ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି

April 19, 2020, ଓଡ଼ିଶା, , Anupambharat News Bureau


 ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି
Anupambharat News Bureau
April 19, 2020

କଟକ ,୧୯ା୪(ଅନୁପମମିଡ଼ିଆ): ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟବିଚାରପତି ହେବେ ଜଷ୍ଟିସ୍‌ ମହମ୍ମଦ ରଫିକ । ଏସମ୍ପର୍କରେ ଗତ ୧୮ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ୍‌ ମହମ୍ମଦ ରଫିକ ବର୍ତ୍ତମାନ ମେଘାଳୟ ହାଇକୋର୍ଟରେ ମୁଖ୍ୟବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଏଥିସହ ସୁପ୍ରିମକୋର୍ଟ କଲେଜିୟମ୍‌ ବମ୍ବେ ଏବଂ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାରପତି ପଦବିରେ ନିଯୁକ୍ତି ଲାଗି ମଧ୍ୟ ନାମ ସୁପାରିସ କରିଛନ୍ତି । ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ଏହି ସମୟରେ ସେ ଦୁଇ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ୨୦୧୯ ନଭେମ୍ବର ୧୩ରେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟବିଚାରପତି ନିଯୁକ୍ତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ

ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ

Read More...

କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା

କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page