ରାଜ୍ୟରେ ହୁହୁ ବଢ଼ୁଛି କରୋନା ପଜିଟିଭ ନୟାଗଡକୁ ଛୁଇଁଲା କୋଭିଡ଼, ୧୯ ଜିଲ୍ଲାକୁ ବ୍ୟାପିଲା ଭୂତାଣୁ, ଆକ୍ରାନ୍ତ ସଂଖ୍ୟା ୨୯୪କୁ ଛୁଇଁଲା

May 09, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ହୁହୁ ବଢ଼ୁଛି କରୋନା ପଜିଟିଭ ନୟାଗଡକୁ ଛୁଇଁଲା କୋଭିଡ଼, ୧୯ ଜିଲ୍ଲାକୁ ବ୍ୟାପିଲା ଭୂତାଣୁ, ଆକ୍ରାନ୍ତ ସଂଖ୍ୟା ୨୯୪କୁ ଛୁଇଁଲା
Anupambharat News Bureau
May 09, 2020

ଭୁବନେଶ୍ୱର,୯ା୫(ଅନୁପମମିଡ଼ିଆ): ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ସୁରତ ଫେରନ୍ତା । ଶନିବାର ଓଡିଶାରେ ୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ପକ୍ଷରୁ ଜଣଙ୍କୁ ଛାଡି ଦେଲେ ବାକି ସମସ୍ତେ ସୁରତ ଫେରନ୍ତା । ସର୍ବାଧିକ ପଜିଟିଭ୍‌ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୧୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ ପହଞ୍ଚିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୨୯୪ ଛୁଇଁଛି । ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ନୟାଗଡ ଜିଲ୍ଲାରେ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ୧୯ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଛି । ଶନିବାର ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରେ ୧୮ ଜଣ ଗଞ୍ଜାମର, ଜଣେ ଭଦ୍ରକ,ତିନି ମୟୂରଭଞ୍ଜ ଏବଂ ରାଉରକେଲା ଓ ନୟାଗଡରୁ ପ୍ରତ୍ୟେକ ଜଣେ ଲେଖାଏଁ ରହିଛନ୍ତି । ଶନିବାର ପୂର୍ବାହ୍ନରେ ପ୍ରଥମେ ଗଞ୍ଜାମ ଜିଲ୍ଲାରୁ ୧୨ ଜଣ ଥିବା ବେଳେ ସୁନ୍ଦରଗଡ(୬୮ ବର୍ଷ ପୁରୁଷ) ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏ ଅଛନ୍ତି । ସେହିପରି ମୟୁରଭଞ୍ଜ ଜିଲ୍ଲାର ତିନି ଜଣ (ବୟସ ୨୦, ୨୬ ଓ ୩୦ ସମସ୍ତେ ପୁରୁଷ)ସଂକ୍ରମିତ ହୋଇଥିଲେ । ସମସ୍ତେ ସୁରତ ଫେରନ୍ତା ଓ ସଙ୍ଗରୋଧରେ ଥିବା ବେଳେ ସୁନ୍ଦରଗଡର ସଂକ୍ରମିତ କଣ୍ଟେନମେଣ୍ଟ ଅଞ୍ଚଳର । ପରେ ନୟାଗଡ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଚିହ୍ନଟ ଆକ୍ରାନ୍ତ ଜଣକ ୪୦ ବର୍ଷୀୟ ପୁରୁଷ । ସେ ସୁରତରୁ ଫେରିବା ପରେ କ ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ଏହା ବ୍ୟତୀତ ଗଞ୍ଜାମ ଜିଲ୍ଲାର ୨୬ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିଲେ । ପରେ ଗଞ୍ଜାମ ଜିଲ୍ଲାରୁ ଅପରାହ୍ନରେ ପୁଣି ଥରେ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏମାନେ ସମସ୍ତେ ପୁରୁଷ (୩୯ ବର୍ଷ, ୪୯ ବର୍ଷ, ୧୬ ବର୍ଷ, ୪୮ ବର୍ଷ ଓ ୪୫ ବର୍ଷ) ଏବଂ ସୁରତରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଥିଲା । କାଲି ଯାଏଁ ଗଂଜାମ ଜିଲ୍ଲାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ପୁଣି ଥରେ ୧୮ ଜଣ ପଜିଟିଭ୍‌ ବାହାରିଥିଲେ । ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୬ ହଜାର ୩୨୨ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ଏପର୍ଯ୍ୟନ୍ତ ୧୯ଟି ଜିଲ୍ଲାରୁ ମୋଟ ୨୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୧୯ ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ ୨ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାରେ ବେକାବୁ

ଗଞ୍ଜାମ ଜିଲ୍ଲାରେ ବେକାବୁ

Read More...

ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା

ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page