ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ

May 14, 2020, ଦେଶ, , Anupambharat News Bureau


ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ , ଛ’ମୃତ
Anupambharat News Bureau
May 14, 2020

ମୁଜାଫରନଗର,୧୪ା୫: କରୋନା ରୋଗର ବ୍ୟାପକତା ଯୋଗୁଁ ସମଗ୍ର ଦେଶରେ ଲକ୍‌ଡ଼ାଉନ୍‌ ସ୍ଥିତି ଜାରି ରହିଛି । ଏଭଳି ଅବସ୍ଥାରେ ସମସ୍ତ କର୍ମକ୍ଷେତ୍ର ବନ୍ଦ ହୋଇପଡିବା ଯୋଗୁଁ ପ୍ରତ୍ୟେକ ଅଞ୍ଚଳରେ ଫସି ରହିଥିବା ଶ୍ରମିକ ଓ କର୍ମଚାରୀମାନେ ନିଜ ନିଜ ବାସ ସ୍ଥାନକୁ ଫେରି ଆସିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେମାନେ ଗ୍ରହଣ କରିଥିଲେ ।ଠିକ୍‌ ସେହିଭଳି ତାଲାବନ୍ଦ ଭିତରେ ଦାଦନ ଶ୍ରମିକମାନେ ବସ୍‌, ଟ୍ରେନ୍‌, ଟ୍ରକ୍‌ କିମ୍ବା ନିଜ ପାଦରେ ମଧ୍ୟ ଚାଲି ଚାଲି ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । ତେବେ ଏଭଳି କିଛି ଲୋକ ଉତ୍ତରପ୍ରଦେଶରୁ ଚାଲି ଚାଲି ବିହାରକୁ ଫେରୁଥିବାବେଳେ ଏକ ବସ୍‌ ଦୁର୍ଘଟଣାରେ ୬ ଜଣ ଶ୍ରମିକ ପ୍ରାଣ ହରାଇଥିବା ଲୋମହର୍ଷଣକାରୀ ଘଟଣା ଦେଶବାସୀଙ୍କୁ ଚକିତ କରିଦେଇଛି । ଉତ୍ତରପ୍ରଦେଶରେ ଏହି ହୃଦୟବିଦାରକ ଘଟଣା ଘଟି ଯାଇଛି । ଉତ୍ତରପ୍ରଦେଶରୁ ଚାଲି ଚାଲି ନିଜ ଘର ବିହାର ଫେରୁଥିବାବେଳେ ଶ୍ରମିକଙ୍କୁ ଧMା ଦେଇଛି ବସ୍‌ । ଏହି ଘଟଣାରେ ୬ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଶ୍ରମିକମାନେ ପଞ୍ଜାବରେ କାମକରୁଥିବାବେଳେ ଉତରପ୍ରଦେଶ ଦେଇ ବିହାର ଯାଉଥିଲେ । ମୁଜାଫରନଗରରେ ଚାଲି ଚାଲି ଯାଉଥିବାବେଳେ ସେମାନଙ୍କୁ ବୁଧବାର ବିଳମ୍ବିତ ରାତ୍ରୀ ୧୧ଟା ବେଳେ ଏକ ରାଜପଥରେ ହିଁ ବସ ଧMା ଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିର ଅନୁସନ୍ଧାନ ଆରମ୍ଭ କରିଛି । ଆଜି ଭୋରରୁ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ତଦନ୍ତ ଜାରି ରହିଛି ଓ ମୃତକ ସମସ୍ତେ ବିହାର ଗୋପାଳଗଞ୍ଜର ବୋଲି ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୬ରେ ଅବପାତର ରୂପ ନେବ

୧୬ରେ ଅବପାତର ରୂପ ନେବ

Read More...

ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି

ପ୍ରବାସୀଙ୍କ ପାଇଁ ୧୧୦୦୨ କୋଟିର ପାଣ୍ଠି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page