କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

July 02, 2020, ଓଡ଼ିଶା, , Anupambharat News Bureau


 କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି
Anupambharat News Bureau
July 02, 2020

ଭୁବନେଶ୍ୱର ,୨ା୭ (ଅନୁପମ ମିଡିଆ): କରୋନା ରୋଗୀଙ୍କ ଲାଗି ଓଡିଶାରେ ପ୍ଲାଜମା ଥେରାପି ଆରମ୍ଭ ହେବ । ରାଜ୍ୟର ୪ ଟି ପ୍ରମୁଖ ହସ୍ପିଟାଲ କଟକର ଏସସିବି ଓ ଅଶ୍ୱିନୀ ହସ୍ପିଟାଲ ଏବଂ ଭୁବନେଶ୍ୱରର ସମ୍‌ ଓ କିମସ୍‌ ହସ୍ପିଟାଲରେ ଏହି ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ । ଗୁରୁବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ସହ ଓଡିଶାରେ ପ୍ଲାଜମା ବ୍ୟାଙ୍କ୍‌ ପ୍ରତିଷ୍ଠା କରାଯିବାକୁ ମଧ୍ୟ ସ୍ଥିର ହୋଇଛି ।
ବୈଠକରେୁ ମିଳିଥିବା ସୂଚନା ଅନୁଯାୟୀ ପ୍ଲାଜମା ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ । ଏହାର ସଫଳ ରୂପାୟନ ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତି, ଜନସଚେତନତା ସୃଷ୍ଟି ଓ ଏଥିରେ କେଉଁ ରୋଗୀ ଉପକୃତ ହେବେ ସେ ସମ୍ପର୍କରେ କମିଟି ସବିଶେଷ ତଥ୍ୟ ପ୍ରଦାନ କରିବେ । ସମଗ୍ର ଭାରତବର୍ଷରେ କରୋନା ରୋଗର ମହାମାରୀ ବ୍ୟାପୀ ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’

Read More...

୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page