ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ

May 25, 2020, ଓଡ଼ିଶା, , Anupambharat News Bureau


ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ
Anupambharat News Bureau
May 25, 2020

ଭୁବନେଶ୍ୱର,୨୫ା୫(ଅନୁପମମିଡ଼ିଆ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ତାତି ଆହୁରି ବଢିପାରେ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି । ବିଶେଷ କରି୧୧ ଟି ଜିଲ୍ଲାରେ ହିଟ୍‌ େୱଭ୍‌କୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି ଓ ଅନୁଗୁଳ । ବିଗତ ଦୁଇ ଦିନ ଭଳି ଆଜି ମଧ୍ୟ ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ସେଲସିୟସ ରହିଛି । ସେହିପରି ତାଳଚେରରେ ୪୪.୯, ବଲାଙ୍ଗୀରରେ ୪୪.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ, ବୌଦ୍ଧ ୪୩.୨, ହୀରାକୁଦ ୪୩.୩, ଭବାନୀପାଟଣାରେ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ମାଲକାନଗିରିରେ ୪୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୪ , ସମ୍ବଲପୁରରେ ୪୩.୩, ଅନୁଗୋଳରେ ୪୩.୫ ସେଲସିୟସ, ସୋନପୁରରେ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ସୂଚନାଯୋଗ୍ୟ ଯେ, ଜୁନ୍‌ ପ୍ରଥମ ସପ୍ତାହରେ କେରଳରେ ମୌସୁମୀ ଛୁଇଁବାର ସମ୍ଭାବନା ଅଛି । ପ୍ରବାହିତ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହ କାଳରେ ଅଂଶୁଘାତର ଆଶଙ୍କା ରହିଥିବାରୁ ଏହି ୧୧ଟି ଜିଲ୍ଲାରେ ବୃଦ୍ଧ ଓ ଶିଶୁମାନଙ୍କୁ ସକାଳ ୮ଟା ପରଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ପଦାକୁ ନ ବାହାରିବା ପାଇଁ ଜାରି ସତର୍କ ସୂଚନାରେ ପରାମର୍ଶ ଦିଆଯାଇଛି । ଆଜି ପ୍ରାୟ ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଥିଲା । ସକାଳ ୧୦ଟା ପରଠାରୁ ତାପମାତ୍ରା ଧିରେ ଧିରେ ବଢ଼ିବାରେ ଲାଗୁଛି । ମଧ୍ୟହ୍ନା ବେଳକୁ ଢ଼ହ ଢ଼ହ ଖରା ପରିଲକ୍ଷିତ ହେଉଛି । ରୌଦ୍ରତାପ ବଢ଼ୁଥିବାରୁ ମଧ୍ୟାହ୍ନରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାସ୍ତା ଘାଟ ପୁରା ଶୂନ ଶାନ ହୋଇପଡ଼ୁଛି । ସେଭଳି କିଛି ଜରୁରୀ କାର୍ଯ୍ୟ ନଥିଲେ କେହି ପଦାକୁ ଯିବାକୁ ସାହସ କରୁନଥିବା ଦେଖିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାଲିପାଣି ପାଇଁ କଟକଣାକୁ ଫୁ : ମଦ ଦୋକାନ ଆଗରେ ଲମ୍ବାଲାଇନ

ନାଲିପାଣି ପାଇଁ କଟକଣାକୁ ଫୁ : ମଦ ଦୋକାନ ଆଗରେ ଲମ୍ବାଲାଇନ

Read More...

ଗୋଦାମକୁ ଯାଉନି ଚାଉଳ, ବାହାରୁ ବାହାରୁ ପଞ୍ଚାୟତକୁ ଯୋଗାଣ ଅଭିଯୋଗ

ଗୋଦାମକୁ ଯାଉନି ଚାଉଳ, ବାହାରୁ ବାହାରୁ ପଞ୍ଚାୟତକୁ ଯୋଗାଣ ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page