ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

May 16, 2019, ଓଡ଼ିଶା, , Anupambharat News Bureau


ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ
Anupambharat News Bureau
May 16, 2019

କେନ୍ଦୁଝର,୧୬ା୫ (ଅନୁପମ ମିଡିଆ): ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ କେନାଲ ଛକ ରାସ୍ତା ଉପରୁ ୧୫ ତାରିଖ ରାତ୍ରୀ ୧୦ଟା ସମୟରେ ବନ୍ଧୁକ ଦେଖାଇ ୧ଲକ୍ଷ ୪୦ ହଜାର ଟଙ୍କା ଦୁବୁର୍ତ୍ତ ମାନେ ଲୁଟି ନେଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ କେନାଲ ଛକ ଠାରୁ ୧ କି.ମି ଦୂରରେ ଥିବା ବିଦେଶୀ ମଦ ଦୋକନର ସେଲସମ୍ୟାନ ସଞ୍ଜୟ କୁମାର ସାହୁ ଟଙ୍କା ବ୍ୟାଗ ଧରି ଅନ୍ୟ ଜଣଙ୍କ ସହିତ ବାଇକ ଯୋଗେ ଯାଉଥିବାବେଳେ ଛକ ନିକଟରେ ୨ ଟି କଳା ପଲସର ବାଇକରେ ୫ ଜଣ ଦୁବୃର୍ତ୍ତ ସେମାନଙ୍କୁ ଅଟକାଇ ଟଙ୍କା ବ୍ୟାଗ ଛଡାଇଥିଲେ । ଦୁବୃର୍ତ୍ତଙ୍କ ସହିତ ସଞ୍ଜୟଙ୍କ ଧସ୍ତା ଧସ୍ତି ମଧ୍ୟ ହୋଇଥିଲା । ଦୁବୃର୍ତ୍ତମାନେ ସଞ୍ଜୟକୁ ମାଡ ମାରି ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ନେଇ ଚାଲିଯିବାକ ସକ୍ଷମ ହୋଇଥିଲେ । ସଞ୍ଜୟ ଦୁବୁର୍ତ୍ତଙ୍କ ଠାରୁ ମାଡ ଖାଇ ଡାକ୍ତର ଖାନାରେ ଚିକିସିିତ ହେଉଛନ୍ତି । ଝୁମ୍ପୁରା ପୁଲିସ ଘଟଣା ସମ୍ପର୍କରେ ସବୁ ଜାଣି ମଧ୍ୟ ନିରବ ରହିବା ଯୋଗୁଁ ଝୁମ୍ପୁରା ପୁଲିସ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଉଛି । ଅନ୍ୟ ପକ୍ଷରେ ଝୁମ୍ପୁରା ଥାନା ଅଞ୍ଚଳରେ ବାରମ୍ବାର ଚୋରି,ଡକାୟତି ରାସ୍ତା ଲୁଟ ବଢି ଚାଲିଥିବା ବେଳେ ଏବେ କଳା ପଲସର ଝୁମ୍ପୁରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଝୁମ୍ପୁରା ଅଞ୍ଚଳରେ ଗୋଟାଏ ପରେ ଗୋଟାଏ ଘଟଣା ଘଟୁଥିଲେ ମଧ୍ୟ ଝୁମ୍ପୁରା ପୁଲିସର ନିରବତା ଦେଖିବାକୁ ମିଳିଛି । ଝୁମ୍ପୁରା ଥାନା ଦାୟିତ୍ୱରେ ରହିଥିବା ଥାନା ଅଧିକାରୀ ଏଫ୍‌ ତିଗାଙ୍କ ସହିତ ଯୋଗ ଯୋଗ କରିବାରୁ ଚୋରକୁ ଧରିବା ପାଇଁ ଉଦ୍ୟମ ଜାରୀ ରହିଛି ବୋଲି କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫେକ ଫୋନକଲ୍‌ ଜରିଆରେ ଅଭିଭାବକ ଧମକ

ଫେକ ଫୋନକଲ୍‌ ଜରିଆରେ ଅଭିଭାବକ ଧମକ

Read More...

ଉତ୍ତ୍ୟକ୍ତ କର୍ମୀ ମଞ୍ଚ ଭାଙ୍ଗିଲେ,  କୋଲକାତାରେ ଯୋଗୀଙ୍କ ର୍ୟାଲି ବାତିଲ

ଉତ୍ତ୍ୟକ୍ତ କର୍ମୀ ମଞ୍ଚ ଭାଙ୍ଗିଲେ, କୋଲକାତାରେ ଯୋଗୀଙ୍କ ର୍ୟାଲି ବାତିଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page