ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌

April 03, 2020, ଓଡ଼ିଶା, , Anupambharat News Bureau


 ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌
Anupambharat News Bureau
April 03, 2020

ବନେଶ୍ୱର, ୩ା୪(ଅନୁପମମିଡ଼ିଆ): ­ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏପରିସ୍ଥିତିରେ ରାଜ୍ୟ ସରକାର ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇ ଭୁବନେଶ୍ୱର , କଟକ ଓ ଭଦ୍ରକ ସହରକୁ ଆଜି ରାତି ୮ଟାରୁ ୪୮ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି । କରୋନା ଭାଇରସର କମୁ୍ୟନିିଟି ସଂକ୍ରମଣର ଆଶଙ୍କାକୁ ରୋକିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୁବନେଶ୍ୱର, କଟକ ଓ ଭଦ୍ରକର ଜନସାଧାରଣଙ୍କୁ ୪୮ଘଣ୍ଟା ସଟ୍‌ ଡାଉନକୁ ପାଳନ କରିବା ସହ ଘରେ ରହି କରୋନା ସଂକ୍ରମଣ ରୋକିବା ସହିତ ସରକାରଙ୍କ ଉଦ୍ୟମରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଛି । ଏଥିରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ଚଳିତ ସପ୍ତାହ ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ରାଜ୍ୟ ସରକାର କରୋନା ରୋଗୀ ଚିହ୍ନଟ ହୋଇଥିବା ତିନିଗୋଟି ସହର ଯଥା ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଜାରି କରିଛନ୍ତି । ଏହି ୪୮ ଘଣ୍ଟା ପ୍ରଶାସନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ୪୮ ଘଣ୍ଟା ସମୟ ମଧ୍ୟରେ ପ୍ରଶାସନ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟ୍ରାକଫ ଟ୍ରକିଂ ଭଲଭାବରେ କରିପାରିବେ । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଖୁବ୍‌ ଜାରୁରୀ ଅଟେ । ନିଜ ପରିବାର ଓ ବନ୍ଧୁମାନଙ୍କ ଭଲ ପାଇଁ ମଙ୍ଗଳ ପାଇଁ ଆମକୁ ବ୍ୟକ୍ତିଗତ ଭାବରେ ଏହି ତ୍ୟାଗ କରିବାକୁ ହେବ । କଷ୍ଟ ସ୍ୱୀକାର କରିବାକୁ ହେବ । ଆମର ଏହି ତ୍ୟାଗ ହିଁ ଆମ ସମସ୍ତଙ୍କୁ ସୁରକ୍ଷିତ ରଖିପାରିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଭୁବନେଶ୍ୱର ଓ ଆଖାପାଖ ଗ୍ରାମପଞ୍ଚାୟତ, କଟକ ଓ ଭଦ୍ରକ ସହରରେ କର୍ଫୁ୍ୟ ଜାରି ହୋଇଛି । କର୍ଫୁ୍ୟ ଉଲ୍ଲ୍‌ଂଘନ କଲେ ଉଲ୍ଲଂଘନକାରୀଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ୧୪ ଦିନ ରଖାଯିବ ଏବଂ ତାଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ୍‌-୨୦୦୫ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‌ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭୁବନେଶ୍ୱରରେ ଚିହ୍ନଟ ପଂଚମ ପଜିଟିଭ୍‌ ବ୍ୟକ୍ତିଙ୍କ ଯାତ୍ରା ବିବରଣୀରୁ ସନ୍ଦିଗ› ମାନଙ୍କୁ ଠାବ କରାଯଇପାରିବ ନାହିଁ । ତେଣ ସାମାଜିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ଭଦ୍ରକ ଓ କଟକ ଅଧିକ ଜନ ବହୁଳ ସହର । ତେଣୁ ଆମକୁ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ପଡିବ । ଓଡିଶାରେ ଏପର୍ଯ୍ୟନ୍ତ ଅତ୍ୟନ୍ତ ବିପଦ ଶଙ୍କୁଳ ପରିସ୍ଥିତି ଆସିନାହିଁ । ଯଦି ଆସେ ତା ପୂର୍ବରୁ କର୍ଫୁ୍ୟର ଅନୁଭୂତି ରହିବା ଆବଶ୍ୟକ । କର୍ଫୁ୍ୟ ଏକ ଦୃଢ ପଦକ୍ଷେପ । ଏହର ଅନୁଭୂତି ସରକାରୀ କଳ ଓ ନାଗରିକ ସମାଜର ଦରକାର । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟ ଓ ଶାଳୀନତା ରଖିବାକୁ ଅନୁରୋଧ କରିଛନ୍ତି ବୋଲି ବାଗଚୀ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର ଆଜି ରାତ୍ରୀ ୮ଟାରୁ ୪୮ ଘଣ୍ଟା ପାଇଁ ସଟ ଡାଉନ ହେବା ପୂର୍ବରୁ ଦିଆ ଯାଇଥିବା ସମସ୍ତ ପାସ ରଦ୍ଦ ହେବା ସହ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ ପ୍ରଦାନ କରାଯିବ । ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇ କହିଛନ୍ତି ଯେ ସଟ ଡାଉନ ଅବଧିରେ ଗ୍ରସରୀ, ପରିବା, ଫଳ,କ୍ଷୀର, ମାଛ, ମାଂସ ଦୋକାନ ବନ୍ଦ ରହିବ । ଔଷଧ ଦୋକାନ ଖୋଲିବ ହେଲେ ଏହାର ସଂଖ୍ୟା କମ କରାଯିବ । ଏହା ଏକ ପ୍ରକାର କର୍ଫୁ୍ୟ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏହି ସମୟରେ ଯିଏ ବାହାରେ ବୁଲିବ ତାକୁ ପୋଲିସ ଉଠାଇ ନେବ ଓ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ସଟ୍‌ ଡାଉନ୍‌ ସମୟରେ କିଛି ଜରୁରୀ କାଳୀନ ସୁବିଧା ଜାରୀ ରହିବ । ଚିକିତ୍ସାଳୟ , ପୋଲିସ୍‌ , ଅଗ୍ନିଶମ , ଆମ୍ବୁଲାନ୍ସ , ଟେଲିକମ୍‌ ସେବା , ଚିହ୍ନଟ ହୋଇଥିବା ପେଟ୍ରୋଲ ପମ୍ପ୍‌ , ମାଲ୍‌ ପରିବହନ , ଇଲେକେଟ୍ରାନିକ୍‌ ଗଣମାଧ୍ୟମ , କୋଭିଡ୍‌ -୧୯ ପାଇଁ ନିୟୋଜିତ କଲ୍‌ ସେଣ୍ଟର, ଜଳ ଯୋଗାଣ, ପରିମଳ , ସେ୍ୱରେଜ୍‌ ,ବିଦୁ୍ୟତ୍‌ ସରବରାହ , ଅନୁମୋଦିତ ଔଷଧ ଦୋକାନ ଆଦି ଖୋଲା ରହିବ । ସଟ ଡାଉନ ଅଞ୍ଚଳ ମଧ୍ୟରେ ଭୁବନେଶ୍ୱର ନିକଟବର୍ତ୍ତୀ ବାସୁଆଘାଇ, ଶିଶୁପାଳଗଡ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀ ପ୍ରଧାନସାହି ସଟ୍‌ ଡାଉନ୍‌ ଲାଗୁ ହେବ । ଏହା ବ୍ୟତୀତ କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଅଞ୍ଚଳ ଏବଂ ଭଦ୍ରକ ପୌରାଞ୍ଚଳ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂକ୍ରମଣଙ୍କ ସଂଖ୍ୟା ୨୦ ପହଞ୍ଚିଲା

ସଂକ୍ରମଣଙ୍କ ସଂଖ୍ୟା ୨୦ ପହଞ୍ଚିଲା

Read More...

  ରୋଗୀଙ୍କୁ ଘୃଣା କର;ୁ ନାହିଁ

ରୋଗୀଙ୍କୁ ଘୃଣା କର;ୁ ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page