ଉଭୟ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ସାଘାଂତିକ ରୂପ ଧାରଣ କରିଛି ।
ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ତାମିଲନାଡୁରେ ୫୦୦ ରୁ ଉର୍ଦ୍ଧ୍ୱ ଲୋକ ଜୀବନ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଭୟଙ୍କର ଭାବରେ ବୃଦ୍ଧି ଘଟିଛି । ଇତି ମଧ୍ୟରେ ତାମିଲ ନାଡୁର ରାଜ୍ୟପାଳଙ୍କ ବାସଭବନ କାର୍ଯ୍ୟାଳୟରେ ୪୪ ଜଣ କର୍ମଚାରୀ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ତେବେ ତାମିଲନାଡୁ ରାଜ୍ୟପାଳ ବନୱାରି ଲାଲ ପୁରୋହିତ ସୁରକ୍ଷିତ ଥିବା ଜଣାଯାଇଛି । ସୂଚନା ମୁତାବର କେତେକ କର୍ମଚାରୀଙ୍କ ଲକ୍ଷଣ ଦେଖାଯିବା ଯୋଗୁଁ ସେଠାରେ କାର୍ଯ୍ୟରତ ସମସ୍ତ ୧୪୭ ଜଣ ବ୍ୟକ୍ତିଙ୍କ ନୁମନା ପରୀକ୍ଷା କରାଯାଇଥିଲା । ଯେଉଁ୍‌ଥିରେ କି ୮୪ ଜଣ କର୍ମଚାରୀ ପଜିଟିଭ ଥିବା ଏକ ବିବୃତ୍ତିରେ ଜଣାଯାଇଛି । ସେଥିରେ କେତେକ ସୁରକ୍ଷା କର୍ମଚାରୀ ପ୍ରଭାବିତ ହୋଇଛନ୍ତି । ସମସ୍ତଙ୍କୁ କ୍ୱାରେଣ୍ଟାଇନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ ସପ୍ତାହରୁ ଉର୍ଦ୍ଧ୍ୱ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଦେଶର ବହୁ ରାଜ୍ୟରେ ସଟ୍‌ଡାଉନ ଓ ଲକ୍‌ଡାଉନ ନିୟମାବଳୀ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ମାଓବାଦୀ ମୃତ

ଦୁଇ ମାଓବାଦୀ ମୃତ

Read More...

ଦିନକରେ ସର୍ବାଧିକ ୧୨୬୪ ପଜିଟିଭ

ଦିନକରେ ସର୍ବାଧିକ ୧୨୬୪ ପଜିଟିଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page