ରାଜ୍ୟରେ ବଢ଼ୁଛି ପଜିଟିଭ୍‌ଙ୍କ ସଂଖ୍ୟା

May 02, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ବଢ଼ୁଛି ପଜିଟିଭ୍‌ଙ୍କ ସଂଖ୍ୟା
Anupambharat News Bureau
May 02, 2020


ଭୁୁବନେଶ୍ୱର, ୨ା୫(ଅନୁପମମିଡ଼ିଆ): ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ରାଜ୍ୟରେ ୩୬,୫୯୩ ଟି କୋଭିଡ୍‌ - ୧୯ ନମୂନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୫୭ ଟି ରିପୋର୍ଟ ପଜିଟିଭ୍‌ ରହିଛି । ରାଜ୍ୟରେ ପଜିଟିଭ୍‌ ବ୍ୟକ୍ତିଙ୍କ ହାର ରହିଛି ୦.୪୨ ପ୍ରତିଶତ । ବର୍ତ୍ତମାନ ସୁଦ୍ଧା ୫୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣଙ୍କର ମୃତୁ୍ୟ ଘଟିଛି । ସେହିପରି ୧୦୦ ଜଣ ସକ୍ରିୟ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।୧୯୯ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି । ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ - ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ଯାଜପୁରଜିଲ୍ଲାରେ ସର୍ବାଧିକ ୪୮ ଜଣ ଓ ଖୋର୍ଦ୍ଧା ଜିଲ୍ଲାରେ ୪୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୦ , ଭଦ୍ରକରେ ୧୯ , ସୁନ୍ଦରଗଡରେ ୧୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀର , କେନ୍ଦ୍ରାପଡା ଓ କଳାହାଣ୍ଡିରେ ଦୁଇ ଜଣ ଲେଖାଏଁ ଏବଂ କୋରାପୁଟ , ଝାରସୁଗୁଡା , କେନ୍ଦୁଝର , ଦେବଗଡ , ଢେଙ୍କାନାଳ , କଟକ ଓ ପୁରୀରେ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

ରାଜ୍ୟରେ କରୋନା ନେଲା ଦ୍ୱିତୀୟ ମୁଣ୍ଡ

Read More...

କରୋନା ଆକ୍ରାନ୍ତରେ ଯାଜପୁର ନମ୍ବର ୧

କରୋନା ଆକ୍ରାନ୍ତରେ ଯାଜପୁର ନମ୍ବର ୧

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page