ଓଡ଼ିଶା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

April 10, 2020, ଓଡ଼ିଶା, , Anupambharat News Bureau


ଓଡ଼ିଶା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ
Anupambharat News Bureau
April 10, 2020

ଭୁବନେଶ୍ୱର, ୧୦ା୪(ଅନୁପମମିଡ଼ିଆ): ଓଡ଼ିଶାରେ ଚିହ୍ନଟ ହୋଇଥିବା ୪୮ ଜଣ କରୋନା ପଜିଟିଭ୍‌୍‌ଙ୍କ ମଧ୍ୟରେ ଦୁଇଜଣ ଶିଶୁ କନ୍ୟା ରହିଛନ୍ତି । ଆକ୍ରାନ୍ତ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୫ ବର୍ଷ । ଏମାନେ ‘କରୋନା’ରେ ମୃତୁ୍ୟ ହୋଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ସେମାନଙ୍କ ଘର ଭୁବନେଶ୍ୱର ଝାରପଡ଼ାରରେ । ସେହିପରି ଗତକାଲି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଝାରପଡ଼ା ଅଞ୍ଚଳର ଜଣେ ୩୭ ବର୍ଷୀୟ ମହିଳା ମଧ୍ୟ ରହିଛନ୍ତି । ଏବେ ସେମାନଙ୍କୁ କିମସ୍‌ କୋଭିଡ୍‌ ହସ୍ପିଟାଲରେ ରଖାଯାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ, ଗତକାଲି ଗୋଟିଏ ଦିନରେ ୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ । ସେଥିରେ ଢେଙ୍କାନାଳରେ ଜଣେ, ପଶ୍ଚିମବଙ୍ଗର ମେଦନାପୁରରୁ ଭୁବନେଶ୍ୱର ଆସି ଚିକିତ୍ସିତ ହେଉଥିବା ଜଣେ, ଝାରପଡ଼ାର ଦୁଇ ଝିଅ ଏବଂ ମହିଳା ଓ କଳାହାଣ୍ଡିର ଜଣେ ୨୦ ବର୍ଷୀୟ ଯୁବକ ଅଛନ୍ତି । ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୪୫ , ୪୬ , ୪୭ ଓ ୪୮ ତମ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ କରାଯାଇଛି ।
କଳାହାଣ୍ଡିରେ ଚିହ୍ନଟ ଯୁବକ ଜଣକ ବେହେରାଗୁଡ଼ା ଗାଁରେ ମାର୍ଚ୍ଚ ୨୦ ଓ ୨୧ ତାରିଖରେ ସାଙ୍ଗଙ୍କ ସହ ମିଳାମିଶା କରିଥିଲେ । ମାର୍ଚ୍ଚ ୨୨ରୁ ୨୪ ତାରିଖ ଭିତରେ ଘର ଲୋକଙ୍କ ସହିତ ମିଶିଥିଲେ । ମାର୍ଚ୍ଚ ୨୫ ତାରିଖରେ ନିଜ ଗାଁର ତେଜରାତି ଦୋକାନକୁ ଯାଇଥିଲେ । ମାର୍ଚ୍ଚ ୨୬ରୁ ଏପ୍ରିଲ୍‌ ୩ ତାରିଖ ମଧ୍ୟରେ କୁଆଡ଼େ ଯାଇ ନଥିଲେ । ଏପ୍ରିଲ୍‌ ୪ ତାରିଖରେ ବାହାରିନ୍‌ ଫେରନ୍ତା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏନେଇ ଜଣାପଡ଼ିବା ପରେ ଏପ୍ରିଲ ୫ ତାରିଖରେ ତାଙ୍କୁ ସୋସିଆ ସ୍ଥିତ ଇନ୍‌ଷଫିଚୁ୍ୟସନାଲ୍‌ କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ୯ ତାରିଖରେ ସାମ୍ପଲ ସଂଗ୍ରହ କରାଯାଇଥିଲା । ଆଜି ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।ସେହିପରି ନିକଟରେ ଝାରପଡାର ୭୨ ବର୍ଷୀୟ ବ୍ୟକ୍ତିଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ପରିବାର ଲୋକ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ପରେ ଟେଷ୍ଟ ରିପୋର୍ଟରୁ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହା ପରେ ସ୍ୱାସ୍ଥ୍ୟ ବିଭାଗ ମୃତକଙ୍କ ସମ୍ପର୍କୀୟଙ୍କୁ ଆଣି କ୍ୱାରେଣ୍ଟାଇନ୍‌ରେ ରଖିଥିଲା । ତେବେ ଗତକାଲି ଆସିଥିବା ରିପୋର୍ଟରେ ମୃତକଙ୍କ ସମ୍ପର୍କୀୟ ଦୁଇ ଶିଶୁ ଓ ଜଣେ ୩୭ ବର୍ଷୀୟ ମହିଳା ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ସୂଚନାରୁ ପ୍ରକାଶ ଶୁକ୍ରବାର ସୁଦ୍ଧା ରାଜ୍ୟରେ ୪୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଦୁଇ ଜଣ ଡିସcାର୍ଜ ହୋଇ ଘରକୁ ଫେରିଛନ୍ତି । ଏବେ ୪୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାୟର ସଂଶୋଧନ, ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ

ରାୟର ସଂଶୋଧନ, ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ

Read More...

ଢ଼େଙ୍କାନାଳରେ  ପ୍ରଥମ ପଜିଟିଭ ଚିହ୍ନଟ

ଢ଼େଙ୍କାନାଳରେ ପ୍ରଥମ ପଜିଟିଭ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page