ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

May 17, 2019, ଓଡ଼ିଶା, , Anupambharat News Bureau


 ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Anupambharat News Bureau
May 17, 2019

କେନ୍ଦୁଝର, ୧୭ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ପଞ୍ଚାୟତ ଝାଡପୋଖରୀ ଗ୍ରାମ କାଜୁ ଜଙ୍ଗଲରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଝାଡପୋଖରୀ ଗ୍ରାମର ପିତ ବେହେରାଙ୍କ ସାନଝିଅ ମଙ୍ଗୁଳି ବେହେରା(୨୩) ୫ବର୍ଷ ପୂର୍ବେ ଘଟଗାଁ ବ୍ଲକ କଟରାବେଡା ଗ୍ରାମ ଦଧିବାହାଳି ସାହିର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ସୁରେନ୍ଦ୍ର ବେହେରାଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ପରିବାର ଲୋକ ଏସବୁ ଜାଣିପାରି ସ୍ଥାନୀୟ ହରିଚନ୍ଦନପୁର ଥାନାର ଆଶ୍ରୟ ନେଇଥିଲେ ଓ ପରେ ବୁଝାମଣାରେ ଉଭୟଙ୍କ ବିବାହ ହୋଇଥିଲା । ବିବାହର ଏକବର୍ଷ ପରେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ମଙ୍ଗୁଳି ବେହେରା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କେଶ ଚାଲିଥିବା ସମୟରେ ତେଲକୋଇ ବ୍ଲକ ବେଣାମୁଣ୍ଡା ଗ୍ରାମରେ ଥିବା ଭଉଣୀ ଘରେ ରହି ମଙ୍ଗୁଳି ବେହେରା ତେଲକୋଇ ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସେଠାରେ କିଛି ଦିନ ରହିବା ପରେ ବାପଘର ହରିଚନ୍ଦନପୁର ବ୍ଲକ ଝାଡପୋଖରୀ ଗ୍ରାମକୁ ଫେରି ଆସି ରହିଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୁରୁବାର ଦିନ ମଙ୍ଗୁଳି ହରିଚନ୍ଦନପୁର ବ୍ୟାଙ୍କକୁ ଯାଉଛି କହି ଆସିଥିଲେ ଏବଂ ସଂନ୍ଧ୍ୟା ୮ ଘଟିକା ସମୟରେ ମଙ୍ଗୁଳି ବଜାର ଯାଇଥିବାବେଳେ କେହି ଜଣେ ରାତିରେ କଳା ପଲସରରେ ଆସି ଗାଁ ଛକରେ ଛାଡି ପଳାଇଥିଲେ ।
ଶୁକ୍ରବାର ସକାଳ ସମୟରେ ପାଖ କାଜୁ ଜଙ୍ଗଲରେ ମଙ୍ଗୁଳିଙ୍କ ଝୁଲନ୍ତା ମୃତଦେହ ଗଛ ଡାଳରେ ଝୁଲୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହଘେରରେ ଥିବାବେଳେ ହରିଚନ୍ଦନପୁର ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସିାଳୟକୁ ପଠାଇବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ

ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ

Read More...

 ବିବାହ ଭୋଜି  ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ

ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page