କୋଭିଡ ପା‌ଣ୍ଠିକୁ ଦାନ କଲେ ଦାରା ସିଂ

May 19, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


କୋଭିଡ ପା‌ଣ୍ଠିକୁ ଦାନ କଲେ ଦାରା ସିଂ
Anupambharat News Bureau
May 19, 2020

କେନ୍ଦୁଝର, (ଅନୁପମ ମିଡିଆ): ବହୁଚର୍ଚ୍ଚିତ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଫିଲିଫ ଏବଂ ଟିମୋଥିଙ୍କୁ ଜିଅନ୍ତା ଜାଳି ମାରି ଦେବା ଅପରାଧ ସହ ଅନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କୁ କୋଭିଡ ମୁକାବିଲା ପାଇଁ ସହାୟତା ପ୍ରଦାନ କରିବାକୁ ଅନୁମତି ମିଳିଛି । ଓଡିଶା ସରକାରଙ୍କ ଜେଲ ବିଭାଗର ଆଇଜିଙ୍କ ଅନୁମତି ମିଳିବା ପରେ ସେ ପ୍ରଧାନମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପା‌ଣ୍ଠିକୁ ୬ ହଜାର ଟଙ୍କା ଲେଖାଏଁ ଦାନ କରିଛନ୍ତି । ଜେଲ ବିଭାଗର ଡିଆଇଜି ତାଙ୍କ ପତ୍ର ସଂଖ୍ୟା ୭୩୮୦ ତା ୧୬.୫.୨୦୨୦ରେ ଏକ ପତ୍ର ଲେଖି କେନ୍ଦୁଝର କାରାଗାର ଅଧିକ୍ଷକଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁମତି ଦେଇଛନ୍ତି । କୋଭିଡ ମୁକାବିଲା ପାଇଁ ଦାନ କରିବାକୁ ଗତ ଏପ୍ରିଲ ୬ ତାରିଖରେ ସେ ଅନୁମତି ମାଗିଥିବା ବେଳେ ତାଙ୍କର ଆବେଦନକୁ କେନ୍ଦୁଝର ଜେଲ ଅଧିକ୍ଷକ ସେହିଦିନ ଆଇଜିଙ୍କ ଅନୁମତି ପାଇଁ ପଠାଇଥିଲେ । ଏକ ବର୍ଷ ମଧ୍ୟରେ ସଶ୍ରମ କାରାଦଣ୍ଡରୁ ରୋଜଗାର କରିଥିବା ଏହି ୧୨ ହଜାର ଟଙ୍କା ସେ ମଙ୍ଗଳବାର ଦିନ ନିଜ ଆଇନଜିବୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ଘଟଣା ଦେଶରେ ପ୍ରଥମ ହୋଇଥିବାବେଳେ ସମଗ୍ର ରାଜ୍ୟରେ ଆଲୋଚନାର ବିଷୟବସ୍ତୁ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଦେଖିଲେ, ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ କ୍ଷୟକ୍ଷତିର ଆକଳନ କର

ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଦେଖିଲେ, ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ କ୍ଷୟକ୍ଷତିର ଆକଳନ କର

Read More...

ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କଲା ଭାଜପା

ଯୋଗାଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀ କଲା ଭାଜପା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page