ବିଜେଡ଼ି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ

July 06, 2020, ଓଡ଼ିଶା, , Anupambharat News Bureau


ବିଜେଡ଼ି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ
Anupambharat News Bureau
July 06, 2020

ଭୁବନେଶ୍ୱର, ୬ା୭(ଅନୁପମ ମିଡ଼ିଆ): ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ବିଷ୍ଣୁ ଚରଣ ଦାସଙ୍କର ଆଜି ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ଦାସ ଗତ ୩ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ଦାସ ପ୍ରଥମେ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲା ବେଳେ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱରେ ଥିଲେ । ସେ ୬ ଥର ବିଧାୟକ, ଥରେ ମନ୍ତ୍ରୀ ଏବଂ ଥରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ସେ ଜଗତସିଂହପୁରରୁ ଏବଂ ୨୦୧୯ରେ ତିର୍ତୋଲରୁ ବିଷ୍ଣୁ ନିବାଚିତ ହୋଇଥିଲେ । ସେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ମଧ୍ୟ ଥିଲେ । ଜଗତସିଂହପୁର ରାଜନୀତିରେ ସେ ଜଣେ ଜଣାଣୁଣା ଟାଣୁଆ ନେତା ରହିଥିଲେ । ତାଙ୍କ ମୃତୁ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ପଂଚାୟତ ରାଜ ମନ୍ତ୍ରୀ ଅରୁଣ ସାହୁ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରଦୀପ ମହାରଥି, ଅତନୁ ସବ୍ୟସାଚୀ ନାୟକ, ସମ୍ବିତ ରାଉତରାୟ, ପ୍ରତାପ ଦେବ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଦଳ ଜଣେ ଦୃଢ଼ ସଂଗଠକକୁ ହରାଇଲା ବୋଲି ସେମାନେ କହିଛନ୍ତି । ତାଙ୍କ ମୃତୁ୍ୟ ଖବରପାଇ ଦଳର କର୍ମକର୍ତା, କର୍ମୀ ହସ୍ପିଟାଲ ଏବଂ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତ୍ୟାଗ, ସଂଯମ ଓ ଶୃଙ୍ଖଳା ମାର୍ଗକୁ ଆପଣାଅ: ନବୀନ

ତ୍ୟାଗ, ସଂଯମ ଓ ଶୃଙ୍ଖଳା ମାର୍ଗକୁ ଆପଣାଅ: ନବୀନ

Read More...

ପଛକୁ ହଟିଲା ଚୀନ୍‌

ପଛକୁ ହଟିଲା ଚୀନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page