ଦିନରେ ରେକର୍ଡ଼ ୧୦୭୮ ପଜିଟିଭ

July 22, 2020, ଓଡ଼ିଶା, , Anupambharat News Bureau


ଦିନରେ ରେକର୍ଡ଼ ୧୦୭୮ ପଜିଟିଭ
Anupambharat News Bureau
July 22, 2020

ଭୁବନେଶ୍ୱର, ୨୨ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଆଜି ରେକର୍ଡ଼ ଆଉ ୧୦୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା କରୋନା ରୋଗୀଙ୍କ ସଂଖ୍ୟା ୧୯୮୩୫ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ୧୦୭୮ ଜଣଙ୍କ ମଧ୍ୟରୁ ୭୨୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୩୭୧ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ଜଣେ , ବାଲେଶ୍ୱର ଜିଲ୍ଲାରେ ୧୦ , ବରଗଡ ଜିଲ୍ଲାରେ ୨୬, ଭଦ୍ରକ ଜିଲ୍ଲାରେ ଜଣେ, ବଲାଙ୍ଗୀର ଜିଲ୍ଲାରେ ଛ’ , ବୌଦ୍ଧ ଜିଲ୍ଲାରେ ତିନି କଟକ ଜିଲ୍ଲାରେ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ଦୁଇ, ଗଜପତି ଜିଲ୍ଲାରେ ୨୪, ଜଗତସିଂହପୁର ଜିଲ୍ଲାରେ ୩୫, ଯାଜପୁର ଜିଲ୍ଲାରେ ୨୦ , କନ୍ଧମାଳ ଜିଲ୍ଲାରେ ୧୩, କେନ୍ଦ୍ରାପଡା ଜିଲ୍ଲାରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ୧୬ , ଖୋର୍ଦ୍ଧା ଜିଲ୍ଲାରେ ୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୧୫ ଜଣ, ମାଲକାନଗିରି ଜିଲ୍ଲାରେ ୬୬, ମୟୂରଭଞ୍ଜ ଜିଲ୍ଲାରେ ୧୩ , ନବରଙ୍ଗପୁର ଜିଲ୍ଲାରେ ୧୭, ନୟାଗଡ ଜିଲ୍ଲାରେ ପାଞ୍ଚ, ପୁରୀ ଜିଲ୍ଲାରେ ୨୮, ରାୟଗଡା ଜିଲ୍ଲାରେ ୯୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।, ସମ୍ବଲପୁର ଜିଲ୍ଲାରେ ୨୦ , ସୋନପୁର ଜିଲ୍ଲାରେ ୧୦ ତଥା ସୁନ୍ଦରଗଡ ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମିବ ସିଲାବସ୍‌

କମିବ ସିଲାବସ୍‌

Read More...

 କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା

କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page