ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ

April 21, 2020, ଓଡ଼ିଶା, , Anupambharat News Bureau


 ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ
Anupambharat News Bureau
April 21, 2020

ଚିକିଟି,୨୧ ।୪(ଅନୁପମ ମିଡ଼ିଆ): ଓଡ଼ିଶା-ଆନ୍ଧ୍ର ସୀମା ସୋରଳ ଗ୍ରାମର ସାତ ଜଣ ଶ୍ରମିକ ଚେନ୍ନାଇରୁ ପୁଣି ସାଇକେଲ୍‌ ଯୋଗେ ନିଜ ଗ୍ରାମକୁ ଫେରିଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ତାମିଲନାଡ଼ୁର ଚେନ୍ନାଇରେ ଦାଦନ ଭାବେ ଖଟୁଥିବା ବହୁ ଶ୍ରମିକ କରୋନା ଆତଙ୍କ ସହ ଲକ୍‌ଡ଼ାଉନ୍‌ ପରେ ନିଜ ଗ୍ରାମକୁ ଫେରିବା ପାଇଁ ଛଟପଟ ହେଉଥିବା ବେଳେ ଗତ ଛ’ ଦିନ ତଳେ ସୋରଳ ଗ୍ରାମର ୯ ଜଣ ଦୀର୍ଘ ୧୨ ଶହ କିଲୋମିଟର ଦୂର ଡ଼ଙ୍ଗାରେ ବସି ଜଳପଥରେ ଗତକାଲି ଫେରିବା ବେଳେ ଆନ୍ଧ୍ର ପ୍ରଦେଶ ଡ଼ଙ୍କୁରୁ ସମୁଦ୍ର କୂଳରେ ଧରାପଡ଼ି ଆନ୍ଧ୍ର ସ୍ଥିତ ଇଚ୍ଛାପୁର କରେନ୍‌ଟାଇନ୍‌ରେ ରହିଛନ୍ତି ।ତେବେ ଅନ୍ୟ କେତେକ ଶ୍ରମିକ ବିଭିନ୍ନ ଉପାୟରେ ନିଜ ଗ୍ରାମକୁ ଫେରିବା ପାଇଁ ସୁଯୋଗ ଉଣ୍ଡୁଥିବା ବେଳେ ଗତ ୧୫ ତାରିଖ ଦିନ ସୋରଳ ଗ୍ରାମର ଜଗନ୍ନାଥ ବେହେରା (୩୫), ଭଗବାନ ବେହେରା (୪୦), କହେଁଇ ବେହେରା (୩୩), ଅଶୋକ ବେହେରା (୩୬), ନମିତା ବେହେରା (୨୬), ଟଙ୍କଧର ଜାନି (୪୦),ଓ ମୁନ୍ନା ନାୟକ (୪୦) ସାଇକେଲ୍‌ ଯୋଗେ ଚେନ୍ନାଇରୁ ବାହାରି ଆଜି ନିଜ ଭିଟା ମାଟିରେ ପହଞ୍ଚିଥିବା ଜଣାପଡ଼ିଛି । ସେମାନଙ୍କୁ ପ୍ରଶାସନ ତରଫରୁ ସୋରଳ ମୁକ୍ତିସ୍ୱର ବିଦ୍ୟପୀଠର କ୍ୱାରେନଟାଇନ ଗୃହରେ ରଖାଯାଇଛି । ସୂଚନା ଯୋଗ୍ୟ ଯେ, ଆଜି ପହଞ୍ଚିଥିବା ମୁନ୍ନା ନାୟକ ୪ଦିନ ତଳେ ପହଂଚି କରେନଟାଇନରେ ରହିଥିଲେ । ଉକ୍ତ ଶ୍ରମିକମାନେ ରାସ୍ତାର ବିଭିନ୍ନ ସ୍ଥାନରେ ପୋଲିସ ଦ୍ୱାରା ଯାଞ୍ଚ ହୋଇଥିଲେ ବି ସେମାନଙ୍କ ଦୁଃଖ କାହାଣୀ ଓ ଭୋକ ଉପାସ ସମ୍ପର୍କରେ କହି ଆଜି ନିଜ ଗ୍ରାମରେ ପହଞ୍ଚିଥିବା ଜଣାପଡ଼ିଛି । ଉକ୍ତ ଶ୍ରମିକମାନେ ସୁଦୀର୍ଘ ପଥ ଲୁଚି ଛପି ପୋଲିସ, ପ୍ରଶାସନର ଲୁଚକାଳି ଖେଳ ଖେଳି ମନରେ ଭୟ ଓ ଗାଁକୁ ଫେରିବାର ନିଶା ଘାରି ଥିବା ଯୁବକଙ୍କ ଅନୁଭୂତି ମଧ୍ୟ ରୋମାଞ୍ଚକର । ନା ଭୋକ ନା ଶୋଷ ନା ରାତି ନା ଦିନର ଚିନ୍ତା ଖାଲି ଏମାନଙ୍କୁ ଦିଶୁଥିଲା ପ୍ରିୟ ଗାଁ । ପରିଜନଙ୍କ କରୁଣ କାହାଣୀ ପୋଲିସ, ପ୍ରଶାସନ ଅଟକଇନି ତାହା ନୁହଁ କି;ୁ ଏମାନଙ୍କ କାକୁତି ମିନତି ଓ କରୁଣ ମୁହଁ ସେମାନଙ୍କ ହୃଦୟକୁ ତରଳାଇ ଦେଇଛି । ଦେଖି ନ ଦେଖିଲା ଭଳି ରାସ୍ତା ଛାଡି ଦେଇଛନ୍ତି ପୁଣି କେହି କେହି ସାହାଯ୍ୟର ହାତ ବଢ଼େଇଛନ୍ତି । ପ୍ରତିଦିନ ପ୍ରାୟ ୨୦୦କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ବେଳେ ରାସ୍ତା ରେ ପ୍ରାୟ ୫୦କିଲୋମିଟର ଦୂରରେ ଥିବା ହୋଟେଲରୁ ପାର୍ସଲ ଆଣି କୋଉ ଗଛମୂଳେ ତ କେବେଖରା ଟାଇଁ ଟାଇଁ ନିର୍ଜନ ପଥରେ ସାଇକେଲ ଉପରେ, ରାତିରେ ଶୋଇବା ମଧ୍ୟ ଠିକ ଠିକଣା ନ ଥିଲା । ବହୁ ସ୍ଥାନରେ ବିଭିନ୍ନ ଯାତ୍ରୀ ବିଶ୍ରାମ ଗୃହରେ କିଛି ସମୟ ବିଶ୍ରାମ ନେଇ ପୁଣି ଆରମ୍ଭ କରୁ ଥିଲେ ଯାତ୍ରା । ଏତେ ରାସ୍ତା ସାଇକେଲରେ ଆସିବାପରେ ଟିକେ ବିଶ୍ରାମ ପାଇଁ ସୁଯୋଗ ମିଳିଲେ ଧୁମ ନିଦ ଲାଗୁ ଥିଲେ ବି ବାଧ୍ୟବଧକତା ରେ ସାଇକେଲ ଧରି ରାସ୍ତା ଅତିକ୍ରମ କରି ଦୀର୍ଘ ପଥ ଅତିକ୍ରମ କରିବାକୁ ୬ଦିନ ଲାଗିଥିଲା ବୋଲି ଉକ୍ତ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୪ ଘଣ୍ଟାରେ ୪୯ ମୃତ

୨୪ ଘଣ୍ଟାରେ ୪୯ ମୃତ

Read More...

ଦେଶରେ ମୃତୁ୍ୟ ସଂଖ୍ୟା ୬୦୦ ଟପିଲା

ଦେଶରେ ମୃତୁ୍ୟ ସଂଖ୍ୟା ୬୦୦ ଟପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page