ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ, ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ

April 08, 2020, ଓଡ଼ିଶା, , Anupambharat News Bureau


ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ,  ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ
Anupambharat News Bureau
April 08, 2020

ଛତ୍ରପୁର ,୮ା୪(ଅନୁପମମିଡ଼ିଆ): କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଯାଞ୍ଚ୍‌ କରାଯିବ । ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଓ ସହରାଞ୍ଚଳର ପ୍ରତ୍ୟେକ ସାହିରେ ର୍ନିଦ୍ଦିଷ୍ଟ ଟିମ୍‌ ଘରଘର ବୁଲି ଖବର ସଂଗ୍ରହ କରିବେ । ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ସ୍ୱାସ୍ଥ୍ୟ ସୁପରଭାଇଜରଙ୍କୁ ନେଇ ଟିମ୍‌ ଗଠନ କରାଯିବ । ର୍ନିଦ୍ଦିଷ୍ଟ ଫର୍ମରେ ଉକ୍ତ ପରିବାରର ସଦସ୍ୟଙ୍କ ନାମ, ଟେଲିଫୋନ୍‌ ନମ୍ବର ଏବଂ ଯଦିକିଛି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି ତାହା ଉଲ୍ଲେଖ ରହିବ । ପରିବାର ସଦସ୍ୟଙ୍କ ବିଭିନ୍ନ ସ୍ଥାନକୁ ଗନ୍ତବ୍ୟ ତଥ୍ୟ ସଂଗ୍ରହ କରାଯିବ । ଥଣ୍ଡା, କାଶ ଏବଂ ଜ୍ୱରକୁ ପ୍ରାଧାନ୍ୟ ଦିଆଯିବ । ଡାକ୍ତରୀ ଦଳ ଏହି ପୀଡିତଙ୍କୁ ଅଧିକତର ପରୀକ୍ଷା କରିବେ । ଫଳରେ କରୋନାର ଯଦିକିଛି ସୁପ୍ତ ବାହକ ଥାଏ ତାହା ର୍ନିଦ୍ଦିଷ୍ଟ ଭାବେ ଜଣା ପଡିଯିବ ଜିଲ୍ଲା ପ୍ରଶାସନ ର୍ନିଦ୍ଦିଷ୍ଟ ଫର୍ମ ପ୍ରଦାନ କରିବ । ତିନି ଦିନ ମଧ୍ୟରେ ଏହି ଯାଞ୍ଚ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମୃତକ ମାନଙ୍କର ଦାହ ଓ ସଂସ୍କାର ପାଇଁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ତାଲିମ୍‌ ଦିଆଯିବ । ଲକ୍‌ ଡାଉନ୍‌ ପରେ ବାହାରୁ କେତେ ଲୋକ ଜିଲ୍ଲାକୁ ଫେରିବେ ତାର ର୍ନିଦ୍ଦିଷ୍ଟ ତାଲିକା ବିଡିଓ ପ୍ରଦାନ କରିବେ । ଚୋରା ମଦ କାରବାର ଉପରେ ନଜର ରଖିବାପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସବୁ ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି ତାର ସମ୍ପୂର୍ଣ୍ଣ ତାଲିକା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବାପାଇଁ କୁହାଯାଇଛି । ଅଧିକାରୀ ମାନେ ଗସ୍ତ ସମୟରେ କିଛି ଖାଦ୍ୟ ପଦାର୍ଥ ଗାଡିରେ ମହଜୁଦ୍‌ ରଖିବେ ଫଳରେ ହଠାତ କୌଣସି ନିରାଶ୍ରୟ ବ୍ୟକ୍ତିଙ୍କୁ ତାହା ପ୍ରଦାନ କରିହେବ । ଯେଉଁ ମାନେ ସହାୟତା ଦେବାକୁ ଚାହୁଁଛନ୍ତି ସେମାନେ ଜିଲ୍ଲା କରୋନା ସେଲ୍‌ରେ ତାହା ପ୍ରଦାନ କରିପାରିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଛୋଟ ପିଲା କିମ୍ବା ବୟସ୍କ ବ୍ୟକ୍ତି ଆଦୌ ବାହାରକୁ ନବାହାରିବା ପାଇଁ କୁହାଯାଇଛି । ମୁହଁକୁ ଆବୃତ୍ତ କରି ନରଖିଲେ ଯେ, କୌଣସି ବ୍ୟକ୍ତି ଜୋରିମାନାର ସମ୍ମୁଖିନ ହେବେ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ  କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ

ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ

Read More...

କୋଭିଡ୍‌-୧୯ ପାଇଁ ଆଗୁଆ ମିଳିବ କଳାକାର ଭତ୍ତା

କୋଭିଡ୍‌-୧୯ ପାଇଁ ଆଗୁଆ ମିଳିବ କଳାକାର ଭତ୍ତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page