ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌

July 22, 2020, ବିଦେଶ, , Anupambharat News Bureau


ଆମେରିକା ମୋର କିଛି କରିପାରିବ ନାହିଁ: ଚୀନ୍‌
Anupambharat News Bureau
July 22, 2020

ୱାଶିଂଟନ: ଆମେରିକା ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ଚୀନକୁ ହ୍ୟୁଷ୍ଟନ ସ୍ଥିତ ନିଜର ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବାକୁ ଆଦେଶ ଦେଇଛି । ଆମେରିକାର ଏହି ଆଦେଶ ପରେ ଚୀନୀ ଦୂତାବାସର କର୍ମଚାରୀ ଗୋପନୀୟ ଦସ୍ତାବିଜ ଜଳାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆମେରିକାର ଏହି ପଦକ୍ଷେପ ପରେ ଚୀନ ଉତ୍କ୍‌ଷୀପ୍ତ ହୋଇ ଉଠିଛି । ଏପରିକି ଆବଶ୍ୟକ ଜବାବ ଦେବାକୁ ମଧ୍ୟ ଧମକ ଦେଇଛି । କୁହାଯାଉଛି ଯେ, ଆମେରିକା ଚୀନ ସହିତ ଜାରି ତିକ୍ତତାକୁ ଦୃଷ୍ଟିରେ ରଖି ହ୍ୟୁଷ୍ଟନର ବାଣିଜ୍ୟିକ ଦୂତାବାସକୁ ବନ୍ଦ କରିବାକୁ ଆଦେଶ ଦେଇଛି । ଏଥିପାଇଁ ଆମେରିକା ଚୀନକୁ ୭୨ ଘଣ୍ଟାର ମହଲତ ଦେଇଛି । ଏତେ କମ ସମୟରେ ଦୂତାବାସ ଖାଲି କରିବା ଆଦେଶରେ ଚୀନ ବୈଦେଶିକ ମନ୍ତ୍ରଣାଳୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ଚୀନ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଚୀନର ବୈଦେଶିକ ମନ୍ତ୍ରଣାଳୟ ଆମେରିକାର ଏହି ପଦକ୍ଷେପକୁ କଡା ନିନ୍ଦା କରିଛି । ଯଦି ଆମେରିକା ନିଜର ଏହି ଭୁଲ୍‌ ନିଷ୍ପତ୍ତିକୁ ପ୍ରତ୍ୟାହାର ନକରେ ତେବେ ନ୍ୟାୟୋଚିତ ଓ ଆବଶ୍ୟକ ଜବାବି କାର୍ଯ୍ୟାନୁଷ୍ଠାନ ନିଆଯିବ । ଅପରପକ୍ଷେ ଆମେରିକାର ଆଦେଶ ପରେ ଚୀନୀ ଦୂତାବାସରେ ଚହଳ ପଡିଛି । କେବଳ ଏତିକି ନୁହେଁ ଚୀନ କର୍ମଚାରୀ ବଡ ସଂଖ୍ୟାରେ ଗୋପନୀୟ ଦସ୍ତାବିଜ ଜାଳୁଥିବା ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ହୋଇଛି ଯେ, ନିଆଁ ଜଳୁଥିବା ଦେଖି ହ୍ୟୁଷ୍ଟନର ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନକଲି ଏନକାଉଣ୍ଟର୍‌ : ୧୧ ପୋଲିସଙ୍କୁ ଆଜୀବନ କାରାଦଣ୍ଡ

ନକଲି ଏନକାଉଣ୍ଟର୍‌ : ୧୧ ପୋଲିସଙ୍କୁ ଆଜୀବନ କାରାଦଣ୍ଡ

Read More...

ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି

ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page