ଚତୁର୍ଥ ସଂକ୍ରମଣଙ୍କ ସଂସ୍ପର୍ଶରେ ସାତ

April 01, 2020, ଓଡ଼ିଶା, , Anupambharat News Bureau


 ଚତୁର୍ଥ ସଂକ୍ରମଣଙ୍କ ସଂସ୍ପର୍ଶରେ ସାତ
Anupambharat News Bureau
April 01, 2020

ଭୁବନେଶ୍ୱର/ଭଦ୍ରକ, ୧ା୪ (ଅନୁପମମିଡ଼ିଆ): ଓଡ଼ିଶାରେ ଚିହ୍ନଟ ଚତୁର୍ଥ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟସରକାର । ରାଜ୍ୟ ସରକାରଙ୍କ କୋଭିଡ୍‌ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚତୁର୍ଥ ସଂକ୍ରମଣଙ୍କ ଟ୍ରାଭେଲ ଟ୍ରାଭେଲ୍‌ ହିଷ୍ଟ୍ରି ଏବଂ ସେ ଆସିଥିବା ସଂସ୍ପର୍ଶରେ ସୂଚିତ କରିଛନ୍ତି ।
ବାଗଚୀଙ୍କ କହିବା ପ୍ରକାରେ ଚିହ୍ନଟ ହୋଇଥିବା ୨୯ ବର୍ଷୀୟ ଯୁବକ ଜଣକ ଗତ ମାର୍ଚ୍ଚ ୧୮ ତାରିଖରେ ଦୁବାଇରୁ ଇକେ -୫୭୦ ଫ୍ଲାଇଟ୍‌ ଯୋଗେ କୋଲକାତାରେ ପହଞ୍ଚିଥିଲେ । କୋଲକାତା ଏୟାରପୋର୍ଟରୁ ସେ ଏକାକୀ ଏକ ଟ୍ୟାକ୍ସି ଯୋଗେ ହାୱଡା ରେଲେୱ ଷ୍ଟେସନ୍‌ ରେ ପହଞ୍ଚିଥିଲେ । ସେହିଦିନ ହିଁ ସେ ସେଠାରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ର ଏସ୍‌ -୧୧ କୋଚ୍‌ ନଂରେ ଭଦ୍ରକ ଷ୍ଟେସନ୍‌ ରେ ପହଞ୍ଚିଥିଲେ । ସେଠାରୁ ଅଟୋ ଯୋଗେ ଘରକୁ ଯାଇଥିଲେ । ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଗତ ମାର୍ଚ୍ଚ ୩୦ ତାରିଖରେ ଯାଞ୍ଚ ପାଇଁ ତାଙ୍କ ଠାରୁ ନମୂନା ସଂଗ୍ରହ କରାଯାଇଥିଲା । ୩୧ ତାରିଖରେ ତାଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାପାଳଙ୍କୁ ତୁରନ୍ତ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇ ପରିବାର ଲୋକଙ୍କ ସହ କେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ତୁରନ୍ତ ଚିହ୍ନଟ କରି ସେମାନଙ୍କୁ କ୍ୱାରେନ୍‌ଟାଇନ୍‌ରେ ରଖାଯିବାକୁ କଡା ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହି ନିର୍ଦ୍ଦେଶ ପାଇବା ପରେ ଜିଲାପାଳ ଜ୍ଞାନ ଦାସଙ୍କ ପ୍ରତ୍ୟେକ୍ଷ ତ‰ାବଧାନରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ଓ ତହସିଲଦାର ଆକ୍ରାନ୍ତଙ୍କ ଘରେ ପହଞ୍ଚି ତାଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କୁ ଚିହ୍ନଟ କରି ପରୀକ୍ଷା ପାଇଁ ପଠାଇଥିବାର ଜଣାପଡିଛି । ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହେବାପରେ ଜିଲାବାସୀ ଏକପ୍ରଚାର ଛାନିଆ ହୋଇପଡିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ପୁରୁଣାବଜାରରେ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ନଖୋଲିବା ସହ ସଂପୂର୍ଣ୍ଣ ପୁରୁଣାବଜାର ଅଞ୍ଚଳକୁ ନାକାବନ୍ଦୀ କରାଯାଇଛି । ଜିଲା ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଔଷଧ ଦୋକାନ ବ୍ୟତୀତ ଏଠାରେ ଅନ୍ୟ କୌଣସି ଦୋକାନ ଖୋଲାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ମାଇକ୍‌ ଦ୍ୱାରା ପ୍ରଚାର କରାଯାଉଛି । ସେହିପରି ସନ୍ଦିଗ› ଥିବା ମୋଟ ୮୮ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନ୍‌ରେ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ େୱବ୍‌ ସାଇଟ୍‌ ଓ ୧୦୪ ମାଧ୍ୟମରେ ୧୫,୦୪୫ ଜଣ ପଞ୍ଜୀକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪,୩୩୨ଜଣ ବିଦେଶରୁ ଓଡିଶା ଫେରିଛନ୍ତି ବୋଲି ସେ କହିଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ସମ୍ପୃକ୍ତ ରୋଗୀଙ୍କ ନିକଟରେ କୋବିଡ-୧୯ର କୌଣସି ଲକ୍ଷଣ ନ ଥିଲା ।
ତେଣୁ ବିଦେଶରୁ ଆସୁଥିବା ଲୋକ ମାନେ ଯେଉଁ ମାନଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବା ସତ୍ତେ୍ୱ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ତଥା ଏହା ପରେ ଆଉ ଦୁଇ ସପ୍ତାହ ନିଜ ସ୍ୱାସ୍ଥ୍ୟକୁ ମନିଟର କରିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି । କରୋନାକୁ ନେଇ କେତେକ ଅସାମାଜିକ ବ୍ୟକ୍ତି ଗୁଜବ ପ୍ରଚାର କରୁଛନ୍ତି । ନିକଟରେ ଜଣେ ବ୍ୟକ୍ତି ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନ ବିଷୟରେ ଗୁଜବ ସୃଷ୍ଟି କରିଥିଲେ । ଉକ୍ତ ଅନୁଷ୍ଠାନର ୧୫ ଜଣ କରୋନା ପଜିଟିଭି ବୋଲି ସେ ପ୍ରଚାର କରିଥିଲେ । ଏଭଳି କାର୍ଯ୍ୟ ଘୃଣ୍ୟ ଏବଂ ନିନ୍ଦନୀୟ । ଏହା ରାଷ୍ଟ୍ରଦ୍ରୋହୀ କାର୍ଯ୍ୟ । ଯଦି କୌଣସି ବ୍ୟକ୍ତି ଏଭଳି କାର୍ଯ୍ୟ କରୁଥିବାର ଦୃଷ୍ଟିକୁ ଆସେ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦ୍ୱିତୀୟ ସଂକ୍ରମଣ ସୁସ୍ଥ ହେଲେ

ଦ୍ୱିତୀୟ ସଂକ୍ରମଣ ସୁସ୍ଥ ହେଲେ

Read More...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ୩୦% ଦରମା ପାଇବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଅଫିସର ପାଇବେ ୫୦%

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ୩୦% ଦରମା ପାଇବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଅଫିସର ପାଇବେ ୫୦%

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page