୧ .୫ ଲକ୍ଷ କୋଟି ଅନୁମୋଦିତ

March 30, 2020, ଓଡ଼ିଶା, , Anupambharat News Bureau


୧ .୫ ଲକ୍ଷ କୋଟି ଅନୁମୋଦିତ
Anupambharat News Bureau
March 30, 2020

ଭୁବନେଶ୍ୱର, ୩୦ା୩(ଅନୁପମମିଡ଼ିଆ): ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧ ଲକ୍ଷ ୫୫ ହଜାର ୯୬୩ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟୟ ମଞ୍ଜୁୁରୀ ବିଲ୍‌ ଆଗତ କରିଥିଲେ । ଆଲୋଚନା ପରେ ଏହି ବିଲ୍‌ ଗୃହର ଅନୁମୋଦନ ଲାଭ କରିଥିଲା । ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।
ଆଜି ପୂର୍ବାହ୍ନ ୧୦ଟା ୩୦ରେ ଲୋକସେବା ଭବନର କନଭେନସନ୍‌ ହଲ୍‌ ଠାରେ ଚଳିତ ବିଧାନସଭା ବଜେଟ୍‌ ଅଧିବେଶନର ସ୍ୱତନ୍ତ୍ର ଦିନିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ତୃତୀୟ କରୋନା ପଜିଟିଭ୍‌ ଙ୍କ ସଂସ୍ପର୍ଶରେ କେତେକ ବିଧାନସଭା କର୍ମଚାରୀ ଆସିଥିବାରୁ ଏହି ବୈଠକ ବିଧାନସଭା ବଦଳରେ ଲୋକସେବା ଭବନ ଠାରେ ବସିଥିଲା । ବୈଠକ ପୂର୍ବରୁ ଲୋକସେବା ଭବନର କନଭେନସନ୍‌ ହଲ୍‌କୁ ସାନିଟାଇଜ୍‌ କରାଯାଇଥିଲା । ପୂର୍ବାହ୍ନ ୧୦ଟା ୩୦ରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ସମୟ ଅଭାବରୁ ଆଲୋଚନା ପରିସରଭୁକ୍ତ ହୋଇପାରିନଥିବା ବିଧାନସଭା ସମେତ ମୋଟ ୪୨ ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍‌ ଦ୍ୱାରା ଗୃହୀତ ହୋଇଥିଲା । ପୂର୍ବରୁ ଚଳିତ ମାସ ୧୨ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଭାଗ ସ୍ୱରାଷ୍ଟ୍ର ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗିଲୋଟିନ୍‌ ଦ୍ୱାରା ଗୃହିତ ହୋଇଥିଲା । ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ବୈଠକରେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ପରେ ପୂର୍ବାହ୍ନ ୧୧ ଟା ୪୬ ରେ ବାଚସ୍ପତି ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ବିଧାନସଭା ବଜେଟ୍‌ ଅଧିବେଶର କାର୍ଯ୍ୟକାଳ ଆସନ୍ତା ଅପ୍ରେଲ୍‌ ୯ ତାରିଖ ପର୍ଯ୍ୟନ୍ତ ଥିବାବେଳେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଗୃହର ସହମତି କ୍ରମେ ବାଚସ୍ପତି ତାଙ୍କ ଅଭିଭାଷଣ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

Read More...

ମାନୁନାହାନ୍ତି ୧୦% ଲୋକ

ମାନୁନାହାନ୍ତି ୧୦% ଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page