ଅନଲାଇନ୍‌ରେ ମିଳିବ ମଦ

May 23, 2020, ଓଡ଼ିଶା, , Anupambharat News Bureau


ଅନଲାଇନ୍‌ରେ ମିଳିବ ମଦ
Anupambharat News Bureau
May 23, 2020

ଭୁବନେଶ୍ୱର, ୨୩ା୫(ଅନୁପମମିଡ଼ିଆ): ଆସନ୍ତାକାଲି (ରବିବାର) ଠାରୁ ଓଡିଶାରେ ଅନ୍‌ ଲାଇନ୍‌ରେ ମଦ ମିଳିବ । ମଦର ହୋମ ଡେଲିଭରି ପାଇଁ ଶନିବାର ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ଗ୍ରାହକଙ୍କୁ ମଦର ଏମଆରପି ଠାରୁ ୫୦ % ଅଧିକ ଦାମ୍‌ ଦେବାକୁ ପଡିବ । ରାଜ୍ୟ ସରକାର ମଦ ଉପରେ ୫୦% କୋଭିଡ୍‌ ଫି ଲଗାଇଛନ୍ତି । ଏଥିରୁ ମିଳିବାକୁ ଥିବା ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଖର୍ଚ୍ଚ ହେବ । ସେହିପରି ଗ୍ରାହକଙ୍କୁ ହୋମ ହେଲିଭରି ପାଇଁ ମଧ୍ୟ ଚାର୍ଜ ଦେବାକ ପଡିବ ।
ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ଆବଶ୍ୟକୀୟ ପରିବର୍ତ୍ତନ ଅଣାଯାଇଛି । ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନୀ ଗ୍ରାହକଙ୍କୁ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ଦେଇପାରିବେ । ଭାରତ ତିଆରି ବିଦେଶୀ ମଦ ଓ ବିୟର ଏହି ଦୋକାନ ଜରିଆରେ ଗ୍ରାହକଙ୍କ ଘରେ ପହଞ୍ଚାଯିବ । କି;ୁ କଣ୍ଟେନମେଣ୍ଟ ଜୋନ୍‌ ଓ ସପିଂ ମଲରେ ମଦ ଯୋଗାଣ ଉପରେ କଟକଣା ଲାଗିଛ । ସେହିପରି ଲାଇସେନ୍ସପ୍ରାପ୍ତ ଦୋକାନୀ ସେମାନଙ୍କ କାଉଣ୍ଟର କିମ୍ବା ଦୋକାନ ପରିସରରେ କୌଣସି ପ୍ରକାରର ମଦ ବିକ୍ରି କରିପାରିବେ ନାହିଁ । ଏଥିଲାଗି ଗ୍ରାହକଙ୍କୁ ଅନଲାଇନରେ ଅର୍ଡର କରିବାକୁ ପଡ଼ିବ ଏବଂ ଏଥିଲାଗି ଡିଜିଟାଲ୍‌ ପେମେଣ୍ଟ କରିବାକୁ ହେବ । ଓଏସବିସିର େୱବସାଇଟ୍‌ ଓଏସବିସି ଡଟ୍‌ କୋ ଡଟ୍‌ ଇନ୍‌ରେ ଜିଲ୍ଲାୱାରୀ ତଥ୍ୟ ରହିବ । ସମସ୍ତ ପ୍ରକାର ମଦର ମୂଲ୍ୟ ମଧ୍ୟ ଏଠାରେ ଉଲ୍ଲେଖ ରହିବ । ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମଦର ଅର୍ଡର ପାଇଁ ଗ୍ରାହକଙ୍କୁ ବିତରଣ ଶୁÂ ୧୦୦ ଟଙ୍କା ଏବଂ ତା’ପରେ ପ୍ରତ୍ୟେକ ଅତିରିକ୍ତ ୫୦୦ ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ୨୫ ଟଙ୍କା ପର୍ଯ୍ୟନ୍ତ ଶୁÂ ଦେବାକୁ ପଡ଼ିବ । ତେବେ ହୋମ ଡେଲିଭରି ଶୁÂ ୩୦୦ଟଙ୍କାରୁ ଅଧିକ ହେବ ନାହିଁ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରାହକ ମାନେ ମଦ ମଗାଇପାରିବେ । ତେବେ ଗ୍ରାହକଙ୍କୁ ଘରକୁ ମଦ ମଗାଇବା ପାଇଁ ୬ ଘଣ୍ଟାର ସମୟ ମିଳିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ୨୪ ଘଣ୍ଟାରେ ଛ’ହଜାରୁ ଉର୍ଦ୍ଧ୍ୱ ନୂଆ ପଜିଟିଭ୍‌,  ପୁଣି ୨୬୦୦ ଶ୍ରମିକ ଟ୍ରେନ ଚାଲିବ

ଦେଶରେ ୨୪ ଘଣ୍ଟାରେ ଛ’ହଜାରୁ ଉର୍ଦ୍ଧ୍ୱ ନୂଆ ପଜିଟିଭ୍‌, ପୁଣି ୨୬୦୦ ଶ୍ରମିକ ଟ୍ରେନ ଚାଲିବ

Read More...

ପାଟଣା ଥାନା ଆଇଆଇସି ନିଲମ୍ବିତ

ପାଟଣା ଥାନା ଆଇଆଇସି ନିଲମ୍ବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page