ରାଇଟିଙ୍ଗ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାର ଉପାୟ

May 09, 2019, କ୍ୟାରିୟର ନିଯୁକ୍ତି, , Anupambharat News Bureau


ରାଇଟିଙ୍ଗ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାର ଉପାୟ
Anupambharat News Bureau
May 09, 2019

ଭଲ ଲେଖିବାର ଅର୍ଥ ହେଉଛି ନିଜର ଅନୁଭବ,ନିଜର କଥାକୁ ଅନ୍ୟ ଲୋକ ମାନଙ୍କ ପାଖରେ ପହଞ୍ଚାଇବାରେ ସମର୍ଥ ହୋଇଥାନ୍ତି ଅର୍ଥାତ୍‌ ଯେଉଁମାନେ କି ନିଜର ଲେଖା ମାଧ୍ୟମରେ ପାଠକ/ପାଠିକା ମାନଙ୍କୁ ବାନ୍ଧି ରଖିଥାନ୍ତି । ଜଣେ ଲେଖକ ନିଜର ଲେଖାକୁ ଯେତେ ଭାଷା ସାହିତ୍ୟକୁ ସମ୍ମାନ ଦେବ ଲେଖିଥିବା ପ୍ରବନ୍ଧ କିମ୍ବା ରଚନା ସେତେ ଭଲ ହୋଇଥାଏ । କିନ୍ତୁ ଏହା ଗୋଟିଏ ଦିନରେ ସମ୍ଭବ ହୋଇ ନ ଥାଏ ।
କିଛି ନ ଭାବି ଲେଖିବା ଆରମ୍ଭ କରି ନେବା ଉଚିତ : ବହି ଗୁଡ଼ିକ ଖୋଲି ପଢ଼ନ୍ତୁ ସେଥିରେ କିଛି ନ ଭାବି ନ ଚିନ୍ତି ଏକ ବାକ୍ୟକୁ ପଢ଼ି ନିଅନ୍ତୁ ଏବଂ ବହିରେ ଲେଖାଯାଇଥିବା ଷ୍ଟୋରୀର ସନ୍ଦର୍ଭକୁ ଧ୍ୟାନରେ ରଖି ନିଜେ ସରଳ ଭାଷାରେ ଲେଖିବା ଆରମ୍ଭ କରନ୍ତୁ । ବାକ୍ୟ ଏବଂ ବନାନ ଲେଖିବା ଆରମ୍ଭ କରନ୍ତୁ ଏହା କରିବା ଦ୍ୱାରା ଆପଣ ନିଜର ଲେଖିବା ଶୈଳିକୁ ମଜବୁତ୍‌ କରିପାରିବେ ତାହା ନିଜର କ୍ରିଏଟିଭ ସ୍କିଲରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ । ପ୍ରଥମେ ଯାହା ଲେଖା ହୋଇଛି ସେଥିରେ ଭଲ ଏବଂ ଅଲଗା ଅଲଗା ଲେଖିବାର ପ୍ରଣାଳୀ ଅବଲମ୍ବନ କରିପାରିବେ ।
ସବୁଠାରୁ ଉପଯୁକ୍ତ ବିଷୟକୁ ଚୟନ କରି ଲେଖିବା ଉଚିତ : ଆପଣ ଯେଉଁ ଜିନିଷ ବିଷୟରେ ସବୁଠାରୁ ଅଧିକା ଜାଣିଛନ୍ତି ସେହି ବିଷୟରେ ହିଁ ଲେଖିବା ଆରମ୍ଭ କରନ୍ତୁ । ଲେଖିବା ସମୟରେ ଅନେକ ସମୟରେ ଏପରି ଲାଗେ ଯେପରି କୌଣସି ଖାସ୍‌ ଖବର ବିଷୟରେ ସୂଚନା ପ୍ରାପ୍ତ କରି ହେବ ତେବେ ଯାଇ ଆପଣ ମାନେ ନିଜେ ଲେଖିବା ଆରମ୍ଭ କରିନିୟନ୍ତୁ । ଏଥିରେ ରିସର୍ଚ୍ଚ କରିବାର ଆଗ୍ରହ ମଧ୍ୟ ବୃଦ୍ଧି ପାଇଥାଏ । ଲେଖିବା ସମୟରେ ଆପଣ ମାନେ ଯେତେ ଅଧିକା ଲେଖିପାରିବେ ରଚନା ସେତେ ଭଲ ହୋଇଥାଏ । ଲେଖିବା ସମୟରେ ଆପଣମାନେ ଯେଉଁଠାରେ ଅଟକିଯାନ୍ତି ସେଥିରେ ବ୍ୟବହୃତ ହେଉଥିବା ରୁଢ଼ିକୁ ଭଲ ଭାବେ ପଢ଼ି ଆପଣ ଯାହା ଲେଖିବାକୁ ଚେଷ୍ଟା କରୁଛନ୍ତି ତାହାର ଭାଷା ସଂପର୍କରେ ବୁଝି ଲେଖିବାକୁ ଚେଷ୍ଟା କରନ୍ତୁ ।
ପଢ଼ିବା ପାଇଁ ଆଗ୍ରହ ରହିବା ନିହାତି ଆବଶ୍ୟକ :
ଜଣେ ଭଲ ଲେଖକ ହେବା ପୂର୍ବରୁ ପ୍ରଥମେ ଜଣେ ଭଲ ପାଠକ ହେବା ପାଇଁ ଚେଷ୍ଟା କରନ୍ତୁ । ଅଧ୍ୟୟନ କରିବା ଦ୍ୱାରା ହିଁ ଲେଖିବାର କଳାକୁ ଭଲ ଭାବେ ବୁଝିପାରିବେ । ଏପରି ଅଭ୍ୟାସ କରିବା ଦ୍ୱାରା ଲେଖିବାର ଶୈଳୀ ଆପଣଙ୍କୁ ଆହୁରି ସହଜସାଧ୍ୟ ହୋଇପାରିବ । ନୂଆ ନୂଆ ଶବ୍ଦ ଗୁଡ଼ିକୁ ଜାଣିବାକୁ ହେଲେ ନିଜର ରାଇଟିଙ୍ଗ ସ୍କିଲକୁ ଭଲ ଭାବେ ପରଖି ନିଅନ୍ତୁ । ଅଧ୍ୟୟନ କରୁଥିବା ସମୟରେ ଆପଣ ଭିନ୍ନ ଭିନ୍ନ ଶବ୍ଦ ଗୁଡ଼ିକୁ ନୋଟ୍‌ କରି ନିଅନ୍ତୁ ଏବଂ ଲେଖିବା ସମୟରେ ଏହି ଶବ୍ଦ ଗୁଡ଼ିକୁ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ଲେଖିବା ଶୈଳି ଭଲ ହେବା ସହ ଆପଣ ଜଣେ ଭଲ ଲେଖକ ହୋଇପାରିବେ ।
ଫିଲ୍ମ ଦେଖନ୍ତୁ -
ଯେତେବେଳେ ଆପଣ ମାନେ ଫିଲ୍ମ ଦେଖୁଛନ୍ତି ସେତେବେଳେ ଆପଣ ମାନେ ନିଜର ପସନ୍ଦିତ ସୀନ୍‌କୁ ଚୟନ କରିଥାନ୍ତି ଏବଂ ସେହି ସୀନ୍‌କୁ ମନେ ପକାଇ କାହାଣୀ କହିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣ ମାନେ ଏହାକୁ ନିୟମିତ ଭାବେ ପ୍ରୟାସ କରନ୍ତି ତେବେ ଫିଲ୍ମରେ ଆପଣ ମାନେ ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକାରେ କାମ କରିପାରିବେ । ଏପରି ଭାବେ ଆପଣ ମାନେ ଫିଲ୍ମ ଦେଖି ନିଜର ପସନ୍ଦ ମୁତାବକ କାହାଣୀ ଲେଖିବା ଆରମ୍ଭ କରିପାରିବେ ଏବଂ ସେଥିରେ ଅନେକ ଦକ୍ଷତା ହାସଲ କରିପାରିବେ । ଏହା ଦ୍ୱାରା ଆପଣ କିଛି କିଛି ନୂତନ ତଥ୍ୟ ଶିଖିବାକୁ ପାଇଥାନ୍ତି ।
ଲେଖିବାର ସାରମର୍ମ ରହିବା ନିହାତି ଜରୁରୀ :
ଲେଖିବା ସମୟରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଉଛି ଯେ ଲେଖିବାର ସାରମର୍ମ ରହିବା ନିହାତି ଜରୁରୀ । ଏପରି କରିବା ଦ୍ୱାରା ଆପଣଙ୍କ ଭିତରେ ଥିବା ଅନେକ ଗୂଢ଼ ତଥ୍ୟକଥା ଗୁଡ଼ିକ ବାହାରକୁ ଆସି ଭାବ ପ୍ରକାଶ କରିଥାଏ ଏପରି କରିବା ଦ୍ୱାରା ସବୁଠାରୁ ବଡ଼ ଫଳପ୍ରଦ ହୋଇଥାଏ ଯେ ଆପଣ ଅନ୍ୟ ଜଣକୁ କହି ନିଜର କଣ୍ଟେଟ୍‌ ସହିତ ନିଜକୁ ଅବଗତ କରାଇ ପାରିବେ ।
ଆରମ୍ଭରୁ ହିଁ ଆପଣମାନେ ହଜାର ହଜାର ଶବ୍ଦ ଗୁଡ଼ିକୁ ନିଜର କାହାଣୀ ସହିତ ଭାଷା ମାଧ୍ୟମରେ ଯୋଡ଼ିବାକୁ ଚେଷ୍ଟା କରନ୍ତୁ ଏବଂ ତାହାକୁ ଭଲ ଭାବେ ପଢ଼ି ବୁଝିବାକୁ ଚେଷ୍ଟା କରନ୍ତୁ ।
ତରବରିଆ ହୁଅନ୍ତୁ ନାହିଁ :-
କୁହାଯାଏ ଯେ,କେହି ବ୍ୟକ୍ତି ଗୋଟିଏ ଦିନରେ ଲେଖକ ହୋଇପାରନ୍ତି ନାହିଁ । ଜଣେ ଭଲ ଲେଖକ ହେବା ପାଇଁ ହେଲେ ସବୁଠାରୁ ବଡ଼ ପରିଚୟ ସୃଷ୍ଟି କରିଥାନ୍ତି ଆପଣ ମାନେ ଯାହା ବି ଲେଖନ୍ତୁ ନା କାହିଁକି କୌଣସି ତରବରିଆ ଭାବେ ଲେଖନ୍ତୁ ନାହିଁ ସବୁଠାରୁ ବଡ଼ କଥା ଏଇୟା ଯେ କୌଣସି ଭଲ ଜିନିଷ ଖୁବ୍‌ ଶୀଘ୍ର ମିଳିନଥାଏ । ସେଥିପାଇଁ ଧିରେ ଧିରେ ଲେଖିବା ପାଇଁ ଅଭ୍ୟାସ କରନ୍ତୁ ଏବଂ ଆଦର ଓ ସମ୍ମାନର ସହିତ ଲେଖିବା ଆରମ୍ଭ କରନ୍ତୁ ।ପରିଶେଷରେ ଆପଣ ଜଣେ ଭାଷା ସାହିତ୍ୟରେ ସୁଫଳ ଲେଖକ ହୋଇ ନିଜର ପରିଚୟ ସୃଷ୍ଟି କରିପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ଗଲେ କୁଆଡେ?

ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ଗଲେ କୁଆଡେ?

Read More...

ବିବେକ ହିଁ ଅନୁସରଣୀୟ

ବିବେକ ହିଁ ଅନୁସରଣୀୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page