ତୁରନ୍ତ ଜବତ ଗାଡି ଛାଡ: ହାଇକୋର୍ଟ

April 09, 2020, ଓଡ଼ିଶା, , Anupambharat News Bureau


  ତୁରନ୍ତ ଜବତ ଗାଡି ଛାଡ: ହାଇକୋର୍ଟ
Anupambharat News Bureau
April 09, 2020

କଟକ ୯ା୪(ଅନୁପମିଡ଼ିଆ): ଲକ୍‌ ଡାଉନ ବେଳେ ଚାଲିବା ଦୂରତାରେ ଅତ୍ୟାବଶକ ସାମଗ୍ରୀ ନମିଳିବା ପରିସ୍ଥିତିରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇ ପାରିବ ନାହିଁ । ଏଥି ସହିତ ଲକ୍‌ ଡାଉନ ବେଳେ ଜବତ କରାଯାଇଥିବା ଗାଡିଗୁଡିକ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଦୁଇ ଚକିଆ ଗାଡି ଜବତ ହେଲେ ଚଳାଉଥିବା ବ୍ୟକ୍ତିଙ୍କ ନିକଟରୁ ଅଣ୍ଡରଟେକିଂ ରଖି ଗାଡି ଛଡାଯିବ ବୋଲି ହାଇକୋର୍ଟ କହିଛନ୍ତି ।
ହାଇକୋର୍ଟଙ୍କ ରାୟ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ନିକଟରୁ ଗାଡି ଜବତ କରାଯାଇଥିଲା ସେ ଏଭଳି ଭାବେ ଆଉ ଗାଡି ବ୍ୟବହାର କରିବେ ନାହିଁ ବୋଲି ଅଣ୍ଡରଟେକିଂ ଦେବେ । ଏଥି ସହିତ ଏଭଳି ଗାଡିକୁ ତିନି ଥର ବିନା ଜରିମାନାରେ ତଥା ଅଣ୍ଡରଟେକିଂ ରଖି ଛଡାଯିବ । ଯେତେବେଳ ପର୍ଯ୍ୟନ୍ତ ଚାଲିବା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ସମ୍ପର୍କିତ ଉପଯୁକ୍ତ ନିୟମାବଳୀ ଓ ବ୍ୟବସ୍ଥା ସରକାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ବଳବତ୍ତର ରହିବ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହାକୁ ସମ୍ପୂୂର୍ଣ୍ଣ ଭାବେ କଟକଣା ଉଠି ଯାଇଛି ବୋଲି ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି । ଏହି ପ୍ରସଙ୍ଗକୁ ମାନବିକତା ଦୃଷ୍ଟି କୋଣରୁ ସରକାରଙ୍କ ଉପଯୁକ୍ତ ବିଭାଗ ଓ ପୋଲିସ ଡିଜି ବିଚାରକୁ ନେବେ । ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ଯେପରି ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇ ପାରିବେ ସେଥି ପାଇଁ ସରକାର ସବିଶେଷ ଯୋଜନା ଆଣିବେ ଯାହା ଦ୍ୱାରା ଦୁଇ ଚକିଆ ଯାନ ବ୍ୟବହାର ଦରକାର ପଡିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତ । ଏଥି ସହିତ ଲକ୍‌ ଡାଉନ ବେଳେ ଜବତ କରାଯାଇଥିବା ଗାଡି ଗୁଡିକ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରେ ୩୦ ଯାଏ ବଢିଲା ଲକ୍‌ ଡାଉନ , ଜୁନ୍‌ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଓଡ଼ିଶାରେ ୩୦ ଯାଏ ବଢିଲା ଲକ୍‌ ଡାଉନ , ଜୁନ୍‌ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Read More...

 ୧୫ ହଜାର କୋଟିର ଜରୁରୀ ପ୍ୟାକେଜ୍‌ ମଞ୍ଜୁର

୧୫ ହଜାର କୋଟିର ଜରୁରୀ ପ୍ୟାକେଜ୍‌ ମଞ୍ଜୁର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page