ଦିନକରେ ରେକର୍ଡ଼ ୪୫୬ ଆକ୍ରାନ୍ତ ଚିହ୍ନଟ

July 06, 2020, ଓଡ଼ିଶା, , Anupambharat News Bureau


ଦିନକରେ ରେକର୍ଡ଼ ୪୫୬ ଆକ୍ରାନ୍ତ ଚିହ୍ନଟ
Anupambharat News Bureau
July 06, 2020

ଭୁବନେଶ୍ୱର, ୬ ।୭(ଅନୁପମ ମିଡ଼ିଆ): ରାଜ୍ୟରେ ଆଜି ରେକର୍ଡ଼ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ୪୫୬ ଜଣଙ୍କ ମଧ୍ୟରୁ ୩୦୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୪୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୨୪ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୧୬୬ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ଜଣେ , ବାଲେଶ୍ୱର ଜିଲ୍ଲାରେୁ ୧୪ , ବରଗଡ ଜିଲ୍ଲାରେ ୩୩, ଭଦ୍ରକ ଜିଲ୍ଲାରେ ୧୨ , ବଲାଙ୍ଗୀର ଜିଲ୍ଲାରେ ଛ’ ଓ କଟକ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ଜଣେ, ଗଜପତି ଜିଲ୍ଲାରେ ଜଣେ , ଜଗତସିଂହପୁର ଜିଲ୍ଲାରେ ୨୩ , ଯାଜପୁର ଜିଲ୍ଲାରେ ୫୭ , କଳାହାଣ୍ଡି ଜିଲ୍ଲାରେ ତିନି, କନ୍ଧମାଳ ଜିଲ୍ଲାରେ ତିନି, କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ଦୁଇ , ଖୋର୍ଦ୍ଧା ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୧୦ , ମୟୂରଭଞ୍ଜ ଜିଲ୍ଲାରେ ଆଠ, ନବରଙ୍ଗପୁର ଜିଲ୍ଲାରେ ୨୪ , ନୟାଗଡ ଜିଲ୍ଲାରେ ଚାରି ତଥା ପୁରୀ ଜିଲ୍ଲାରେ ତିନି ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ୧୩ , ସମ୍ବଲପୁର ଜିଲ୍ଲାରେ ୧୫ ଓ ସୁନ୍ଦରଗଡ ଜିଲ୍ଲାରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଛକୁ ହଟିଲା ଚୀନ୍‌

ପଛକୁ ହଟିଲା ଚୀନ୍‌

Read More...

ରାଜ୍ୟରେ କରୋନା ଆକ୍ରାନ୍ତ ନ’ହଜାର ଟପିଲା

ରାଜ୍ୟରେ କରୋନା ଆକ୍ରାନ୍ତ ନ’ହଜାର ଟପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page