ଗଞ୍ଜାମ ଜିଲ୍ଳାରେ କରୋନା ସ୍ଥିତିି ସଙ୍ଗୀନ ରମାଗୁଡ଼ା ,ପାଣ୍ଡିଆରେ ସଟଡାଉନ ଘୋଷଣା ପୋଲସରା ଥାନର ଦୁଇ ହୋମଗାର୍ଡ଼ ପଜିଟିଭ ଚିହ୍ନଟ

May 27, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମ ଜିଲ୍ଳାରେ କରୋନା ସ୍ଥିତିି ସଙ୍ଗୀନ ରମାଗୁଡ଼ା ,ପାଣ୍ଡିଆରେ ସଟଡାଉନ ଘୋଷଣା ପୋଲସରା ଥାନର ଦୁଇ ହୋମଗାର୍ଡ଼ ପଜିଟିଭ ଚିହ୍ନଟ
Anupambharat News Bureau
May 27, 2020

ବ୍ରହ୍ମପୁର/ପୋଲସରା/ପୁରୁଷୋତ୍ତମପୁର,୨୭ା୫(ଅନୁପମ ମିଡିଆ): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଆଜି ପର୍ଯ୍ୟନ୍ତ କରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରୁ ଥିବା ନେଇ କହି ଜିଲ୍ଲବାସୀଙ୍କୁ ଭୟଭୀତ ହେବାକୁ ମନା କରି ବାହାବା ନେଉଥିବା ପ୍ରଶାସନର ଅକଲ ଗୁଡ଼ମ ହେବାରେ ଲାଗିଛି । ଆଜି ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ଘଟିବା ସହ ପୁରୁଷୋତ୍ତମପୁର ଅଞ୍ଚଳର ପାଣ୍ଡିଆ ଅଞ୍ଚଳ ଏବଂ ପୋଲସରା ଅଞ୍ଚଳର ରୁମାଗୁଡ଼ାକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ଏହାକୁ ନେଇ ଜିଲ୍ଲାରେ ଏକ ପ୍ରକାର ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି । ପୁରୁଷୋତ୍ତମପୁର ବ୍ଲକର ପାଣ୍ଡିଆ ଅଞ୍ଚଳରେ ଜଣେ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି । ସମ୍ପୃକ୍ତ ବ୍ୟକ୍ତିଙ୍କର ନମୁନା ପରୀକ୍ଷା ପରେ ସେ ପଜିଟିଭ ଥିବା ଜଣାପଡ଼ିଛି । ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ସଟ୍‌ଡ଼ାଉନ୍‌ ଘୋଷଣା କରାଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ସୋମବାର ରାତିରେ ଲକ୍ଷଣ ଜଣାପଡିବା ପରେ ତାଙ୍କୁ ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ବୁଧବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତହସିଲଦାର ଅରୁଣ କୁମାର ନାୟକ, ବିଡ଼ିଓ ସୀମାଞ୍ଚଳ ମହାନ୍ତି, ପାଣ୍ଡିଆ ସରପଞ୍ଚ ଗୋପାଳ ସେଠୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଗ୍ରାମକୁ ସଟ୍‌ଡାଉନ ଘୋଷଣା କରିଛନ୍ତି । ଏହା ସହ ଗ୍ରାମର ବିଭିନ୍ନ ପ୍ରବେଶ ପଥକୁ ସିଲ୍‌ କରାଯାଇଛି । ଅନୁରୂପ ଭାବେ ପୋଲସରା ଅଞ୍ଚଳର ରୁମାଗଡ଼ ପାଞ୍ଚାୟତର ଜଣେ ଗର୍ଭବତୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ସମ୍ପୃକ୍ତ ଅଞ୍ଚଳରେ ସରପଞ୍ଚ ବନିତା ଖଟିଆ ସମ୍ପୃକ୍ତ ଇଲାକାରେ ୪୮ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କରିଛନ୍ତି । ସମ୍ପୃକ୍ତ ମହିଳା ଜଣକ ୨୧ ଦିନିଆ କ୍ୱାରେଣ୍ଟାଇନରେ ରହିବା ପରେ ନିଜ ଗ୍ରାମକୁ ଫେରିଥିଲେ । ତେବେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମ୍ପୃକ୍ତ ଅଞ୍ଚଳରେ ସଟଡାଉନ ଘୋଷଣା କରାଯାଇଛି । ଦୁଇ ପଜିଟିଭଙ୍କ ସଂସ୍ପର୍ଶ ଟ୍ରେସିଂ ଜାରି ରହିଛି । ଅନୁରୂପ ଭାବେ ଆଜି ପୋଲସରା ଥାନାରେ କାର୍ଯ୍ୟରତ ଦୁଇ ହୋମଗାର୍ଡ଼ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ହୋମଗାର୍ଡ଼ ଦୁଇ ଜଣ ଜଗନ୍ନାଥପୁର ଷ୍ଟେସନରେ ନିୟୋଜିତ ରହିଥିଲେ । ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା ଗଞ୍ଜାମ ଏସ୍‌ପି ଟୁଇଟ କରି ଜଣାଇଛନ୍ତି । ପ୍ରକାଶଥାଉକି ପ୍ରଶାସନ ପକ୍ଷରୁ ଗତ ୨୪ ତାରିଖରେ ପୋଲସରା ଅଞ୍ଚଳର କୁଳମ୍ବ ସାହି ଏବଂ ଗୋପବନ୍ଧୁ ସାହି ସମେତ ଥାନାରେ ସାନିଟାଇଜେସନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଗଡ଼ିବ ଘରୋଇ ବସ୍‌

ଆଜିଠୁ ଗଡ଼ିବ ଘରୋଇ ବସ୍‌

Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page