ପରିବହନ କାର୍ଯ୍ୟରେ ମଲଦା ଗ୍ରାମର ହସ୍ତକ୍ଷେପକୁ ବିରୋଧ

May 16, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ପରିବହନ କାର୍ଯ୍ୟରେ ମଲଦା ଗ୍ରାମର ହସ୍ତକ୍ଷେପକୁ ବିରୋଧ
Anupambharat News Bureau
May 16, 2020

କେନ୍ଦୁଝର,୧୬ା୫ (ଅନୁପମ ମିଡିଆ): ବାଂଶପାଳ ବ୍ଲକ ଫୁଲଝର ଗ୍ରାମବାସୀ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଶନିବାର ଦିନ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ୨୦୦୯ ମସିହାରୁ ଆରଡେଣ୍ଟ ଷ୍ଟିଲ ସ୍ଥାନୀୟ ଲୋକଙ୍କ ଜମି ଅଧିଗ୍ରହଣ କରି ଏକ ପିଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲା । କାରଖାନା ପ୍ରତିଷ୍ଠା ସମୟରେ ସ୍ଥାନୀୟ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇଥିଲା । ଜମି ଅଧିଗ୍ରହଣ ସମୟରେ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ବୋଲି ଚୁକ୍ତି ମଧ୍ୟ ହୋଇଥିଲା । ଏହି ଚୁକ୍ତି ଅନୁସାରେ ସମସ୍ତ କାର୍ଯ୍ୟରେ ଜମିହରା ଲୋକଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନ ପରିବହନ ଏବଂ ଅନ୍ୟ କାର୍ଯ୍ୟ ପାଇଁ ବାହାର ଅଞ୍ଚଳର ଲୋକ ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଦାବୀପତ୍ରରେ କାରଖାନାରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ସହ ପାରିପାଶ୍ୱର୍ିକ ଉନ୍ନତି କାର୍ଯ୍ୟ କରିବା,ସ୍ଥାନୀୟ ବେକାର ଯୁବକ/ଯୁବତୀମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର,ରାସ୍ତା ପାଶ୍ୱର୍ରେ ଆଲୋକୀକରଣ,ସ୍କୁଲର ଆବଶ୍ୟକୀୟ ଉନ୍ନତିକରଣ ପାଇଁ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହ ମଲଦା ଗ୍ରାମ ଆରଡେଣ୍ଟ କମ୍ପାନୀର ଉପିାଦନରେ କୌଣସି ପ୍ରକାର ପ୍ରଦୂଷଣ ଜନିତ କ୍ଷତିଗ୍ରସ୍ତ ହେଉନଥିବାବେଳେ ମଲଦା ଗ୍ରାମର କେତେକ ନ୍ୟସ୍ତସ୍ୱାର୍ଥ ଲୋକ ପରିବହନ କାର୍ଯ୍ୟରେ ଅଂଶୀଦାର ହେବା ପାଇଁ ଅଯଥା ଚାପ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଫୁଲଝର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମଲଦା ଗ୍ରାମ ଆରଡେଣ୍ଟ ଷ୍ଟିଲ କାରଖାନାର କ୍ଷତିଗ୍ରସ୍ତ ଗ୍ରାମ ହୋଇନଥିବାବେଳେ ପ୍ରଦୂଷଣକୁ ଆଳ କରି ପୂର୍ବରୁ ଅନେକ ଥର ରାସ୍ତାରୋକ କରିଛନ୍ତି । ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ କରି ପଦକ୍ଷେପ ନେବା ସହ କାରଖାନାର ପିଲେଟ ଏବଂ କଞ୍ଚାମାଲ ପରିବହନ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ପୂର୍ବପରି ଅଗ୍ରାଧିକାର ଦେବାକୁ ଦାବୀ କରିଛନ୍ତି । ଏହି ଦାବୀପତ୍ରର ଏକକିତା ନକଲ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ,ସଦର ଉପଜିଲ୍ଲାପାଳ,ସଦର ଏସଡିପିଓ,ନୟାକୋଟ ଥାନା ଅଧିକାରୀ ଏବଂ ଆରଡେଣ୍ଟ କାରଖାନାର ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୃଥକ ସଡ଼କ ଦୁର୍ଘଟଣାରେ ୩୦ ଶ୍ରମିକ ମୃତ

ପୃଥକ ସଡ଼କ ଦୁର୍ଘଟଣାରେ ୩୦ ଶ୍ରମିକ ମୃତ

Read More...

ଦେଶରେ ମୃତୁ୍ୟ ସଂଖ୍ୟା ୨୫ ଶହ ଟପିଲା, ୨୪ ଘଣ୍ଟାରେ ଭାଇରସ ନେଲା ୧୩୪ ମୁଣ୍ଡ

ଦେଶରେ ମୃତୁ୍ୟ ସଂଖ୍ୟା ୨୫ ଶହ ଟପିଲା, ୨୪ ଘଣ୍ଟାରେ ଭାଇରସ ନେଲା ୧୩୪ ମୁଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page