ସବୁ ଧର୍ମରେ ଆତଙ୍କବାଦୀ ଅଛନ୍ତି, କେହି ବି ପବିତ୍ର ନୁହନ୍ତି: କମଲ ହାସନ

May 17, 2019, ଦେଶ, , Anupambharat News Bureau


ସବୁ ଧର୍ମରେ ଆତଙ୍କବାଦୀ ଅଛନ୍ତି,  କେହି ବି ପବିତ୍ର ନୁହନ୍ତି: କମଲ ହାସନ
Anupambharat News Bureau
May 17, 2019

ଚେନ୍ନାଇ: ନିର୍ବାଚନ ବେଳେ ଧର୍ମ ଆଧାରରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଅଭିନେତା ତଥା ମMଲ ନିଧି ମଇୟମ୍‌ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଆଜି କହିଛନ୍ତି, ସେ ନିଜ ମନ୍ତବ୍ୟରୁ ଓହରିବେ ନାହିଁ । ଆଗାମୀ ଦିନରେ ଯାହା ବି ସାମ୍ନା କରିବାକୁ ପଡ଼ିବ ସେନେଇ ପସ୍ତìତ ଅଛନ୍ତି ବୋଲି ସେ କହିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରମ୍‌ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଆତଙ୍କବାଦୀ’ ବୋଲି କମଲ ହାସନ କହିଥିଲେ । ଏହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାମିଲନାଡୁ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାପରେ ପ୍ରତିକ୍ରିୟା ରଖି କମଲ ହାସନ କହିଛନ୍ତି, ପ୍ରତ୍ୟେକ ଧର୍ମରେ ଆତଙ୍କବାଦୀ ରହିଛନ୍ତି । ଏହାକୁ କେହି ସ୍ୱୀକାର କରି ନପାରନ୍ତି, ହେଲେ ଏହା ସତ । ତାଙ୍କର ଏହି ମନ୍ତବ୍ୟକୁ ନେଇ ଆଗକୁ ଯେଉଁ ବିବାଦ ଦେଖାଦେବ ତାକୁ ସେ ସାମ୍ନା କରିବାକୁ ପସ୍ତìତ ବୋଲି କମଲ ହାସନ କହିଛନ୍ତି । ସୂଚନାଯୋଗ୍ୟ, ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ କମଲ ହାସନ ପ୍ରଚାର କରୁଥିବା ବେଳେ କହିଥିଲେ,‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ଜଣେ ହିନ୍ଦୁ, ତାଙ୍କ ନାଁ ନାଥୁରାମ୍‌ ଗଡସେ’ । ତେବେ ମୁସଲିମ୍‌ ବହୁଳ ଅଞ୍ଚଳରେ ସେ ପ୍ରଚାର କରୁଥିବାରୁ ଏପରି ମନ୍ତବ୍ୟ ଦେଇ ନଥିବା କହିଥିଲେ କମଲ ହାସନ । ସେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ଆସିଛନ୍ତି ବୋଲି କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ

Read More...

ମୋଦିଙ୍କୁ କାନଧରି ଉଠ୍‌ବସ୍‌ କରାଇବାକୁ ଇଚ୍ଛା: ମମତା

ମୋଦିଙ୍କୁ କାନଧରି ଉଠ୍‌ବସ୍‌ କରାଇବାକୁ ଇଚ୍ଛା: ମମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page