ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର

April 18, 2020, ଓଡ଼ିଶା, , Anupambharat News Bureau


ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର
Anupambharat News Bureau
April 18, 2020

ଭୁବନେଶ୍ୱର, ୧୭ା୪(ଅନୁପମମିଡ଼ିଆ): କରୋନା ମୁକାବିଲା ପାଇଁ ରାଜ୍ୟର ୧୧୪ଟି ପୌରାଞ୍ଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି । ଏଥିରେ ଶ୍ରମଭିତ୍ତିକ କାମ ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା ସହରାଞ୍ଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । ଚଳିତ ଏପ୍ରିଲ ମାସରୁ ଆରମ୍ଭ ହୋଇ ଆଗାମୀ ସେପେଫମ୍ବର ମାସ ଯାଏ ଚାଲିବ ।
ମିଶନ ଶକ୍ତିର ମହିଳା ମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯିବ । ହିତାଧିକାରୀ ମାନଙ୍କର ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ପଠାଯିବ । ବର୍ତ୍ତମାନ ଏହି କଷ୍ଟକର ସମୟରେ ରାଜ୍ୟ ସରକାର ସହରାଞ୍ଚଳର ଗରୀବ ଲୋକ ଙ୍କୁ ରୋଜଗାର ଦେବା ପାଇଁ (ଅର୍ବାନ ବେଜ ଏମ୍ପଲୋୟମେଣ୍ଟ ଇନିସିଏଟିଭ) ନାମରେ ଏକ ଜରୁରୀ କାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ରାଜ୍ୟର ୧୧୪ଟି ପୌରାଞ୍ଚଳ ଗୁଡିକରେ ରହୁଥିବା ଶ୍ରମିକ, ଗରୀବ ଲୋକ ଓ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ ।
ଏହି ଯୋଜନାରେ ସହରାଂଚଳରେ ଅନେକ ଶ୍ରମ ଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରା ଯିବ । ଏଥିରେ ଡ୍ରେନ ଗୁଡିକରୁ ମାଟି ଓ ଅନ୍ୟାନ ବର୍ଜ୍ୟ ବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳ ପଡିଆ ଓ ଅନ୍ୟାନ୍ୟ ଖୋଲା ସ୍ଥାନ ଗୁଡିକର ଉନ୍ନତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସାମୟିକ କାର୍ଯ୍ୟ କ୍ଷେତ୍ର ନିର୍ମାଣ, ନବୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ନିର୍ମାଣ ଅବଶେଷରେ ନିଷ୍କାସନ ସହିତ ଅନ୍ୟାନ୍ୟ ଶ୍ରମଭିତ୍ତିକ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଲକ୍‌ଡ଼ାଉନ୍‌ ଯୋଗୁଁ ସହରାଞ୍ଚଳ ଶ୍ରମିକମାନେ ସମ୍ମୁଖିନ ହେଉଥିବା ଦୁର୍ଦ୍ଦଶାକୁ ଦେଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌

ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌

Read More...

ତିନି ସଂସ୍ଥାକୁ ୫୦ ହଜାର କୋଟିର ସହାୟତା, ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ

ତିନି ସଂସ୍ଥାକୁ ୫୦ ହଜାର କୋଟିର ସହାୟତା, ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page