କରୋନା କବଳରେ ବଚ୍ଚନ ପରିବାର

July 12, 2020, ଦେଶ, , Anupambharat News Bureau


କରୋନା କବଳରେ ବଚ୍ଚନ ପରିବାର
Anupambharat News Bureau
July 12, 2020

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ, ସ୍ତ୍ରୀ ଜୟା ବଚ୍ଚନ, ବୋହୁ ଐଶ୍ଚର୍ଯ୍ୟା ରାୟ, ନାତୁଣି, ଅରାଧ୍ୟା ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୁମ୍ବାଇର ନାନବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉଭୟଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା । ଡାକ୍ତରୀ ଟିମ୍‌ ଲାଗାତାର ଭାବେ ତାଙ୍କ ଉପରେ ନଜର ରଖିଛନ୍ତି ।
ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ଅମିତାଭ ଓ ଅଭିଷେକଙ୍କ ଠାରେ କରୋନାର ହାଲକା ଲକ୍ଷଣ ଦେଖିବାକୁ ମିଳିଛି । ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କରିବା ପରେ ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ତେବେ ଚିନ୍ତାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଅମିତାଭ ବଚ୍ଚନଙ୍କ ପରିବାରରେ କାମ କରୁଥିବା ୨୮ ଜଣଙ୍କୁ କ୍ୱାରେଣ୍ଟାଇନ କରାଯାଇଛି ।
ଏମାନେ ବଚ୍ଚନ ପରିବାରରେ କାମ କରନ୍ତି ଏବଂ ପରିବାର ସଦସ୍ୟଙ୍କ ଡାଇରେକଫ କଣ୍ଟ୍ରାକଫରେ ଥିଲେ । ହାଇ ରିସ୍କ କଣ୍ଟ୍ରାକଫ ହୋଇଥିବାରୁ ଜଲସା ଓ ଜନକ ବଙ୍ଗଳାରେ ଏମାନଙ୍କୁ କ୍ୱାରେଣ୍ଟାଇନ କରାଯାଇଛି । ଖୁବ ସିଂହ ଏହି ୨୮ ଜଣଙ୍କ କରୋନା ଯାଞ୍ଚ କରାଯିବ ।
ଏମାନଙ୍କ ଛଡା ଯେଉଁ ୨୬ କର୍ମଚାରୀ ଲୋ-ରିସ୍କ କଣ୍ଟ୍ରାକଫରେ ଅଛନ୍ତି ସେମାନଙ୍କୁ ହୋମ କ୍ୱାରେଣ୍ଟାଇନ କରାଯାଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବଚ୍ଚନ ପରିବାରର ଲୋକଙ୍କ ନାମ ଗୋପନ ରଖାଯାଇଛି ଏବଂ ନାଁ ଖୁଲାସା କରାଯିବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ ସେଥିପାଇଁ ଟୁଇଟ୍‌ ହଟାଇ ଦିଆଯାଇଛି । ବିଏମସି ଜାରି କରିଥିବା ବୟାନରେ କୁହାଯାଇଛି ଯେ, ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା । ବଚ୍ଚନ ପରିବାରର ଫ୍ୟାମିଲି ଡାକ୍ତର ସ୍ଥିତି ଆକଳନ କରି କହିବେ ଯେ ଐଶ୍ୱର୍ଯ୍ୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଆବଶ୍ୟକ ନା ନୁହେଁ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଜଲସାକୁ ସାନିଟାଇଜ କରାଯାଉଛି । ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ, ସ୍ତ୍ରୀ ଜୟା ବଚ୍ଚନ, ବୋହୁ ଐଶ୍ଚର୍ଯ୍ୟା ରାୟ, ନାତୁଣି, ଅରାଧ୍ୟା ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମୁମ୍ବାଇର ନାନବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

Read More...

ବ୍ୟାଙ୍କରେ ମିଳିଲାନି ଚାକିରୀ, ନକଲି ବ୍ୟାଙ୍କ ଖୋଲି ଅଭିଯୁକ୍ତ ସମେତ ୩ ଗିରଫ

ବ୍ୟାଙ୍କରେ ମିଳିଲାନି ଚାକିରୀ, ନକଲି ବ୍ୟାଙ୍କ ଖୋଲି ଅଭିଯୁକ୍ତ ସମେତ ୩ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page