ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ

July 13, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ
Anupambharat News Bureau
July 13, 2020

ଭୁବନେଶ୍ୱର, ୧୩ା୭(ଅନୁପମ ମିଡ଼ିଆ):­ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଛ’ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷେ ରାଜ୍ୟରେ ଆଜି ଆଉ ୬୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୩୭୩୭ କୁ ବୃଦ୍ଧି ପାଇଛି । ଆଜି ମୃତକଙ୍କ ମଧ୍ୟରେ ଚାରି ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ କଟକ ଜିଲ୍ଲାର ଜଣେ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ଅଛନ୍ତି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ କରୋନାରେ ମୃତୁ୍ୟ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୪୫, ୬୩, ୭୨ ଓ ୪୯ ବର୍ଷ । ଏମାନେ ସମସ୍ତେ ପୁରୁଷ । କରୋନାରେ ମୃତୁ୍ୟ ବରଣ କରିଥିବା ୪୫ ବର୍ଷୀୟ ବ୍ୟକ୍ତି ମଧୁମେହ ଓ ରକ୍ତଚାପରେ ପୀଡିତ ଥିଲେ । ସେହିପରି ୭୨ ବର୍ଷୀୟ ମୃତକ ଜଣଙ୍କ ମଧୁମେହ ହାର୍ଟ ଓ କିଡନି ଜନିତ ରୋଗରେ ପୀଡିତ ଥିଲେ ବୋଲି ସୂଚନା ଦିଆଯାଇଛି । ସେହିପରି ୪୯ ବର୍ଷୀୟ ବ୍ୟକ୍ତି ଜଣଙ୍କ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର କରୋନା ଆକ୍ରାନ୍ତ ହୋଇଥିବା ୬୭ ବର୍ଷୀୟ ଜଣେ ବ୍ୟକ୍ତି ମଧ୍ୟ ମୃତୁ୍ୟ ବରଣ କରିଛନ୍ତି । ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ କିଡ଼ନୀ ରୋଗରେ ପୀଡିତ ଥିଲେ । ସେହିପରି କଟକରେ ଜଣେ ୪୦ ବର୍ଷୀୟ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି । ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୮୩ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ସାତ, ବାଲେଶ୍ୱର ଜିଲ୍ଲାରେ ୨୭ , ବରଗଡ ଜିଲ୍ଲାରେ ୩୧, ଭଦ୍ରକ ଜିଲ୍ଲାରେ ଦୁଇ , ବଲାଙ୍ଗୀର ଜିଲ୍ଲାରେ ଦୁଇ, କଟକ ଜିଲ୍ଲାରେ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ସାତ, ଗଜପତି ଜିଲ୍ଲାରେ ଜଣେ , ଜଗତସିଂହପୁର ଜିଲ୍ଲାରେ ୧୮, ଯାଜପୁର ଜିଲ୍ଲାରେ ୧୭ ,ଝାରସୁଗୁଡା ଜିଲ୍ଲାରେ ୧୧, କନ୍ଧମାଳ ଜିଲ୍ଲାରେ ଛ’, କେନ୍ଦ୍ରାପଡା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ୨୩ , ଖୋର୍ଦ୍ଧା ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୫୦, ମାଲକାନଗିରି ଜିଲ୍ଲାରେ ୧୩, ମୟୂରଭଞ୍ଜ ଜିଲ୍ଲାରେ ୧୩ ଜଣ, ନବରଙ୍ଗପୁରରେ ୪୦, ନୂଆପଡା ଜିଲ୍ଲାରେ ପାଞ୍ଚ, ପୁରୀ ଜିଲ୍ଲାରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାରେ ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ

Read More...

ସଂକ୍ରମଣ ଭୟ ବ୍ରହ୍ମପୁର ସୀମା ସିଲ୍‌

ସଂକ୍ରମଣ ଭୟ ବ୍ରହ୍ମପୁର ସୀମା ସିଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page