ଚୀନର ଯୁଦ୍ଧ ପ୍ରସ୍ତୁତି ପ୍ରଶିକ୍ଷଣ ପାଇଁ ସେନାକୁ ନିର୍ଦ୍ଦେଶ

May 27, 2020, ବିଦେଶ, , Anupambharat News Bureau


ଚୀନର ଯୁଦ୍ଧ ପ୍ରସ୍ତୁତି ପ୍ରଶିକ୍ଷଣ ପାଇଁ ସେନାକୁ ନିର୍ଦ୍ଦେଶ
Anupambharat News Bureau
May 27, 2020

ବେଜିଂ: କରୋନା ଯୁଦ୍ଧ ପାଇଁ ସାରା ବିଶ୍ୱ ଆଜି ଲଢୁଥିବା ବେଳେ ଚୀନ କି;ୁ ସୀମାନ୍ତରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶୀ ଜିନ¬ିଙ୍ଗ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଦୃଢତାର ସହ ଦେଶକୁ ରକ୍ଷା କରିବା ପାଇଁ ସେ ସେନାକୁ ଆହ୍ୱାନ ଦେଇଛନ୍ତି । ମଙ୍ଗଳବାର ଚୀନ ସଂସଦ ଅଧିବେଶନରେ ପିପୁଲ୍ସ ଲିବରେଶନ ଆର୍ମି ଏବଂ ପିପୁଲ୍ସ ଆର୍ମଡ ପୋଲିସ ଫୋର୍ସର ପ୍ରତିନିଧି ସ୍ତରୀୟ ବୈଠକ ଡାକି ୬୬ ବର୍ଷୀୟ ଚିନପିଙ୍ଗ ଏପରି ସୂଚନା ଦେଇଛନ୍ତି । ଚୀନ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶୀ ସେନାକୁ ଆଦେଶ ଦେଇ କହିଛନ୍ତି ଯେ, ଏବେ ସବୁଠାରୁ ଖରାପ ସ୍ଥିତି ଆସିଛି । ସେ ବିଷୟରେ ଚିନ୍ତା କରିବା ସହ ଯୁଦ୍ଧ ପାଇଁ ନିଜର ପ୍ରସ୍ତୁତି ଏବଂ ପ୍ରଶିକ୍ଷଣକୁ ବଢାଅ । ସମସ୍ତ ଜଟିଳ ପରିସ୍ଥିତି ସହ ତୁରନ୍ତ ଏବଂ ପ୍ରଭାବୀ ଢଙ୍ଗରେ ଲଢ । ଏଥିସହିତ ରାଷ୍ଟ୍ରୀୟ ସୁରକ୍ଷା ଏବଂ ବିକାଶ ସମ୍ବନ୍ଧୀୟ ହିତକୁ ରକ୍ଷା କର । ଭାରତ-ଚୀନ ସୀମନ୍ତରେ ପ୍ରକୃତ ଏଲଓସି ନିକଟରେ ଚାଲିଥିବା ଦୁଇ ଦେଶ ସେନାଙ୍କ ମଧ୍ୟରେ ଉତ୍ତେଜନାକୁ ଲକ୍ଷ୍ୟ କରି ସେ ଏକଥା କହିଛନ୍ତି ।
ଲଦାଖ ଏବଂ ଉତ୍ତର ସିMିମ୍‌ରେ ଭାରତ-ଚୀନ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଏପରି ପରିସ୍ଥିତି ଗତ ଦୁଇ ସପ୍ତାହ ଧରି ଚାଲିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସ୍‌ଡିଆର୍‌ ପ୍ରସ୍ତାବକୁ ନେଇ ନିର୍ମଳା ଓ ଶକ୍ତିକାନ୍ତଙ୍କ ମଧ୍ୟରେ ମତଭେଦ

ଏସ୍‌ଡିଆର୍‌ ପ୍ରସ୍ତାବକୁ ନେଇ ନିର୍ମଳା ଓ ଶକ୍ତିକାନ୍ତଙ୍କ ମଧ୍ୟରେ ମତଭେଦ

Read More...

ରାଜ୍ୟରେ ପ୍ରଥମ: ଡାକ୍ତରଙ୍କୁ କରୋନା

ରାଜ୍ୟରେ ପ୍ରଥମ: ଡାକ୍ତରଙ୍କୁ କରୋନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page